Advertisment

Ganja: ଟ୍ରକ୍‌ରୁ ୬୩ ବସ୍ତା ଗଞ୍ଜେଇ ଜବତ

ଅନୁଗୋଳ ପୁଲିସକୁ ବଡ଼ ସଫଳତା। ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ। ଟ୍ରକରେ ଥିଲା ୬୩ ବସ୍ତା ଗଞ୍ଜେଇ। ଗଞ୍ଜେଇ ବେପାରୀ ତଥା ଟ୍ରକ ମାଲିକଙ୍କୁ ଗିରଫ କରିଛି ପୁଲିସ। ଜବତ ଗଞ୍ଜେଇର ପରିମାଣ ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ (୧୫୭୩ କିଲୋ)।

Ganja
Advertisment

ଅନୁଗୋଳ ପୁଲିସକୁ ବଡ଼ ସଫଳତା। ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ। ଟ୍ରକରେ ଥିଲା ୬୩ ବସ୍ତା ଗଞ୍ଜେଇ। ଗଞ୍ଜେଇ ବେପାରୀ ତଥା ଟ୍ରକ ମାଲିକଙ୍କୁ ଗିରଫ କରିଛି ପୁଲିସ।

Advertisment

ଜବତ ଗଞ୍ଜେଇର ପରିମାଣ ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ (୧୫୭୩ କିଲୋ)। ଏହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। 

ସୂଚନା ଅନୁସାରେ, ଗଞ୍ଜେଇ ବେପାରୀ ତଥା ଟ୍ରକର ମାଲିକ ଏହି ଗଞ୍ଜେଇକୁ କନ୍ଧମାଳରୁ ଆଣି ଝାଡ଼ଖଣ୍ଡ ଓ ବିହାରକୁ ପଠାଇବାକୁ ଯୋଜନା କରିଥିଲା। ଗଞ୍ଜେଇ ବୋଝେଇ ଟ୍ରକ ନିଶା ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଜେଏସପିଏଲ ଫେଜ୍-୨ ନିକଟରେ ଥିବା ସମୟରେ ଖବର ପାଇଥିଲା ଅନୁଗୋଳ ଜିଲ୍ଲା ପୁଲିସ।

Advertisment

ଅନୁଗୋଳ ଏସପି ରାହୁଲ ଜୈନଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ଓ ନିଶା ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟ୍ରକକୁ ଅଟକାଇଥିଲେ। ଟ୍ରକରେ ଏତେ ପରିମାଣର ଗଞ୍ଜେଇ ଦେଖି ତାଜୁବ୍ ହୋଇଯାଇଥିଲା ପୁଲିସ। 

ଏହା ପୂର୍ବରୁ ଗତକାଲି ଅନୁଗୋଳ ପୁଲିସ ପୁରୁଣାକୋଟ ଥାନା ଅଧୀନସ୍ଥ କନ୍ଧକୋଇଲି ଗାଁ ଛକ ନିକଟରୁ ପ୍ରାୟ ୨୬୪ କିଲୋ ଗଞ୍ଜେଇ ଜବତ କରିଥିଲା। 

ଅନୁଗୋଳରୁ ପ୍ରକାଶ ମହାନ୍ତିଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe