ବିପୁଳ ପରିମାଣର ବାଣ ଜବତ 

ଅନୁଗୋଳ(ଓଡ଼ିଶା ରିପୋର୍ଟର): ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି  ପୂର୍ଣ୍ଣ  ୱାର୍ଡନମ୍ବର-୧୩ର  ହାଟତୋଟା, ବଡ଼ବଜାର  ଅଂଚଳରେ ଚଢ଼ାଉ କରାଯାଇ  ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି  ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି । ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ତହସିଲଦାର ଗୌରୀ ନାଏକ,ପୌରପାଳିକ ଅଧିକାରୀ ଅତସୀ ପରିଡା, ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଚୋରା ବାଣ ଗଛିତ ଥିବା ଖବର […]

ynm-1

Tapas Behera
  • Published: Wednesday, 04 November 2020
  • , Updated: 04 November 2020, 03:39 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର): ତାଳଚେର ପୌରାଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସହର ସ୍ଥିତ ଜନଗହଳି  ପୂର୍ଣ୍ଣ  ୱାର୍ଡନମ୍ବର-୧୩ର  ହାଟତୋଟା, ବଡ଼ବଜାର  ଅଂଚଳରେ ଚଢ଼ାଉ କରାଯାଇ  ବିପୁଳ ପରିମାଣର ତଥା ବିଭିନ୍ନ ପ୍ରକାରର ଆତସବାଜି  ବିସ୍ଫୋରକ ବାଣ ସ୍ଥାନୀୟ ପ୍ରଶାସନ ଜବତ କରିଛି । ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ତହସିଲଦାର ଗୌରୀ ନାଏକ,ପୌରପାଳିକ ଅଧିକାରୀ ଅତସୀ ପରିଡା, ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଚୋରା ବାଣ ଗଛିତ ଥିବା ଖବର ପାଇ  ତାଳଚେର ହାଟତୋଟାର ଜୈନିକ ବ୍ୟକ୍ତିଙ୍କ ବାସଭବନ ଓ ବଡ଼ବଜାର ସ୍ଥିତ ଏକ ଦୋକାନ ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ  ବହୁପରିମାନର ବିସ୍ଫୋରକ ଜବତ ହୋଇଥିଲା। ଯାହାର ଆକଳନ ମୂଲ୍ୟ  ଲକ୍ଷାଧିକ ଟଙ୍କା  ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି  । ବର୍ତ୍ତମାନ କରୋନା ପରିସ୍ଥିତିକୁ ନେଇ ସରକାରଙ୍କ  କଡା  ନିୟମ ସତ୍ତ୍ୱେ  ପର୍ଯ୍ୟାପ୍ତ ପରିମାଣର ବିସ୍ଫୋରକ ସାମଗ୍ରୀ କିଭଳି ଆସିଲା ତାହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି ।

Related story