Advertisment

ବର୍ଷିଲେ ବିଜେପି ନେତା, ପଚାରିଲେ- ବିଜେଡି ନେତାଙ୍କ ଆଚରଣ କ’ଣ ନବୀନ ବାବୁଙ୍କ ସାଧନା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏହାକୁ ନେଇ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି ।  ଆଜି ଏକ ପ୍ରେସମିଟ୍‌ରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିମାନବନ୍ଦରରେ ବିଜେଡି ନେତା ଯେଭଳି ଆଚରଣ କଲେ ତାହା କଣ […]

ବର୍ଷିଲେ ବିଜେପି ନେତା, ପଚାରିଲେ- ବିଜେଡି ନେତାଙ୍କ ଆଚରଣ କ’ଣ ନବୀନ ବାବୁଙ୍କ ସାଧନା ?

irasis-acharya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏହାକୁ ନେଇ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି ।  ଆଜି ଏକ ପ୍ରେସମିଟ୍‌ରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

Advertisment

ବିମାନବନ୍ଦରରେ ବିଜେଡି ନେତା ଯେଭଳି ଆଚରଣ କଲେ ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ଘଟଣା ଜାତୀୟ ସ୍ତରରେ ଓଡ଼ିଶାକୁ ଅପମାନିତ କରିଛି ବୋଲି କହିଛନ୍ତି ଈରାଶିଷ ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟରେ ଯେଉଁ କାର୍ଯ୍ୟକଳାପ ଘଟିଲା ତାହା ଯଦି ମିଛ ନୁହେଁ ତାହାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦିଅନ୍ତୁ। ଉକ୍ତ ଦିନ ଇଣ୍ଡିଗୋ ଫ୍ଲାଇଟ ବି ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଛି। ନିଶାସକ୍ତ ଅବସ୍ଥାରେ ସେମାନେ ପାଇଲଟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହାକୁ ନେଇ ସେଠାରେ ବିଶୃଙ୍ଖଳା ସୃଷ୍ଟି ହେଲା। ଫଳରେ ସେମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଗଲା ନାହିଁ । ପ୍ରେସ୍‌ ରିଲିଜରେ ବ୍ୟୋମକେଶ ରାୟ ଓ ପ୍ରଣବ ପ୍ରକାଶ ବଳବନ୍ତରାୟଙ୍କ ନାମ ଉଲ୍ଲେଖ ଅଛି। ସେମାନଙ୍କ ସହ ୧୨ରୁ ଊର୍ଦ୍ଧ୍ୱ ବିଧାୟକ ଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ଲଜ୍ଜାଜନକ, ନିନ୍ଦନୀୟ ଘଟଣା। ଓଡ଼ିଶା ରାଷ୍ଟ୍ରୀୟ ସ୍ତରରେ ଅପମାନିତ, ନିନ୍ଦିତ ହୋଇଛି।

Advertisment

ଏଥିସହ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ବେଳେ ବିଜେଡି ନେତା ଓ କର୍ମୀଙ୍କ ଭିଡ଼ ଯୋଗୁଁ ସାଧାରଣ ଲୋକେ ଯେପରି ହଇରାଣ ହେଲେ ତାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେବେ ଓଡ଼ିଶା ଫେରିଲେ  ଘଣ୍ଟା ଘଣ୍ଟା ପାଇଁ ଟ୍ରାଫିକ ଜାମ୍‌ ହେଲା, ଆମ୍ବୁଲାନ୍ସ ବି ଅଟକି ରହିଲା। ଲୋକେ ଟ୍ରେନ୍‌, ଫ୍ଲାଇଟ ମିସ୍‌ କଲେ। ପୁଲିସ୍‌ ସବୁ ଦେଖି ବି କିପରି ଚୁପ୍‌ ରହିଛି। ବିଜେଡି ନେତା କ’ଣ ଆଇନରୁ ଊର୍ଦ୍ଧ୍ୱରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ଯୁବ ମୋର୍ଚ୍ଚାର ଏହି ଅଭିଯୋଗ ନେଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ କିମ୍ବା ପ୍ରଣବ ବଳବନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନି। ସେପଟେ ପୂର୍ବରୁ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଥିଲେ ଯେ, କିଛି ବିଜେଡି ନେତା ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥଲୋ ସେମାନଙ୍କୁ ନେବାକୁ ଯାଇଥିଲେ ବିଧାୟକ ବ୍ୟୋମକେଶ ରାୟା ଏହି ସମୟରେ ବିଳମ୍ବ ହେବାକୁ ପାଟିତୁଣ୍ଡ ହୋଇଥିଲା ବୋଲି ସେ ସଫେଇ ରଖିଥିଲୋ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe