Advertisment

‘କେବେ ଯୁକ୍ତ ୨ ରେଜଲ୍ଟ ବାହାରିବ କହି ହେବନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ‘ଯୁକ୍ତ ୨ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ କହି ହେବନି’। ଆଜି ଏ କଥା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ଏଯାଏ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା ସରିନାହିଁ। ତେଣୁ ରେଜଲ୍ଟ କେବେ ବାହାରିବ କହିବା ସମ୍ଭବ ନୁହେଁ। ତେବେ ସାପ୍ତାହିକ ଶଟଡାଉନ ବେଳେ ପରୀକ୍ଷା ଖାତା ଦେଖା ବ୍ୟବସ୍ଥା କରିବାକୁ ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, […]

‘କେବେ ଯୁକ୍ତ ୨ ରେଜଲ୍ଟ ବାହାରିବ କହି ହେବନି’

samir-

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ‘ଯୁକ୍ତ ୨ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ କହି ହେବନି’। ଆଜି ଏ କଥା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisment

ସେ କହିଛନ୍ତି, ଏଯାଏ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା ସରିନାହିଁ। ତେଣୁ ରେଜଲ୍ଟ କେବେ ବାହାରିବ କହିବା ସମ୍ଭବ ନୁହେଁ। ତେବେ ସାପ୍ତାହିକ ଶଟଡାଉନ ବେଳେ ପରୀକ୍ଷା ଖାତା ଦେଖା ବ୍ୟବସ୍ଥା କରିବାକୁ ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, ଏସ୍‌ପି ଓ ଡିଏସ୍‌ପି ମାନଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ଦାଶ ଆହୁରି କହିଛନ୍ତି,“ ଆଜିଠୁ ଲକ୍‌ଡାଉନ୍ ହେବାକୁ ଥିବା ୪ ଜିଲ୍ଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଛି। ସେହି ସବୁ ଜିଲ୍ଲାରେ ପରୀକ୍ଷା ଖାତା କିପରି ଦେଖାଯିବ, ତାହା ଜିଲ୍ଲାପାଳମାନେ ଜିଲ୍ଲାର ଅବସ୍ଥା ଦେଖି ବିଚାର କରିବେ। ଖାତା ଦେଖା ସରିବା ପରେ ରେଜଲ୍ଟ ବାହାରିବା ନେଇ ପ୍ରକ୍ରିୟା ଆରମ୍ଭ ହେବ।  ଖାତା ଦେଖା କେତେ ଶୀଘ୍ର ସରବି, ସେନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରଖିଛି। କୋଭିଡ୍‌ ଭୟାଭୟତା ପାଇଁ  ନିଶ୍ଚିତ ଭାବେ ଖାତା ଦେଖାରେ ବିଳମ୍ୱ ହେଉଛି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe