ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଯିଏ ଲଢ଼ିବ, ମୁଁ ତାଙ୍କ ସହ ଅଛି: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏକାଠି ହୋଇ ଗଠିତ ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ବିଜେଡିକୁ ରାଜ୍ୟରୁ କ୍ଷମତାରୁ ବେଦଖଲ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ବୋଲି ଉଭୟ ନେତା କହିଛନ୍ତି। ତେବେ ଉଭୟ ବିଜେଡି ଓ କଂଗ୍ରେସ ଆଜି ଆତ୍ମପ୍ରକାଶ କରିଥିବା ଏହି ସାମ୍ମୁଖ୍ୟ ସମ୍ପର୍କରେ ଟିପ୍ପଣୀ ଦେଇ ଏହା ପ୍ରଭାବଶୂନ୍ୟ ରହିବ ବୋଲି କହିଥିବା ବେଳେ […]

baijayanta

Rakesh Mallick
  • Published: Monday, 21 January 2019
  • , Updated: 21 January 2019, 08:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏକାଠି ହୋଇ ଗଠିତ ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ବିଜେଡିକୁ ରାଜ୍ୟରୁ କ୍ଷମତାରୁ ବେଦଖଲ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ବୋଲି ଉଭୟ ନେତା କହିଛନ୍ତି। ତେବେ ଉଭୟ ବିଜେଡି ଓ କଂଗ୍ରେସ ଆଜି ଆତ୍ମପ୍ରକାଶ କରିଥିବା ଏହି ସାମ୍ମୁଖ୍ୟ ସମ୍ପର୍କରେ ଟିପ୍ପଣୀ ଦେଇ ଏହା ପ୍ରଭାବଶୂନ୍ୟ ରହିବ ବୋଲି କହିଥିବା ବେଳେ ବିଜେପି ଏହାକୁ ସ୍ୱାଗତ କରିଛି। ଅନ୍ୟପକ୍ଷରେ ଏଥିରେ ସାମିଲ ହେବା ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସ୍ପଷ୍ଟ କରି ନଥିଲେ ବି ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧୀ ଲଢ଼େଇରେ ସେ ସହଯୋଗ କରିବେ ବୋଲି କହିଛନ୍ତି।

ନୂଆ ସାମ୍ମୁଖ୍ୟରେ ସାମିଲ ହେବା ନେଇ ଖାରବେଳ ବୈଜୟନ୍ତଙ୍କୁ ପ୍ରସ୍ତାବ ଦେଥିଲେ। ଏହାର ଉତ୍ତର ଦେଇ ସେ କହିଛନ୍ତି, “ଦୁର୍ନୀତି, ଭ୍ରଷ୍ଟାଚାର, ଦୁଷ୍କର୍ମ ଓ ବେରୋଜଗାର ଭଳି ପ୍ରସଙ୍ଗ ବିରୋଧରେ ଯିଏ ଲଢେଇ କରିବ, ମୁଁ ତାଙ୍କ ସହ ରହିବି।” ସେ ଆହୁରି କହିଛନ୍ତି, “ଛୋଟ ଛୋଟ ପିଲାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଉଛି। ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଓ ହତ୍ୟା କରାଯାଉଛି। ୪୦ ଲକ୍ଷ ଓଡ଼ିଆ ଭାଇଭଉଣୀ ଏଠାରେ କାମ ନପାଇ ବାଧ୍ୟ ହୋଇ ବାହାରକୁ ଯାଇ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ଦରକାର, ଏ ନାରା ଚାରିଆଡୁ ଶୁଣୁଛି। ଏହି ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ଯିଏ ଉଦ୍ୟମ କରିବେ, ତାଙ୍କୁ ମୁଁ ସମର୍ଥନ ଦେବି।”

କିଛି ପ୍ରଭାବ ପଡ଼ିବ ନାହିଁ

ନୂଆ ସାମ୍ମୁଖ୍ୟ ଗଠନକୁ ପ୍ରଭାବଶୂନ୍ୟ ହେବ ବୋଲି ଉଭୟ ବିଜେଡି ଓ କଂଗ୍ରେସ କହିଛନ୍ତି। ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ବିଜେଡି ବିରୋଧରେ ମାନେ ଓଡ଼ିଶା ବିକାଶ ବିରୋଧରେ ସାମ୍ମୁଖ୍ୟ କରିଛନ୍ତି। ନିର୍ବାଚନ ବେଳେ ଅନେକ ସାମ୍ମୁଖ୍ୟ ହୋଇଥାଏ। ଲୋକେ ଜାଣିଛନ୍ତି, ନିର୍ବାଚନ ପୂର୍ବରୁ ଏମିତି ଦଳ ଗଠନ ହୋଇଥାଏ। ହେଲେ ଏହାର ପ୍ରଭାବ କିଛି ପଡ଼ିବ ନାହିଁ।

ସେହିପରି ପିସିସି ମୁଖପାତ୍ର ବିଭୁପ୍ରସାଦ ତରାଇ କହିଛନ୍ତି, “ସାମ୍ମୁଖ୍ୟ ଗଠନ ହୋଇଛି। ହେଲେ ଏହି ସାମ୍ମୁଖ୍ୟର ନୀତି, ଆଦର୍ଶ କ’ଣ ? କେଉଁ ଆଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯିବେ ? ଏପରି ପ୍ରକ୍ରିୟା ସଫଳ ହେବାର ସମ୍ଭାବନା କମ।”

ସ୍ୱାଗତ କଲା ବିଜେପି

ନଵଗଠିତ ସାମ୍ମୁଖ୍ୟକୁ ବିଜେପି ସ୍ୱାଗତ କରିଛି। ଦଳର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି, “ରାଜ୍ୟବାସୀ ବିକଳ୍ପ ଭାବେ ବିଜେପିକୁ ଗ୍ରହଣ କରିସାରିଛନ୍ତି। ଯଦି ଆଉ କେହି ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ଚାହୁଁଛନ୍ତି, ଆମେ ତାଙ୍କୁ ଶୁଭେଚ୍ଛା ଦେଉଛୁ।”

Related story