/odisha-reporter/media/post_attachments/uploads/2020/11/ynm-1.jpg)
ynm-1
ଅନୁଗୋଳ(ଓଡ଼ିଶା ରିପୋର୍ଟର): ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି ପୂର୍ଣ୍ଣ ୱାର୍ଡନମ୍ବର-୧୩ର ହାଟତୋଟା, ବଡ଼ବଜାର ଅଂଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି । ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ତହସିଲଦାର ଗୌରୀ ନାଏକ,ପୌରପାଳିକ ଅଧିକାରୀ ଅତସୀ ପରିଡା, ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଚୋରା ବାଣ ଗଛିତ ଥିବା ଖବର ପାଇ ତାଳଚେର ହାଟତୋଟାର ଜୈନିକ ବ୍ୟକ୍ତିଙ୍କ ବାସଭବନ ଓ ବଡ଼ବଜାର ସ୍ଥିତ ଏକ ଦୋକାନ ଉପରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ବହୁପରିମାନର ବିସ୍ଫୋରକ ଜବତ ହୋଇଥିଲା। ଯାହାର ଆକଳନ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ କରୋନା ପରିସ୍ଥିତିକୁ ନେଇ ସରକାରଙ୍କ କଡା ନିୟମ ସତ୍ତ୍ୱେ ପର୍ଯ୍ୟାପ୍ତ ପରିମାଣର ବିସ୍ଫୋରକ ସାମଗ୍ରୀ କିଭଳି ଆସିଲା ତାହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
