Advertisment

ଲକ୍‌ ଡାଉନ ବେଳେ କେମିତି ଆଣିବେ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ ପାଇଁ ସାରା ବିଶ୍ୱ ଚିନ୍ତାରେ ପଡ଼ି ଯାଇଛି। ବିଭିନ୍ନ ଦେଶ ଏହି ଭାଇରସର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସରକାର ପୂରା ୩୦ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ସଉଦା ଆଣିବାକୁ ଚାଲି ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଆଜି ଏହି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଲକ୍‌ ଡାଉନ ବେଳେ କେମିତି ଆଣିବେ ଅତ୍ୟାବଶ୍ୟକ ସାମଗ୍ରୀ

890-1-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ ପାଇଁ ସାରା ବିଶ୍ୱ ଚିନ୍ତାରେ ପଡ଼ି ଯାଇଛି। ବିଭିନ୍ନ ଦେଶ ଏହି ଭାଇରସର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment

ଆଜି ସରକାର ପୂରା ୩୦ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ସଉଦା ଆଣିବାକୁ ଚାଲି ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଲକ୍ ଡାଉନ କଟକଣା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରର ଜଣେ ସଦସ୍ୟ ଚାଲି ଚାଲି ନିକଟସ୍ଥ ଦୋକାନକୁ ଯିବେ। ସେହି ସଦସ୍ୟ ଚାଲି ଚାଲି ଯାଇ ଦୋକାନରୁ ଅତ୍ୟାବଶ୍ୟକ ଜିନିଷ ଆଣିବେ। କୌଣସି ପରିସ୍ଥିତିରେ ଗାଡ଼ି ବାହାର କରିବେନି।

Advertisment

ସୂଚନାଯୋଗ୍ୟ, ଆଜି ସରକାର ୩୦ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ଏହି ଲକ୍ ଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଜାରି ରହିବ ବୋଲି କହିଛନ୍ତି। ଗ୍ରୋସରୀ, ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ପରିବା, ମାଛ ଓ ମାଂସ ବିକ୍ରି ହେବ। କ୍ଷୀର ବୁଥରେ କେବଳ କ୍ଷୀର ବିକ୍ରି ହେବ। କିନ୍ତୁ ଚା, କଫି ବିକ୍ରି ହେବନି ବୋଲି ସରକାର ଘୋଷଣା କରିଛନ୍ତି।