ଅନୁଗୋଳ(ଓଡ଼ିଶା ରିପୋର୍ଟର): ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି ପୂର୍ଣ୍ଣ ୱାର୍ଡନମ୍ବର-୧୩ର ହାଟତୋଟା, ବଡ଼ବଜାର ଅଂଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି । ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ତହସିଲଦାର ଗୌରୀ ନାଏକ,ପୌରପାଳିକ ଅଧିକାରୀ ଅତସୀ ପରିଡା, ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଚୋରା ବାଣ ଗଛିତ ଥିବା ଖବର ପାଇ ତାଳଚେର ହାଟତୋଟାର ଜୈନିକ ବ୍ୟକ୍ତିଙ୍କ ବାସଭବନ ଓ ବଡ଼ବଜାର ସ୍ଥିତ ଏକ ଦୋକାନ ଉପରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ବହୁପରିମାନର ବିସ୍ଫୋରକ ଜବତ ହୋଇଥିଲା। ଯାହାର ଆକଳନ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ କରୋନା ପରିସ୍ଥିତିକୁ ନେଇ ସରକାରଙ୍କ କଡା ନିୟମ ସତ୍ତ୍ୱେ ପର୍ଯ୍ୟାପ୍ତ ପରିମାଣର ବିସ୍ଫୋରକ ସାମଗ୍ରୀ କିଭଳି ଆସିଲା ତାହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅଡ଼ୁଆରେ କିସ୍ : ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳ ଦେବେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
୨୦୧୭ ଜୁଲାଇ ୬ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ତା’ର ଅନୁପାଳନ କାହିଁକି ହୋଇନି ସେ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିବେ ।

Politics
ଆକ୍ସନମୋଡରେ ଏନଏଚଆରସି: କିଟ୍ ଅବହେଳା ପାଇଁ ନେପାଳୀ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା, ମୁଖ୍ୟ ସଚିବ-ନାକ୍-ୟୁଜିସିକୁ ମାଗିଲେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
ଆୟୋଗ ମାର୍ଚ୍ଚ ୨୭ତାରିଖରେ ୪ସପ୍ତାହସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ନିମନ୍ତେ ପ୍ରରୋଚିତ କରିଥିବା କହିଛନ୍ତି ।

Business
୮ବର୍ଷ ପରେ ବି ଖଣି କମ୍ପାନୀ ଦେଇନାହାନ୍ତି ୨୭୨୦କୋଟି ଟଙ୍କା, ନିଲାମ ହେବ ଆଉ ୨୨ଖଣି
ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Politics
ମୁହଁ ଖୋଲୁନାହାନ୍ତି ନବୀନ: ୩ ଦିନ ଡ୍ରାମା ପରେ ବିଜେଡିର ୟୁ-ଟର୍ଣ୍ଣ, ଦମ୍ ଦେଖାଉଛି କଂଗ୍ରେସ
କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା ।

Guest Column
ଅବହେଳା ଓ ଭ୍ରାନ୍ତି
ଏବେ ଏଇ ମାର୍ଚ୍ଚ ମାସର କ୍ୟାଲେଣ୍ଡରଟି ଓଲଟି ଏପ୍ରିଲ ହେବା ଭିତରେ ଆମେ ଦୁଇ ଦୁଇଟି ବଡ଼ ଐତିହାସିକ ଦିବସ ପାଳନ କରିବା। ସେଇ ସ୍ମୃତିରେ କେତେଥର ଶଙ୍ଖ ଫୁଙ୍କା ହୋଇଯିବ ଓ ତା'ପରେ ଆଉ ବର୍ଷଟିଏ ବିତିଯିବ ଗଭୀର ସୁସୁପ୍ତି ଭିତରେ, ପୁଣି ଆସନ୍ତା ବର୍ଷ କେଇ ଘଡ଼ି ଚେଇଁ ଆଉଥରେ ଶଙ୍ଖ ଫୁଙ୍କିବା ପର୍ଯ୍ୟନ୍ତ।