Advertisment

ଶ୍ରୀମନ୍ଦିର ଟଙ୍କା ଫେରସ୍ତ ଦାବିରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ନାଁରେ ଥାନାରେ ଏତଲା

ପୁରୀ(ଓଡ଼ିଶା ରିପୋର୍ଟର): ଘନଉଛି ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ଥିବା ପ୍ରସଙ୍ଗ। ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଥିବା ବେଳେ ଶ୍ରୀମନ୍ଦିରର ଶହ ଶହ କୋଟି ଟଙ୍କା ଏଥିରେ ଜମା ରହିଛି। ଫଳରେ ଟଙ୍କା ବୁଡ଼ିଯିବା ନେଇ ରାଜ୍ୟବାସୀଙ୍କ ଆଶଙ୍କା ବଢ଼ିଯାଇଛି। ତେବେ କାହା ସ୍ୱାର୍ଥରେ ଜାତୀୟକରଣ ବ୍ୟାଙ୍କ ପରିବର୍ତ୍ତେ ଦେବାଳିଆ ଘରୋଇ ବ୍ୟାଙ୍କରେ ଟଙ୍କା ରଖାଯାଇଥିଲା ବୋଲି ବିଭିନ୍ନ ମହଲରୁ ସରକାରଙ୍କୁ ଟାର୍ଗେଟ୍ କରାଯାଉଛି। ଅନ୍ୟପଟେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ଟଙ୍କା ଫେରସ୍ତ ଦାବିରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ନାଁରେ ଥାନାରେ ଏତଲା

pur11

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଘନଉଛି ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ଥିବା ପ୍ରସଙ୍ଗ। ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଥିବା ବେଳେ ଶ୍ରୀମନ୍ଦିରର ଶହ ଶହ କୋଟି ଟଙ୍କା ଏଥିରେ ଜମା ରହିଛି। ଫଳରେ ଟଙ୍କା ବୁଡ଼ିଯିବା ନେଇ ରାଜ୍ୟବାସୀଙ୍କ ଆଶଙ୍କା ବଢ଼ିଯାଇଛି। ତେବେ କାହା ସ୍ୱାର୍ଥରେ ଜାତୀୟକରଣ ବ୍ୟାଙ୍କ ପରିବର୍ତ୍ତେ ଦେବାଳିଆ ଘରୋଇ ବ୍ୟାଙ୍କରେ ଟଙ୍କା ରଖାଯାଇଥିଲା ବୋଲି ବିଭିନ୍ନ ମହଲରୁ ସରକାରଙ୍କୁ ଟାର୍ଗେଟ୍ କରାଯାଉଛି। ଅନ୍ୟପଟେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଚାଟାର୍ଡ ଆକାଣ୍ଟାଣ୍ଟ ବିଜୟ ସାହୁଙ୍କ ନାଁ ଏହି ଘଟଣାରେ ସମ୍ପୃକ୍ତ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀରେ ଆନ୍ଦୋଳନ ଜୋର୍ ଧରିଛି। ଆମ୍ ଜନତା ଅଧିକାର,  ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଦାମୋଦର ମହାସୁଆର ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ଉଭୟ ମହାପାତ୍ର ଏବଂ ସାହୁଙ୍କ ପାଇଁ ଆଗାମୀ ଦିନରେ ଅଡ଼ୁଆ ବଢ଼ିପାରେ।

Advertisment

ଶୁକ୍ରବାର ଆମ୍ ଜନତା ଅଧିକାର ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ସହ ଯେଉଁ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟକାଳରେ ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏନେଇ ଆମ୍ ଜନତା ଅଧିକାରୀ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି।

publive-imageସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଦାମୋଦର ମହାସୁଆର ସିଂହଦ୍ୱାର ଥାନାରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଚାଟାର୍ଡ  ଆକାଉଣ୍ଟାଣ୍ଟ ବିଜୟ ସାହୁଙ୍କ ବିରୋଧରେ ଏତଲା ଦେଇଛନ୍ତି। ଘରୋଇ ବ୍ୟାଙ୍କରୁ ଶ୍ରୀମନ୍ଦିର ଫେରିବା ସହ ଦୋଷୀଙ୍କୁ ଜେଲ୍ ଦଣ୍ଡ ଦେବାକୁ ମହାସୁଆର ଦାବି କରିଛନ୍ତି।

Advertisment

ଅନ୍ୟପଟେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମଧ୍ୟ ଏନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ଟର ଜଳାଇ ବିକ୍ଷୋଭ କରାଯାଇଥିଲା। ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ତତ୍କାଳୀନ ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ କୁମାର ସାହୁ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମୁହଁରେ କାଳି ବୋଳି ସେନା ପୋଷ୍ଟର୍ ଜାଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe