Advertisment

ଯାହାକୁ ଘରଣୀ କରିଥିଲେ, ତାକୁ ପରପୁରୁଷକୁ ବିକିଦେଲେ ସ୍ୱାମୀ

କଳାହାଣ୍ଡି(ରାଜ କୁମାର ସିଂଦେଓ): ପ୍ରେମ ଶାଶ୍ୱତ, ଚିରନ୍ତନ । ଯାହାକୁ ଜଣେ ଭଲ ପାଏ, ତାକୁ ଆଖି ବୁଜି ବିଶ୍ୱାସ କରେ। ହେଲେ ଏପରି କରି କେତେବେଳେ କେହି କେହି ଧୋକା ବି ଖାଇ ଯାଆନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ସାମନାକୁ ଆସିଛି। ଯାହାକୁ ଯୁବକଜଣକ ଦିନେ ପାଗଳ ପରି ଭଲ ପାଇ ନିଜ ପ୍ରେମିକା ସଜାଇଥିଲେ, ପରେ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ତାକୁ ନିଜ ଘରଣୀ […]

ଅଦ୍ୟତନ ହୋଇଛି
ଯାହାକୁ ଘରଣୀ କରିଥିଲେ, ତାକୁ ପରପୁରୁଷକୁ ବିକିଦେଲେ ସ୍ୱାମୀ

pic

Advertisment

କଳାହାଣ୍ଡି(ରାଜ କୁମାର ସିଂଦେଓ): ପ୍ରେମ ଶାଶ୍ୱତ, ଚିରନ୍ତନ । ଯାହାକୁ ଜଣେ ଭଲ ପାଏ, ତାକୁ ଆଖି ବୁଜି ବିଶ୍ୱାସ କରେ। ହେଲେ ଏପରି କରି କେତେବେଳେ କେହି କେହି ଧୋକା ବି ଖାଇ ଯାଆନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ସାମନାକୁ ଆସିଛି। ଯାହାକୁ ଯୁବକଜଣକ ଦିନେ ପାଗଳ ପରି ଭଲ ପାଇ ନିଜ ପ୍ରେମିକା ସଜାଇଥିଲେ, ପରେ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ତାକୁ ନିଜ ଘରଣୀ କଲେ। ହେଲେ ସୁଯୋଗ ଦେଖି ସାମାନ୍ୟ କିଛି ଟଙ୍କା ପାଇଁ ନିଜ ସ୍ତ୍ରୀକୁ ବିକିବାକୁ ପଛାଇ ନ ଥିବା ଯୁବକଜଣକ ଏବେ ପୁଲିସ୍‌ ହେପାଜତରେ ଅଛନ୍ତି।

Advertisment

ନର୍ଲା ଥାନା ଅନ୍ତର୍ଗତ ମସ୍କାଗୁଡା ଗ୍ରାମର  କ୍ଷିରା ଵେରୁକଙ୍କର ମୁଣ୍ଡାଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପର ପାଇଁ ପାଗଳ ଥିବା ବେଳେ ଏଥିନିମନ୍ତେ କିନ୍ତୁ ପାରିବାରିକ ସ୍ୱିକୃତୀ ମିଳି ନ ଥିଲା। ଏହାସତ୍ତ୍ୱେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ପତିପତ୍ନୀ ସାଜିଲେ।

ଗତ ମାସ ୩୦ ତାରିଖରେ ଦାଦନ ଖଟିବାକୁ ସ୍ୱାମୀ ସ୍ତ୍ରୀ ଦୁହେଁ  ଦିଲ୍ଲୀକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୨ ତାରିଖରେ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ  ବିବାହ ଉତ୍ସବକୁ ଯାଇଥିଲେ। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେ ନିଜ ପତ୍ନୀଙ୍କୁ ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିଲେ। ସେଠାରେ ମହିଳାଜଣକ ଏହାର ବିରୋଧ କରି ନ ଥିବା ବେଳେ ଚୁପ୍‌ ରହିଥିଲେ।  ବିବାହ ବେଳର ଭିଡ଼ିଓ ଏବେ ଭାଇରାଲ ହେଉଛି । ପତ୍ନୀଙ୍କ ବିବାହ କରିଦେବା ପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲେ।

Advertisment

[caption id="attachment_780842" align="aligncenter" width="650"]mrg ବିବାହ ବେଳର ଫଟୋ ।[/caption]

ତେବେ ଦୁହେଁ ଦାଦନ ପାଇଁ ଦିଲ୍ଲୀ ଯାଇଥିଲେ, କିନ୍ତୁ ଜଣେ ଘରକୁ ଫେରି ଆସିଥିବା ବେଳେ ଆଉ ଜଣଙ୍କ ପତ୍ତା ନ ମିଳିବାରୁ ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା । ତେବେ ଏହାରି ମଧ୍ୟରେ ଦିଲ୍ଲୀରୁ  ଯୁବତୀଜଣକ ନିଜ ବାପାଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏଥିସହ ବିବାହ ବେଳର ଭିଡିଓ ବି ପଠାଇଥିଲେ।

ଏହାପରେ  ଯୁବତୀଙ୍କ ବାପା  କ୍ଷୀରା ବେରୁକଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ପୁଲିସ  ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି କ୍ଷୀରାଙ୍କୁ କୋର୍ଟଚାଲାଣ କରିଛି। ନର୍ଲା ପୋଲିସ ଏକ ଟିମ କରି ଝିଅକୁ ଉଦ୍ଧାର କରିବା ପାଇଁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe