Advertisment

ବିଜେଡିର ନିଷ୍ପତ୍ତି ବଡ଼, ମୋ ଧର୍ମପତ୍ନୀଙ୍କ ନିଷ୍ପତ୍ତି ମଧ୍ୟ ବଡ଼

ବାଲିଗୁଡ଼ା (ଅଜିତ ନାୟକ): ପତ୍ନୀଙ୍କ ନିଷ୍ପତ୍ତି ଆଗରେ ଦଳ ନିଷ୍ପତ୍ତି ତୁଚ୍ଛ କି? ଏପରି କହିବାର କାରଣ ଏହିକି, ବିଜେଡିର ନିର୍ଦ୍ଦେଶକୁ ଖାତିର ନକରି ପତ୍ନୀଙ୍କ ନିଷ୍ପତ୍ତିରେ ନିଜେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ସଞ୍ଜୀବ ପାତ୍ର। ଆଉ ତାଙ୍କ ଧର୍ମପତ୍ନୀଙ୍କୁ ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀ କରାଇଛନ୍ତି। ବିଜେଡିରେ ଥାଇ ସ୍ୱାମୀ-ସ୍ତ୍ରୀ ସ୍ୱାଧୀନରେ ପ୍ରତିଦ୍ୱନ୍ଦୀତା କରିବାକୁ ନେଇ ସେ କହିଛନ୍ତି, ବିଜେଡିର ନିଷ୍ପତ୍ତି ବଡ଼, ମୋ ଧର୍ମପତ୍ନୀଙ୍କ ନିଷ୍ପତ୍ତି ମଧ୍ୟ ବଡ଼। ଜି.ଉଦୟଗିରି ଏନ୍‌ଏସିର ପୂର୍ବତନ ଚେୟାରମ୍ୟାନ ହେଉଛନ୍ତି […]

ବିଜେଡିର ନିଷ୍ପତ୍ତି ବଡ଼, ମୋ ଧର୍ମପତ୍ନୀଙ୍କ ନିଷ୍ପତ୍ତି ମଧ୍ୟ ବଡ଼

Balliguda

Advertisment

ବାଲିଗୁଡ଼ା (ଅଜିତ ନାୟକ): ପତ୍ନୀଙ୍କ ନିଷ୍ପତ୍ତି ଆଗରେ ଦଳ ନିଷ୍ପତ୍ତି ତୁଚ୍ଛ କି? ଏପରି କହିବାର କାରଣ ଏହିକି, ବିଜେଡିର ନିର୍ଦ୍ଦେଶକୁ ଖାତିର ନକରି ପତ୍ନୀଙ୍କ ନିଷ୍ପତ୍ତିରେ ନିଜେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ସଞ୍ଜୀବ ପାତ୍ର। ଆଉ ତାଙ୍କ ଧର୍ମପତ୍ନୀଙ୍କୁ ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀ କରାଇଛନ୍ତି। ବିଜେଡିରେ ଥାଇ ସ୍ୱାମୀ-ସ୍ତ୍ରୀ ସ୍ୱାଧୀନରେ ପ୍ରତିଦ୍ୱନ୍ଦୀତା କରିବାକୁ ନେଇ ସେ କହିଛନ୍ତି, ବିଜେଡିର ନିଷ୍ପତ୍ତି ବଡ଼, ମୋ ଧର୍ମପତ୍ନୀଙ୍କ ନିଷ୍ପତ୍ତି ମଧ୍ୟ ବଡ଼।

Advertisment

ଜି.ଉଦୟଗିରି ଏନ୍‌ଏସିର ପୂର୍ବତନ ଚେୟାରମ୍ୟାନ ହେଉଛନ୍ତି ସଞ୍ଜୀବ ପାତ୍ର। ସେ ବର୍ତ୍ତମାନ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅଛନ୍ତି। ତେବେ ଚଳିତ ପୌର ନିର୍ବାଚନରେ ସଞ୍ଜୀବ ତାଙ୍କ ପତ୍ନୀ ମିତାରାଣୀଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ସେଥିପାଇଁ ଗୃହିଣୀ ପତ୍ନୀଙ୍କୁ ଦେଇଥିଲେ ପ୍ରତିଶ୍ରୁତି। ଆଉ ମିତାରାଣୀ ମଧ୍ୟ ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତି କରିଚାଲିଥିଲେ। ହେଲେ ତାଙ୍କୁ ସୁଯୋଗ ଦେଲାନି ବିଜେଡି। ଭାନୁପ୍ରଭା ମିଶ୍ରଙ୍କୁ ବିଜେଡି ଏନ୍‌ଏସି ଅଧ୍ୟକ୍ଷ ପ୍ରାର୍ଥୀ କରିଦେଲା। ଯାହା ମିତାରାଣୀଙ୍କ ଇଗୋକୁ ହଟ୍‌ କଲା। ସେଥିପାଇଁ ସ୍ୱାମୀ ଓ ସ୍ତ୍ରୀ ପୌର ନିର୍ବାଚନରେ ଭାଗ ନେଇଛନ୍ତି।

ସଞ୍ଜୀବ ୫ ନମ୍ୱର ୱାର୍ଡରୁ ପ୍ରାର୍ଥୀ ହୋଇଥିବା ବେଳେ ମିତାରାଣୀ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି। ଉଭୟ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପରେ ବିଜେଡିକୁ ଉଭୟ କଡ଼ା ଟକ୍କର ଦେଉଥିବା ଆଲୋଚନା ହେଉଛି। ଏବେ ସ୍ୱାମୀ ଓ ସ୍ତ୍ରୀ ଗଡ଼ ଜିତିବା ପାଇଁ ପ୍ରଚାରରେ ଲାଗି ପଡ଼ିଛନ୍ତି। ପ୍ରତି ୱାର୍ଡରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।

Advertisment

ଗଣ ମାଧ୍ୟମକୁ ସୂଚନା ଦେଇ ସଞ୍ଜୀବ ପାତ୍ର କହିଛନ୍ତି, ମୋ ସ୍ତ୍ରୀ ମିତାରାଣୀ ମୋତେ କହିଲେ, ମୁଁ ଜଣେ ଗୃହିଣୀ ଥିଲି। ତୁମେ ମୋତେ ଏ ପର୍ଯ୍ୟନ୍ତ ଆଣିଲ। ହେଲେ ଏବେ ବିଜେଡି ମୋତେ ପ୍ରାର୍ଥୀ କଲାନି। ବିଜେଡିର ଏପରି ନିଷ୍ପତ୍ତି ମୋ’ ଇଗୋକୁ ହଟ୍‌ କରିଛି। ପତ୍ନୀଙ୍କ ଏପରି କଥା ମୋତେ ମଧ୍ୟ ବ୍ୟଥିତ କରିଛି। ସେଥିପାଇଁ ନାମାଙ୍କନପତ୍ର ଦାଖଲ କରିଛୁ। ଯେହେତୁ ସେ ମୋର ଧର୍ମପତ୍ନୀ। ତାଙ୍କ କଥା ମାନିବାକୁ ପଡ଼ିବ। ଲୋକଙ୍କ ସେବା କରିବା ପାଇଁ ଆସିଥିଲୁ। ଲୋକଙ୍କ ପାଇଁ କାମ କରୁଛୁ। ଯଦି ଲୋକଙ୍କ ପାଇଁ ଆମେ କାମ କରିଛୁ, ତାହାହେଲେ ସେମାନେ ଆମକୁ ଭୋଟ୍‌ ଦେଇ ଜିତାଇବେ ବୋଲି ସଞ୍ଜୀବ କହିଛନ୍ତି।

ସେ ଆହୁରି କହିଛନ୍ତି, “ବିଜେଡିର ନିଷ୍ପତ୍ତି ବଡ଼, ମୋ ଧର୍ମପତ୍ନୀଙ୍କ ନିଷ୍ପତ୍ତି ମଧ୍ୟ ବଡ଼। ଗତକାଲି ରାତି ସାରା ଆମେ ଶୋଇପାରିନୁ। ସେ ଜବରଦସ୍ତ କହିଲେ ପ୍ରାର୍ଥୀ ହେବେ। କିନ୍ତୁ ମୁଁ ତାଙ୍କୁ କହିଲି ଦଳ ବିରୋଧୀ କାର୍ଯ୍ୟ କରିପାରିବି ନାହିଁ। କିନ୍ତୁ ସେ ମୋତେ ତାହାର ଉତ୍ତର ଯାହା ଦେଲେ, ତାହା ମୁଁ ଏଠି କହିପାରବି ନାହିଁ।”

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କହିଛନ୍ତି, “ଆମ ଭିତରେ କିଛି ବିଶୃଙ୍ଖଳା ନାହିଁ। ବିଜେଡି ହେଉଛି ଏକ ଶୃଙ୍ଖଳିତ ଦଳ।”

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe