ସାମ୍ନାକୁ ଆସିଲା ସୌମ୍ୟଙ୍କ ଡାଏରୀ: ଲେଖାଅଛି- ଚାକିରିରୁ ଇସ୍ତଫା ଦେଇ ତୁମ ଚାକର ହୋଇ ରହିବି

କଟକ (ଓଡ଼ିଶା ରିପୋର୍ଟର): “ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ  ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ।” ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୧୧ ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ।  ସୌମ୍ୟଙ୍କ ପରିବାରର ଓକିଲ ଗଣମାଧ୍ୟମ ସମ୍ମୁଖକୁ ଆଣିଛନ୍ତି ଏହି ଡାଏରୀ।  କେବଳ ଏତିକି ନୁହେଁ, ଆଉ କିଛି ପୃଷ୍ଠାରେ ଆହୁରି କିଛି ଲେଖାଯାଇଛି, ଯେଉଁଥିରୁ […]

bidya & soumya

Niharika Rout
  • Published: Friday, 23 July 2021
  • , Updated: 23 July 2021, 01:40 PM IST

କଟକ (ଓଡ଼ିଶା ରିପୋର୍ଟର): “ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ  ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ।” ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୧୧ ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ।  ସୌମ୍ୟଙ୍କ ପରିବାରର ଓକିଲ ଗଣମାଧ୍ୟମ ସମ୍ମୁଖକୁ ଆଣିଛନ୍ତି ଏହି ଡାଏରୀ।  କେବଳ ଏତିକି ନୁହେଁ, ଆଉ କିଛି ପୃଷ୍ଠାରେ ଆହୁରି କିଛି ଲେଖାଯାଇଛି, ଯେଉଁଥିରୁ ସୌମ୍ୟଙ୍କ ବୈବାହିକ ଜୀବନ ଠିକ୍‌ଠାକ୍ ଚାଲି ନଥିଲା ବୋଲି ଜଣାପଡ଼ିଛି।

ଏହି ଡାଏରୀର ଆଉ ଏକ ପୃଷ୍ଠାରେ ଲେଖା ହୋଇଛି- ‘ମୁଁ ତୁମର କ୍ୱାଲିଫିକେସନ୍ ଚାହେଁ ନାହିଁ। ମୁଁ କେବେ ବି ଏ ବାବଦରେ ତୁମକୁ କିଛି କହିବି ନାହିଁ। ମୁଁ କେବଳ ଚାହେଁ ତୁମେ ମୋର ପତ୍ନୀ ଓ ଜଣେ ଭଲ ବନ୍ଧୁ ହୋଇ ରୁହ’।

ସୌମ୍ୟଙ୍କ ଡାଏରୀରେ ଆହୁରି ଲେଖାଯାଇଛି- ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି।  ଏହା ପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ମୁଁ କିଛି କହିବି ନାହିଁ। ସେ ଯାହା ନିଷ୍ପତ୍ତି ନେବ ସ୍ୱାଧୀନ ଭାବେ ନେଇ ପାରିବ। ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।”

୨୦୨୧ ଫେବୃଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ତାଙ୍କ ଡାଏରୀରେ ଏସବୁ କଥା ଲେଖିଛନ୍ତି। ଗୋଟିଏ ପଟେ ବିଦ୍ୟାଙ୍କ ଚିଠି ତାଙ୍କ ମନରେ ସୌମ୍ୟଙ୍କ ପ୍ରତି ଥିବା ଘୃଣାଭାବକୁ ସୂଚାଇ ଥିବା ବେଳେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ୍‌ ନ ଥିବା ତଥା ପାରିବାରିକ ଅଶାନ୍ତି ଲାଗି ରହିଥିବା ସୂଚାଉଛି ସୌମ୍ୟଙ୍କ ଡାଏରୀ।

ବୁଧବାର ବିଦ୍ୟାଙ୍କ ହାତ ଲେଖା ଏକ ଚିଠିରୁ ସୌମ୍ୟଙ୍କ ପ୍ରତି ତାଙ୍କ ମନରେ ଥିବା ଘୃଣା ଭାବ ସ୍ପଷ୍ଟ ହେଉଥିବା ବେଳେ ଗୁରୁବାର ବି ମିଳିଥିଲା ଏଭଳି ଆଉ ଏକ ଚିଠି।

ବୁଧବାର ମିଳିଥିବା ଚିଠିରେ ଉଲ୍ଲେଖ ଥିଲା-  “ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ । ଭଗବାନ ମୋ ଭୁଲ୍‌ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଆଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା । ”

ଓଡ଼ିଆ ଓ ଇଂରାଜୀ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠି ନିଜେ ବିଦ୍ୟାଭାରତୀ ଲେଖିଥିବା ସ୍ୱୀକାର କରିଥିଲେ। ତେବେ ସେ ଯେତେବେଳେ ଦୁଃଖରେ ଥାଆନ୍ତି ମନର ଅକୁହା ବେଦନାକୁ ଚିଠିରେ ପ୍ରକାଶ କରନ୍ତି ବୋଲି କହିଥିଲେ ବିଦ୍ୟାଭାରତୀ  । ଏହି ଚିଠି ସହିତ ସୌମ୍ୟଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ।  ବିଦ୍ୟ କହିଥିଲେ, ‘ମୁଁ ଯେତେବେଳେ ଏକୁଟିଆ ଥାଏ  ମନର ଦୁଃଖକୁ ଲେଖେ। ସେଇଟା କାହା ଉଦ୍ଦେଶ୍ୟରେ ନଥିଲା। କାହା ପାଇଁ ମଧ୍ୟ ନଥିଲା। କେବେ କାହାକୁ ଆକ୍ଷେପ କରି କି କାହା ଉଦ୍ଦେଶ୍ୟରେ ଲେଖି ନାହିଁ।’

ଏହାପରେ ଗତକାଲି ଏକ ଚିଠି ଭାଇରାଲ ହୋଇଥିବା ବେଳେ ତାହା ବିଦ୍ୟାଙ୍କର କି ନୁହେଁ, ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ଉକ୍ତ ଚିଠିରେ ଲେଖା ଅଛି, ଭଗବାନ ମୋ ଦୁଷ୍ମନକୁ ଏମିତି ଲୋକ ଗୋଟେ ନ ଦିଅନ୍ତୁ। ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅ। ଜୀବନସାରା ତୁମ ପାଖରେ ଋଣୀ ହୋଇ ରହିବି। ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ସାରା ଜୀବନ। ପ୍ଳିଜ୍‌ କିଛି ବି କରିକିି ଡିଭୋର୍ସ କରେଇ ଦିଅ..।

https://youtu.be/7syvg4z5C5s

 

Related story