Advertisment

‘ନବୀନଙ୍କ ନାଲି ଆଖିକୁ ଡରିବି ନାହିଁ, ଜେଲ୍‌ରେ ରହି ବି ଜିତିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ଦାଏର ହୋଇଛି।  ନିର୍ବାଚନ ପାଇଁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବିଶ୍ୱନାଥ ବେହେରା ଏହି ଏତଲା ଦେଇଛନ୍ତି। ପୀତାମ୍ବର ଜଣେ କର୍ତ୍ତବ୍ୟରତ ପୁଲିସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ସେ ଏହି ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ପୀତାମ୍ବର ଆଚାର୍ଯ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ […]

ଅଦ୍ୟତନ ହୋଇଛି
‘ନବୀନଙ୍କ ନାଲି ଆଖିକୁ ଡରିବି ନାହିଁ, ଜେଲ୍‌ରେ ରହି ବି ଜିତିବି’

pitambar1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ଦାଏର ହୋଇଛି।  ନିର୍ବାଚନ ପାଇଁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବିଶ୍ୱନାଥ ବେହେରା ଏହି ଏତଲା ଦେଇଛନ୍ତି। ପୀତାମ୍ବର ଜଣେ କର୍ତ୍ତବ୍ୟରତ ପୁଲିସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ସେ ଏହି ଏତଲା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ପୀତାମ୍ବର ଆଚାର୍ଯ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ଦୁଇ ଜଣ ତାଙ୍କୁ ହଇରାଣ କରୁଥିବା ସେ କହିଛନ୍ତି।

ପୀତାମ୍ବର କହିଛନ୍ତି,“ମୋ ପ୍ରଚାରକୁ ବନ୍ଦ କରିବା ପାଇଁ ଯଦି ମୋ ନାଁରେ ଅପରାଧିକ ମାମଲା କରନ୍ତି, ମୁଁ ସ୍ୱାଗତ କରିବି। ଜେଲ୍‌ରୁ ରହି ଜିତିବି। ନବୀନ ବାବୁ ମୋତେ ପୁଲିସ୍‌ର ନାଲି ଆଖି ଦେଖାଇ କେବେ ଚପାଇ ପାରିବେ ନାହିଁ।”

Advertisment

ସେ କହିଛନ୍ତି ଯେ ତାଙ୍କୁ ହିଞ୍ଜିଳିରେ ପୁଲିସ୍‌ ପ୍ରଶାସନ ଦଳର କର୍ମକର୍ତ୍ତାଙ୍କ ସହ ଭେଟିବାକୁ ଦେଉନି। ତାଙ୍କ ପ୍ରଚାରଙ୍କୁ ବନ୍ଦ କରିବା ପାଇଁ ଏପରି କରାଯାଉଛି। ମାମଲା ଡର ଦେଖାଇ ତାଙ୍କୁ କେହି ଅଟକାଇ ପାରିବେନି।

ନିକଟରେ ହିଞ୍ଜିଳି ନିକଟସ୍ଥ ପିତ୍ତଳ ଛକରେ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ପୀତାମ୍ବରଙ୍କ ଗାଡ଼ିକୁ ଅଟକାଇଥିଲା। ତେବେ ତାଙ୍କ ଗାଡ଼ିକୁ କାହିଁକି ଅଟକାଯାଉଛି ବୋଲି ପୀତାମ୍ବର ସେମାନଙ୍କୁ ପ୍ରଶ୍ନ କରିଥିଲେ। ଏହା ପରେ ପୀତାମ୍ବର ଓ ଉପସ୍ଥିତ ପୁଲିସ୍‌ ଅଧିକାରୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ତା’ସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ସହିତ ବି ପୀତାମ୍ବରଙ୍କର ଯୁକ୍ତିତର୍କ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe