Advertisment

ପିଲା ହେଲେନି ବୋଲି ପତ୍ନୀଙ୍କୁ....

କଲ୍ୟାଣସିଂହପୁର (ମାଉଡି ବାରିକ): ପିଲା ହେଲେନି ବୋଲି ପତ୍ନୀଙ୍କୁ ଟାଙ୍କିଆରେ ହାଣି ହତ୍ୟା କଲା ସ୍ୱାମୀ! ଆଜି ଏପରି ଲୋମଟାଙ୍କୁରା ଦୃଶ୍ୟ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। କାଶିପୁର ବ୍ଲକ୍‌ ଶଙ୍କରଡା ପଞ୍ଚାୟତ ଚଣା ପୁକେଲ ଗାଁ କୃଷ୍ଣ ମାଝୀ ଓ ତାଙ୍କ ସ୍ତ୍ରୀ ହାକ ମାଝୀଙ୍କର କୌଣସି ପିଲା ଛୁଆ […]

ଅଦ୍ୟତନ ହୋଇଛି
ପିଲା ହେଲେନି ବୋଲି ପତ୍ନୀଙ୍କୁ....

Kasipur

Advertisment

କଲ୍ୟାଣସିଂହପୁର (ମାଉଡି ବାରିକ): ପିଲା ହେଲେନି ବୋଲି ପତ୍ନୀଙ୍କୁ ଟାଙ୍କିଆରେ ହାଣି ହତ୍ୟା କଲା ସ୍ୱାମୀ! ଆଜି ଏପରି ଲୋମଟାଙ୍କୁରା ଦୃଶ୍ୟ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

କାଶିପୁର ବ୍ଲକ୍‌ ଶଙ୍କରଡା ପଞ୍ଚାୟତ ଚଣା ପୁକେଲ ଗାଁ କୃଷ୍ଣ ମାଝୀ ଓ ତାଙ୍କ ସ୍ତ୍ରୀ ହାକ ମାଝୀଙ୍କର କୌଣସି ପିଲା ଛୁଆ ନଥିଲେ। ତେଣୁ ହାକ ନିଜ ଭାଇର ଝିଅକୁ ଆଣି ଲାଳନ ପାଳନ କରୁଥିଲେ। ତାକୁ ପୋଷ୍ୟ ଝିଆ ଭାବେ ଗ୍ରହଣ କରିଥିଲେ। ସେହି ଛୁଆକୁ ନେଇ ପ୍ରାୟ ସମୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ଆଜି କିନ୍ତୁ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ପୋଷ୍ୟ ଝିଅକୁ ଟାଙ୍ଗିରେ ଆକ୍ରମଣ କରିବା କୃଷ୍ଣ ଉଦ୍ୟମ କରୁଥିଲା। ଠିକ୍‌ ଏହି ସମୟରେ ସମ୍ମୁଖକୁ ଚାଲି ଆସିଥିଲେ ହାକ ମାଝୀ। ସ୍ୱାମୀଙ୍କ ଅଟକାଇବାକୁ ଚେଷ୍ଟା କରୁ କରୁ ଟାଙ୍ଗିଆ ଚୋଟ ହାକ ଦେହରେ ବାଜିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷରେ ଟାଙ୍ଗିଆରେ ଚୋଟରେ ଗୁରୁତର ଆହତ ହୋଇଥିଲେ ପାଳିତ ଝିଅ। ତାକୁ ଟିକିରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ହାକଙ୍କ ଭାଇ ଗୋପାଳ ମାଝୀ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଟିକିରି ଥାନା ଅଇଆଇସି ଦେବଦତ୍ତ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ କୃଷ୍ଣର ପ୍ରଥମ ସ୍ତ୍ରୀଙ୍କ ମୁତ୍ୟୁ ପରେ ହାକ ମାଝୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ତାଙ୍କ ପିଲାଛୁଆ ହୋଇନଥିଲା। ତେଣୁ କୃଷ୍ଣ ସବୁ ସମୟରେ ମଦ୍ୟପାନ କରି ଘରେ ଝଗଡ଼ା କରୁଥିଲେ। ଏଣୁ ତାଙ୍କ ସ୍ତ୍ରୀ କିଛି ଦିନ ତାଙ୍କୁ ଛାଡି ନିଜ ବାପା ଘରକୁ ଚାଲି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe