Advertisment

ଘରେ କେମିତି ତିଆରି କରିବେ ଦେଶୀ ଖାସି ମାଂସ ଓ ମୁଢି

ମୁଢି ମାଂସ ତରକାରି ତିଆରି କରିବା ପାଇଁ ପ୍ରଥମେ ଦେଶୀ ଖାସି ମାଂସରେ ଲୁଣ, ହଳଦୀ, ତେଲ, ଅଦା ଓ ରସୁଣ ବଟା ପକାନ୍ତୁ ।ପରେ ଏହାକୁ  ଭଲ ଭାବେ ଗୋଳେଇ ୪୫ ମିନିଟ ପର୍ଯ୍ୟନ୍ତ ମ୍ୟାରିନେଟ କରି ରଖନ୍ତୁ। ପରେ ଏକ ମାଟିହାଣ୍ଡି ନିଅନ୍ତୁ ସେଥିରେ ମ୍ୟାରିନେଟ୍‌ କରାଯାଇଥିବା ମାଂସ, କଟା ପିଆଜ, ଅଦା ଛେଚା, ରସୁଣ ଛେଚା, ଜିରା ଓ ଶୁଖିଲା ଲଙ୍କା ବଟା, ହଳଦୀ ଗୁଣ୍ଡ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ, କଞ୍ଚା […]

ଅଦ୍ୟତନ ହୋଇଛି
ଘରେ କେମିତି ତିଆରି କରିବେ ଦେଶୀ ଖାସି ମାଂସ ଓ ମୁଢି

test of odisha

Advertisment

ମୁଢି ମାଂସ ତରକାରି ତିଆରି କରିବା ପାଇଁ ପ୍ରଥମେ ଦେଶୀ ଖାସି ମାଂସରେ ଲୁଣ, ହଳଦୀ, ତେଲ, ଅଦା ଓ ରସୁଣ ବଟା ପକାନ୍ତୁ ।ପରେ ଏହାକୁ  ଭଲ ଭାବେ ଗୋଳେଇ ୪୫ ମିନିଟ ପର୍ଯ୍ୟନ୍ତ ମ୍ୟାରିନେଟ କରି ରଖନ୍ତୁ। ପରେ ଏକ ମାଟିହାଣ୍ଡି ନିଅନ୍ତୁ ସେଥିରେ ମ୍ୟାରିନେଟ୍‌ କରାଯାଇଥିବା ମାଂସ, କଟା ପିଆଜ, ଅଦା ଛେଚା, ରସୁଣ ଛେଚା, ଜିରା ଓ ଶୁଖିଲା ଲଙ୍କା ବଟା, ହଳଦୀ ଗୁଣ୍ଡ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ, କଞ୍ଚା ଲଙ୍କା, ଓ ତେଲ ପକେଇ ଭଲ ଭାବେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗୋଳେଇ ଦିଅନ୍ତୁ। ପରେ ସେଥିରେ ପାଣିପକେଇ ଗୋଳାନ୍ତୁ । ଏହାପରେ ସେହି ମାଟି ହାଣ୍ଡିକୁ ଚୁଲିରେ ବସାନ୍ତୁ। ଘୋଡଣୀ ଘୋଡେଇ ଦେଇ  ୨୦ ମିନିଟ୍‌ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ। ପ୍ରସ୍ତୁତ ହୋଇଯାଇଥିବା ମାଂସକୁ ମୁଢିରେ ପକାନ୍ତୁ। ପ୍ରସ୍ତୁତ ହୋଇଯିବ ମୁଢି ମାଂସ।

Advertisment

ଆବଶ୍ୟକୀୟ ସାମଗ୍ରୀ

ମାଟି ହାଣ୍ଡି, ମୁଢି, ଦେଶୀ ଖାସି ମାଂସ, ଲୁଣ, ଆଦାରସୁଣ ପେଷ୍ଟ, ରିଫାଇନ୍‌ ତେଲ, ଅଦା ରସୁଣ ଛେଚା, କଞ୍ଚା ଲଙ୍କା, ହଳଦୀ , ପିଆଜ କଟା, ଜିରା ଲଙ୍କା ବଟା, କଞ୍ଚା ଲଙ୍କା ପାଣି

ଆହୁରି ମଧ୍ୟ ଜାଣନ୍ତୁ: ମଟନ୍ କଲିଜା ମସଲା: ସ୍ୱାଦ ନିଆରା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe