ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି। ଆଉ ଏଥିରେ ବାହାର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ପ୍ରବାସୀ ଓଡ଼ିଆ ଫେରିଲେଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଏଥିରେ କୁହାଯାଇଛି ଯେ, ପ୍ରବାସ ଫେରନ୍ତାଙ୍କ ଠାରେ କରୋନା ଲକ୍ଷଣ ଅଛି କି ନାହିଁ ଜାଣିବା ପାଇଁ ସ୍କ୍ରିନିଂ କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏଥିସହ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ରେ ରହିବାକୁ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି।
#ShramikSpecial trains have completed 200 journeys bringing home more than 3 lakh Odias, stranded due to #COVID19 lockdown. With coordinated effort & planning, the returnees are screened for symptoms, provided food & send to districts to undergo mandatory quarantine#OdishaCares pic.twitter.com/gcIGTIzszM
— CMO Odisha (@CMO_Odisha) June 7, 2020
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଲାଣି।