bolero-2
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନବ ଉପାୟରେ ବୋଲେରୋରେ ହେଉଥିଲା ଗଞ୍ଜେଇ ଚାଲାଣ। ଏଥିସହ ସନ୍ଦେହ ଏଡ଼ାଇବା ପାଇଁ ଗୋଟିଏ ବୋଲେରୋରେ ବ୍ୟବହାର ହେଉଥିଲା ୧୬ଟି ନମ୍ବର ପ୍ଲେଟ। ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଆଜି ଏପରି ଏକ ବୋଲେରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ। ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ବିଭାଗ ।
/odisha-reporter/media/post_attachments/wp-content/uploads/2020/09/bolerp-1.jpg)
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା-କଟକ ବାଇପାସ୍ ରାସ୍ତାରେ ବୋଲେରୋଟି ଯାଉଥିବାବେଳେ ଭରତପୁର ଅଞ୍ଚଳରେ ଅବକାରୀ ବିଭାଗ ବୋଲେରୋ ଉପରେ ଚଢ଼ଉ କରିଥିଲା। ଏହାପରେ ବୋଲେରେ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ ଚାମ୍ବର ହୋଇଥିବା ବେଳେ ତା’ ଭିତରୁ ଛୋଟ ଚୋଟ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ପକ୍ଷରୁ ସମୁଦାୟ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି।
କନ୍ଧମାଳରୁ ଭାୟା ଭୁବନେଶ୍ୱର ଦେଇ ୟୁପି, ବିହାରକୁ ଲମ୍ବିଛି ଗଞ୍ଜେଇ ଚାଲାଣର ଚେର । ଭୁବନେଶ୍ୱରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ପରେ ଏହି ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ। ଏହାବ୍ୟତୀତ ୧୬ଟି ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ବ୍ୟବହାର କରି ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତ ବେଳେ ଜଣାପଡ଼ିଛି ।
ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ବାଲିପାଟଣା ପଦ୍ମପୁର ଅଞ୍ଚଳରୁ ଗୋଟିଏ ଦୋକାନ ଘର ଭିତରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ସେହିପରି ସେପଟେମ୍ବର ୮ରେ ଖଣ୍ଡଗିରି ପାଖରୁ ସାଢ଼େ ୫ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ ହୋଇଥିଲା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/bolero-2.jpg)