Advertisment

୩ ଲକ୍ଷ ପାଇଁ ପତ୍ନୀ ଦେହରେ ନିଆଁ ଲଗାଇଦେଲା ସ୍ୱାମୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଟଙ୍କା ଆଗରେ ଫିକା ପଡ଼ିଗଲା ସ୍ୱାମୀସ୍ତ୍ରୀଙ୍କ ପବିତ୍ର ସମ୍ପର୍କ । ପତ୍ନୀକୁ ସୁରକ୍ଷା ଦେବାକୁ ଯେଉଁ ସ୍ୱାମୀ ଅଗ୍ନିକୁ ସାକ୍ଷୀ ଶପଥ ନେଇଥିଲେ, ସିଏ ହିଁ ପତ୍ନୀର ଜୀବନ ନେବାକୁ ଆପ୍ରାଣ ଚେଷ୍ଟା କଲେ। ପ୍ରଥମେ ଛାତରୁ ଧକ୍କା ମାରି ତଳକୁ ପକାଇଦେବାକୁ କରିଥିବା ଚେଷ୍ଟା ବିଫଳ ହେବାରୁ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲେ। ମାତ୍ର ସୌଭାଗ୍ୟବଶଃତ ମହିଳାଜଣକ ବଞ୍ଚି ଯାଇଥିବା ବେଳେ ଏବେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି […]

author-image
Niharika Rout
୩ ଲକ୍ଷ ପାଇଁ ପତ୍ନୀ ଦେହରେ ନିଆଁ ଲଗାଇଦେଲା ସ୍ୱାମୀ

couple

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଟଙ୍କା ଆଗରେ ଫିକା ପଡ଼ିଗଲା ସ୍ୱାମୀସ୍ତ୍ରୀଙ୍କ ପବିତ୍ର ସମ୍ପର୍କ । ପତ୍ନୀକୁ ସୁରକ୍ଷା ଦେବାକୁ ଯେଉଁ ସ୍ୱାମୀ ଅଗ୍ନିକୁ ସାକ୍ଷୀ ଶପଥ ନେଇଥିଲେ, ସିଏ ହିଁ ପତ୍ନୀର ଜୀବନ ନେବାକୁ ଆପ୍ରାଣ ଚେଷ୍ଟା କଲେ। ପ୍ରଥମେ ଛାତରୁ ଧକ୍କା ମାରି ତଳକୁ ପକାଇଦେବାକୁ କରିଥିବା ଚେଷ୍ଟା ବିଫଳ ହେବାରୁ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲେ। ମାତ୍ର ସୌଭାଗ୍ୟବଶଃତ ମହିଳାଜଣକ ବଞ୍ଚି ଯାଇଥିବା ବେଳେ ଏବେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଛି। ଗୁରୁତରଜଣକ ହେଲେ ମହୁଡ଼ା ଗ୍ରାମ ମାଝୀ ସାହିର ସଞ୍ଜୟ ପ୍ରଧାନଙ୍କ ସ୍ତ୍ରୀ ରିତା ପ୍ରଧାନ ।

Advertisment

ଗତକାଲି ସନ୍ଧ୍ୟା ୬ଟା ସମୟରେ ପ୍ରଥମେ ରିତା ଘର ଛାତ ଉପରେ ଥିବା ସମୟରେ ସଞ୍ଜୟ ତାଙ୍କୁ ସେଠାରୁ ଧକ୍କା ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ । ସେଥିରୁ ବିଫଳ ହେବାପରେ ରୋଷେଇ ଘରେ ରିତାଙ୍କ ଶରୀରରେ ସାନିଟାଇଜର ଢାଳି ନିଆଁ ଲଗାଇଥିଲେ। ଏହାପରେ ପ୍ରାଣ ବିକଳରେ ରିତା ନିଜ ଦେହରେ ପାଣି ଢାଳିବା ସହ ସେହି ଗ୍ରାମରେ ଥିବା ମାଉସୀଙ୍କ ଘରକୁ ଦୌଡ଼ି ପଳାଇଥିଲେ। ମାଉସୀ ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ।  ମହିଳାଙ୍କର ଶରୀରର ୩୦ ପ୍ରତିଶତ ପୋଡ଼ିଯାଇଛି। ଖବର ପାଇ ରିତାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି।

ସୂଚନା ମୁତାବକ, ପୁରୁଷୋତ୍ତମପୁର ଥାନା ସାହାପୁର ଗ୍ରାମର ଛେନା ପ୍ରଧାନଙ୍କ ମଝିଆ ଝିଅ ରିତା ପ୍ରଧାନଙ୍କୁ ମହୁଡା ଗ୍ରାମର ସଞ୍ଜୟ ପ୍ରଧାନ ୪ ବର୍ଷ ତଳେ ବିବାହ କରିଥିଲେ। ବିବାହ ସମୟରେ ରିତାଙ୍କ ବାପା ଯୌତୁକ ବାବଦକୁ ଦେଢ ଲକ୍ଷ ଟଙ୍କା ଓ ସୁନା ଦେଢ ତୋଲା ଦେଇଥିଲେ । ମାତ୍ର  ଏହାପରେ ଘର କରିବା ନିମନ୍ତେ  ବାପଘରୁ ୩ ଲକ୍ଷ ଟଙ୍କା ଆଣିବାକୁ ସଞ୍ଜୟ ପତ୍ନୀ ରିତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଲେ।

Advertisment

ଏନେଇ ପୂର୍ବରୁ ୨୦୧୯ ମସିହାରେ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଭାବେ ଜଣାଇଥିଲେ ରିତାଙ୍କ ପରିବାର । ଗତ କାଲି ମଧ୍ୟ ରିତାଙ୍କ ପରିବାର ବର୍ଗ  ଘଟଣାର ସମାଧାନ କରିବାକୁ ମହୁଡ଼ା ଯାଇଥିଲେ । କିନ୍ତୁ ସେହି ସମୟରେ ଝିଅ ସହ କଥା ହେବାକୁ ଜ୍ୱାଇଁ ସଞ୍ଜୟ ତାଙ୍କୁ ସୁଯୋଗ ଦେଇନଥିଲେ।  ଏହାପରେ ଏହି ଅଘଟଣ ଘଟିଥିବା କହିଛନ୍ତି ତାଙ୍କ ବାପା । ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ପୁଲିସ୍‌ ଗତକାଲି ମେଡିକାଲରେ ପହଞ୍ଚି ଘଟଣାର ଛାନଭିନ କରିଛି ।