Advertisment

ଜାଳିଦେଲେ ଶହ ଶହ କରୋନା କିଟ୍‌

ଯାଜପୁର (ଅଭୟ ପତି): ପୋଡ଼ିଦେଲେ ଶହ ଶହ କରୋନା କିଟ୍‌। ଯାଜପୁର ଜିଲ୍ଲା କୋରେଇ ମେଡ଼ିକାଲ ପରିସରରେ ଦେଖିବାକୁ ମିଳିଛି ଏଭଲି କିଛି ଦୃଶ୍ୟ।  ମେଡ଼ିକାଲ ପରିସରରେ ଶତାଧିକ କରୋନା ଟେଷ୍ଟ କିଟ୍‌ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମେଡିକାଲ ପରିସରରେ ଶହ ଶହ କରୋନା କିଟ୍‌ରେ ନିଆଁ ଲଗାଯାଇଥିଲା। ଏନେଇ ଖବର ମିଳିବା ପରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ […]

ଜାଳିଦେଲେ ଶହ ଶହ କରୋନା କିଟ୍‌

Covid kit

Advertisment

ଯାଜପୁର (ଅଭୟ ପତି): ପୋଡ଼ିଦେଲେ ଶହ ଶହ କରୋନା କିଟ୍‌। ଯାଜପୁର ଜିଲ୍ଲା କୋରେଇ ମେଡ଼ିକାଲ ପରିସରରେ ଦେଖିବାକୁ ମିଳିଛି ଏଭଲି କିଛି ଦୃଶ୍ୟ।  ମେଡ଼ିକାଲ ପରିସରରେ ଶତାଧିକ କରୋନା ଟେଷ୍ଟ କିଟ୍‌ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମେଡିକାଲ ପରିସରରେ ଶହ ଶହ କରୋନା କିଟ୍‌ରେ ନିଆଁ ଲଗାଯାଇଥିଲା। ଏନେଇ ଖବର ମିଳିବା ପରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପୋଡି ଦିଆଯାଇଥିବା କିଟ୍‌ଗୁଡିକ ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ମିଳିନି।

ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ କହିଛନ୍ତି, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଏ କରୋନା କିଟ୍‌ରେ ନିଆଁ ଲଗାଇଲା ଓ କାହିଁକି ସେ ନେଇଁ ଯାଞ୍ଚ ଚାଲିଛି।  ଯଦି କୌଣସି ବେନିୟମ କାର୍ଯ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe