Advertisment

ତିନି ତିନିଟି ପିଲାଙ୍କ ଆଗରେ ମାଆକୁ ହାଣିଦେଲା ବାପା!

କଲ୍ୟାଣସିଂହପୁର (ମାଉଡି ବାରିକ): ତିନି ତିନିଟି ପିଲାଙ୍କ ଆଗରେ ମାଆକୁ ହାଣିଦେଲା ବାପା! ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କତାଗୁଡ଼ା ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। କତାଗୁଡ଼ା ଗାଁର ନୀଳକଣ୍ଠ କୌଶଲ୍ୟା ଜଣେ ଶ୍ରମିକ ଶ୍ରେଣୀର ଲୋକ। ପରିବାର କହିଲେ ପତ୍ନୀ ରାଧା ନାୟକ ଓ ତିନି ପୁଅଝିଅ। ସୋମବାର ରାଧା କୌଣସି କାମରେ ବାପ ଘରକୁ […]

author-image
Manoranjan Sial
ତିନି ତିନିଟି ପିଲାଙ୍କ ଆଗରେ ମାଆକୁ ହାଣିଦେଲା ବାପା!

Woman

କଲ୍ୟାଣସିଂହପୁର (ମାଉଡି ବାରିକ): ତିନି ତିନିଟି ପିଲାଙ୍କ ଆଗରେ ମାଆକୁ ହାଣିଦେଲା ବାପା! ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କତାଗୁଡ଼ା ଗାଁରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

କତାଗୁଡ଼ା ଗାଁର ନୀଳକଣ୍ଠ କୌଶଲ୍ୟା ଜଣେ ଶ୍ରମିକ ଶ୍ରେଣୀର ଲୋକ। ପରିବାର କହିଲେ ପତ୍ନୀ ରାଧା ନାୟକ ଓ ତିନି ପୁଅଝିଅ। ସୋମବାର ରାଧା କୌଣସି କାମରେ ବାପ ଘରକୁ ଯାଇଥିଲେ। ଅପରାହ୍ନରେ କିନ୍ତୁ ଘରକୁ ପଳାଇ ଆସି ଥିଲେ। ଏହାକୁ ନେଇ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାଣିତୁଣ୍ଡ ହୋଇଥିଲା।

ଆଜି ସକାଳେ ପାଣିତୁଣ୍ଡ କିନ୍ତୁ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନୀଳକଣ୍ଠ ଏକ ଟାଙ୍ଗିଆରେ ପତ୍ନୀ ରାଧାଙ୍କ ମୁଣ୍ଡକୁ ଗୋଟିଏ ଚୋଟ ପକାଇ ଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ିଥିଲେ ରାଧା। ନୀଳକଣ୍ଠଙ୍କ ପିଲାମାନେ କାନ୍ଦିକାନ୍ଦି ଏନେଇ ପଡ଼ୋଶୀଙ୍କୁ କହିଥିଲେ। ପଡ଼ୋଶୀମାନେ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ପହଞ୍ଚିଲା ବେଳକୁ ରାଧା ଆଖି ବୁଜି ଦେଇଥିଲେ।

Advertisment

ଖବାର ପାଇ କଲ୍ୟାଣସିଂହପୁର ଥାନା ପୁଲିସ ଓ ଏସ୍‌ଡିପିଓ ଦେବଜ୍ୟୋତି ଦାସ ଗାଁରେ ପହଞ୍ଚିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି ପୁଲିସ୍‌। ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।