Advertisment

ମାରିଥିଲା ମଣିଷ, ଶିକାରୀକୁ ୧୦ ବର୍ଷ ଜେଲ୍

ଗୁଣପୁର(ଇନ୍ଦ୍ରଜିତ‌୍‍ କୁମାର ପଣ୍ଡା): ଶିକାରୀ ଗୁଳିରେ ଶିକାର ହେଲା ମଣିଷ। ପଶୁ ନ ମରି ମରିଗଲା ମଣିଷ। ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ଅତିରିକ୍ତ ଜିଲ୍ଲା ସେସନ‌୍‍ କୋର୍ଟ ଏହି ମାମଲାର ଶୁଣାଣି କରି ଦୋଷୀ ଶିକାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ୧୨ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ୨୦୧୬ ମସିହା ନଭେମ୍ୱର ୨୭ ତାରିଖ ଦିନ ରାୟଗଡା ଜିଲ୍ଲା ଗୁଣପୁର ଥାନାର ଫୁଲଫୁଟି ଗାଁର ବିଶ୍ୱନାଥ ପଣ୍ଡୁସାହୁ ଜଙ୍ଗଲକୁ ପଶୁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ମାରିଥିଲା ମଣିଷ, ଶିକାରୀକୁ ୧୦ ବର୍ଷ ଜେଲ୍

court verdict

ଗୁଣପୁର(ଇନ୍ଦ୍ରଜିତ‌୍‍ କୁମାର ପଣ୍ଡା): ଶିକାରୀ ଗୁଳିରେ ଶିକାର ହେଲା ମଣିଷ। ପଶୁ ନ ମରି ମରିଗଲା ମଣିଷ। ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ଅତିରିକ୍ତ ଜିଲ୍ଲା ସେସନ‌୍‍ କୋର୍ଟ ଏହି ମାମଲାର ଶୁଣାଣି କରି ଦୋଷୀ ଶିକାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ୧୨ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।

Advertisment

୨୦୧୬ ମସିହା ନଭେମ୍ୱର ୨୭ ତାରିଖ ଦିନ ରାୟଗଡାଜିଲ୍ଲା ଗୁଣପୁର ଥାନାର ଫୁଲଫୁଟି ଗାଁର ବିଶ୍ୱନାଥ ପଣ୍ଡୁସାହୁ ଜଙ୍ଗଲକୁ ପଶୁ ଶିକାର କରିବା ପାଇଁ ଯାଇଥିଲେ। ସାଙ୍ଗରେ ନିଜର ଦେଶୀ ବନ୍ଧୁକ ଧରି ଯାଇଥିଲେ। ଜଙ୍ଗଲରେ ଗୁଳି କରିବା ସମୟରେ ପଶୁ ଦେହରେ ନବାଜି ନୀଳକଣ୍ଠ ଶବରଙ୍କ ଦେହରେ ବାଜିଥିଲା। ସେଠାରୁ ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ଚିକିତ୍ସା ପାଇଁ ଗୁଣପୁର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାର ରାୟ ଆଜି ଗୁଣପୁର ଅତିରିକ୍ତ ଜିଲ୍ଲା ସେସନ କୋର୍ଟରେ ହୋଇଛି।

Murder