Advertisment

ଫିଲ୍ମ ଅନ୍ଦାଜରେ ଡାଇଲଗ୍ ମାରିଲେ ଯୁବତୀ: ସବୁ ନିଅ, ଯଦି ପାରୁଛ ମୋତେ ନେଇଯିବ କି ?

କଟକ(ଓଡ଼ିଶା ରିପୋର୍ଟର):ଆଜିଠାରୁ ପୁଣି  କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। କେବଳ ଡ୍ରାଇଭିଂ ଲାଇସେନ୍ସ ସହ କେତୋଟି ନିୟମକୁ ସରକାର ପୁଣି ଥରେ ୩ ମାସ ମହଲତ ଦେଇଥିବା ବେଳେ ବାକି କେତୋଟି ନିୟମକୁ ନେଇ ଧରପଗଡ଼ ଆରମ୍ଭ କରିଛି ପୁଲିସ। ବିଶେଷ କରି ରଙ୍ଗ ରୁଟ୍‌ରେ ଗାଡ଼ି ଚଳାଇବା ଓ ହେଲମେଟ୍‌ ଚେକିଂକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହି ଟ୍ରାଫିକ୍‌ ନିୟମକୁ ନେଇ ସବୁଠି ପୁଲିସ ଓ ଆରଟିଓ ବିଭାଗ ଚଳଚଞ୍ଚଳ ହୋଇଥିବା ବେଳେ କଟକରେ ଜଣେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଫିଲ୍ମ ଅନ୍ଦାଜରେ ଡାଇଲଗ୍ ମାରିଲେ ଯୁବତୀ: ସବୁ ନିଅ, ଯଦି ପାରୁଛ ମୋତେ ନେଇଯିବ କି ?

traffic

କଟକ(ଓଡ଼ିଶା ରିପୋର୍ଟର):ଆଜିଠାରୁ ପୁଣି  କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। କେବଳ ଡ୍ରାଇଭିଂ ଲାଇସେନ୍ସ ସହ କେତୋଟି ନିୟମକୁ ସରକାର ପୁଣି ଥରେ ୩ ମାସ ମହଲତ ଦେଇଥିବା ବେଳେ ବାକି କେତୋଟି ନିୟମକୁ ନେଇ ଧରପଗଡ଼ ଆରମ୍ଭ କରିଛି ପୁଲିସ। ବିଶେଷ କରି ରଙ୍ଗ ରୁଟ୍‌ରେ ଗାଡ଼ି ଚଳାଇବା ଓ ହେଲମେଟ୍‌ ଚେକିଂକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହି ଟ୍ରାଫିକ୍‌ ନିୟମକୁ ନେଇ ସବୁଠି ପୁଲିସ ଓ ଆରଟିଓ ବିଭାଗ ଚଳଚଞ୍ଚଳ ହୋଇଥିବା ବେଳେ କଟକରେ ଜଣେ ମହିଳା ସରକାରଙ୍କ ଏହି ନିୟମକୁ ଖୋଲା ଚ୍ୟାଲେଞ୍ଚ କରିଛନ୍ତି। ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଉଥିବାରୁ ପୁଲିସ ହାବୁଡ଼ରେ ଧରାପଡ଼ିବା ପରେ ବେଫିକର ହୋଇ ବର୍ଷିଛନ୍ତି। ଟ୍ରାଫିକ୍‌ ନିୟମକୁ ଭୟତ’ ଦୂରର କଥା ଓଲଟି ତୋଡ଼ ଦେଖାଇଛନ୍ତି ଯୁବତୀ ଜଣକ। ଫିଲ୍ମ ଅନ୍ଦାଜରେ ଡାଇଲଗ ବି ମାରିଛନ୍ତି।

Advertisment

ରାଜ୍ୟ ସରକାରଙ୍କୁ ଦୋଷ ଦେଇ ହେଲମେଟ୍‌ ପିନ୍ଧିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିଳା ଜଣକ କହିଛନ୍ତି, କ’ଣ ପାଇଁ ଫାଇନ୍‌ ଦେବି ? ଯଦି ବି ଫାଇନ୍‌ ଦେବି ଗାଡ଼ି ଏଠି ପଡ଼ିଥାଉ। ତା’ ପରେ କଥାବାର୍ତ୍ତା। ମୁଁ ହେଲମେଟ୍‌ କେବେ ପିନ୍ଧେନି। ରାଜ୍ୟ ସରକାର କରିଥିବା ଏହି ନିୟମ ସବୁଦିନ ପାଇଁ ନୁହେଁ। ମାସ ସରି ଆସୁଛି। ଡିସେମ୍ୱର ମାସ ହେଲା ପୁଲିସକୁ ଲାଞ୍ଚ ଦରକାର। ସେଥିପାଇଁ ଗାଡ଼ି ଅଟକାଇ ଚେକିଂ କରୁଛନ୍ତି। ସରକାରଙ୍କ ସବୁ ନିୟମ କ’ଣ ପୁଲିସ ମାନୁଛି।

ମହିଳା ଜଣକ ଉତ୍ତ୍ୟକ୍ତ ହୋଇ ଆହୁରି କହିଛନ୍ତି, ଫାଇନ୍‌ ଚାଲାଣ ଘରକୁ ଗଲେ ଗାଡ଼ି ବିକିଦେବି। ଯେଉଁମାନେ ହେଲମେଟ୍‌ ପିନ୍ଧିବା କଥା ପିନ୍ଧନ୍ତୁ, ମୋର ଇଚ୍ଛା ନାହିଁ ପିନ୍ଧିବାକୁ। ଏଇ ଛକ ଉପରେ ମୋର ଡ୍ୟୁଟି। ହେଲମେଟ୍‌ ପିନ୍ଧିଲେ କ’ଣ ମୁଁ ମରିବନି। ନା ଯେଉଁମାନେ ହେଲମେଟ୍‌ ପିନ୍ଧୁଛନ୍ତି, ମରୁନାହାନ୍ତି। ମରିବା ପରେ କ’ଣ ପୁଲିସ ତାଙ୍କ ଘରେ ଟଙ୍କା ନେଇ ପହଞ୍ଚାଉଛି ? ହେଲମେଟ୍‌ ମୁଁ ଏବେ ପିନ୍ଧିବି କି ୩ ମାସ ପରେ ପିନ୍ଧିବି ସେଇଟା ମୋ ଉପରେ ଡିପେଣ୍ଡ କରେ। ଫାଇନ୍‌ ନିଅ, ଗାଡ଼ି ନିଅ, ଚାବି ନିଅ, ସବୁ ନିଅ। ଆଉ ଯଦି ପାରୁଛ ମତେ ନେଇଯିବ କି ? ଏମିତି ପ୍ରଶ୍ନ କରି ଜୋରଦାର ବର୍ଷିଥିଲେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍‌ ହେଉଛି।

Advertisment