Advertisment

ଜାତକ ଦେଖାଇ ନିଜ ବିରୋଧରେ ସ୍ତ୍ରୀଙ୍କୁ କଲେ ପ୍ରାର୍ଥୀ!

ରେଢାଖୋଲ(ରମାକାନ୍ତ ମହାନନ୍ଦ): ରିଷ୍ଟ ଦୋଷ ରହିଛି! ସେଥିପାଇଁ ଜାତକ ଦେଖାଇ ନିଜ ବିରୋଧରେ ସ୍ତ୍ରୀଙ୍କୁ କଲେ ପ୍ରାର୍ଥୀ! ଏବେ ସରପଞ୍ଚ ହେବା ପାଇଁ ଗୋଟିଏ ଆସନରୁ ପ୍ରାର୍ଥୀ ହୋଇଛନ୍ତି ସ୍ୱାମୀ-ସ୍ତ୍ରୀ। ଏପରି ରୋଚକପୂର୍ଣ୍ଣ ସ୍ୱାମୀ-ସ୍ତ୍ରୀ ପଲିଟିକ୍ସ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲାରେ। ଯୁଯୁମରା ବ୍ଲକ ଲିପିଣ୍ଡା ଗାଁର ପ୍ରଫୁଲ୍ଲ ମିର୍ଦ୍ଦା ଓ ମୁନ୍‌ମୁନ୍‌ ମାଝି। ଉଭୟ ପତିପତ୍ନୀ। କିନ୍ତୁ ଏବେ ସେମାନେ ପଞ୍ଚାୟତ ନିର୍ବାଚନ ରଣାଙ୍ଗନାରେ ସରପଞ୍ଚ ଆସନ ପାଇଁ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଆଉ ଲିପିଣ୍ଡା […]

ଅଦ୍ୟତନ ହୋଇଛି
ଜାତକ ଦେଖାଇ ନିଜ ବିରୋଧରେ ସ୍ତ୍ରୀଙ୍କୁ କଲେ ପ୍ରାର୍ଥୀ!

Sambalpur

Advertisment

ରେଢାଖୋଲ(ରମାକାନ୍ତ ମହାନନ୍ଦ): ରିଷ୍ଟ ଦୋଷ ରହିଛି! ସେଥିପାଇଁ ଜାତକ ଦେଖାଇ ନିଜ ବିରୋଧରେ ସ୍ତ୍ରୀଙ୍କୁ କଲେ ପ୍ରାର୍ଥୀ! ଏବେ ସରପଞ୍ଚ ହେବା ପାଇଁ ଗୋଟିଏ ଆସନରୁ ପ୍ରାର୍ଥୀ ହୋଇଛନ୍ତି ସ୍ୱାମୀ-ସ୍ତ୍ରୀ। ଏପରି ରୋଚକପୂର୍ଣ୍ଣ ସ୍ୱାମୀ-ସ୍ତ୍ରୀ ପଲିଟିକ୍ସ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲାରେ।

Advertisment

ଯୁଯୁମରା ବ୍ଲକ ଲିପିଣ୍ଡା ଗାଁର ପ୍ରଫୁଲ୍ଲ ମିର୍ଦ୍ଦା ଓ ମୁନ୍‌ମୁନ୍‌ ମାଝି। ଉଭୟ ପତିପତ୍ନୀ। କିନ୍ତୁ ଏବେ ସେମାନେ ପଞ୍ଚାୟତ ନିର୍ବାଚନ ରଣାଙ୍ଗନାରେ ସରପଞ୍ଚ ଆସନ ପାଇଁ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଆଉ ଲିପିଣ୍ଡା ପଞ୍ଚାୟତରେ ଏହାକୁ ନେଇ ଜୋର ଚର୍ଚ୍ଚା। ଏହି ଚର୍ଚ୍ଚା କେବଳ ସେମାନଙ୍କ ପ୍ରାର୍ଥିତ୍ୱକୁ ନେଇ ନୁହେଁ, ବରଂ ତା’ ପଛରେ ରହିଥିବା କାରଣକୁ ନେଇ। ସ୍ୱାମୀ ଓ ସ୍ତ୍ରୀ ସମାନ ଆସନରୁ ଲଢ଼ିବା ପଛରେ ରହିଛି ଦୁଇଟି କାରଣ। ସେଥିରୁ ଗୋଟିଏ ବେଶ୍‌ ରୋଚକପୂର୍ଣ୍ଣ।

ଶୁଣିବାକୁ ମିଳୁଛି, ପ୍ରଫୁଲ୍ଲଙ୍କର କୁଆଡ଼େ ବେଳା ଭଲନାହିଁ। ସେଥିପାଇଁ ନିଜ ଜାତକ ଦେଖାଇଥିଲେ। ଜ୍ୟୋତିଷ ଜାତକ ଦେଖି କହିଥିଲେ, ବେଳା ଭଲନାହିଁ। ରିଷ୍ଟ ଦୋଷ କାଟିବାକୁ ହେଲେ ଘରେ ପୂଜା ଓ ପଞ୍ଚାୟତରେ ୪ ଜଣ ନାମାଙ୍କନ ଦାଖଲ କରିଥିବା ଦରକାର। ଜ୍ୟୋତିଷଙ୍କ କଥା ଅନୁସାରେ ପ୍ରଫୁଲ୍ଲ ଘରେ ପୂଜା କଲେ। ନିଜ(ପ୍ରଫୁଲ୍ଲ) ବିରୋଧରେ ପତ୍ନୀ ମୁନ୍‌ମୁନ୍‌ଙ୍କୁ ପ୍ରାର୍ଥୀ କରାଇଲେ। ବର୍ତ୍ତମାନ ଉକ୍ତ ପଞ୍ଚାୟତରେ ପ୍ରଫୁଲ୍ଲ ଓ ମୁନ୍‌ମୁନ୍‌ଙ୍କ ବ୍ୟତୀତ ଆଉ ଦୁଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଉକ୍ତ ପଞ୍ଚାୟତରେ ସରପଞ୍ଚ ପାଇଁ ୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Advertisment

ସ୍ୱାମୀ-ସ୍ତ୍ରୀ ପଲିଟିକ୍ସ ମଧ୍ୟରେ ଆଉ ଗୋଟିଏ କଥା ଶୁଣିବାକୁ ମିଳୁଛି। କଥାଟି ହେଉଛି, ୨୦୧୨ ମସିହାରେ ପ୍ରଫୁଲ୍ଲ ମିର୍ଦ୍ଦା ଯୁଯୁମୁରା ବ୍ଲକ୍‌ ଉପାଧ୍ୟକ୍ଷ ଥିବା ବେଳେ ତାଙ୍କ ନାଁରେ ଆସିଥିଲା ଦୁର୍ନୀତି ଅଭିଯୋଗ। ଏ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏବେ ମାମଲା ବିଚାରାଧୀନ ଥିବାରୁ ପ୍ରାର୍ଥିପତ୍ର କଟିଯିବା ଭୟରେ ନିଜ ପତ୍ନୀଙ୍କୁ ପ୍ରଫୁଲ୍ଲ ଜାଣିଶୁଣି ପ୍ରାର୍ଥୀ କରାଇଥିବା ଶୁଣିବାକୁ ମିଳୁଛି।

ତେବେ ଜ୍ୟୋତିଷକୁ ଜାତକ ଦେଖିବା ଓ ପୂଜା ପାଠ କରିବା କଥାକୁ ଅସ୍ୱୀକାର କରିଛନ୍ତି ପ୍ରଫୁଲ୍ଲ ମିର୍ଦ୍ଦା।

ପ୍ରଫୁଲ୍ଲ ମିର୍ଦ୍ଦା ଓ ମୁନ୍‌ମୁନ୍‌ ମାଝି ସ୍ୱାମୀ-ସ୍ତ୍ରୀ ପୂର୍ବରୁ ମଧ୍ୟ ରାଜନୀତି କରୁଛନ୍ତି। ପ୍ରଫୁଲ୍ଲ ଦୁଇ ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏପରିକି ଥରେ ବ୍ଲକ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। ଠିକ୍‌ ସେହିପରି ମୁନ୍‌ମୁନ୍‌ ପୂର୍ବରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଦେଖିବାକୁ ମିଳିଛି।

Candidates In Focus Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe