Advertisment

IAS Reshuffle: ୨ ବିଭାଗରେ ନୂଆ ସଚିବ, ଆବୋଲିଙ୍କୁ ଇପିକଲ୍ ଦାୟିତ୍ୱ

ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରୱଣେଙ୍କୁ ଇପିକଲ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ପୂର୍ବଭଳି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଓଡ଼ିଶା ଅର୍ଥ ନିଗମର ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

Lokseba-bhawan
Advertisment

ସପ୍ତାହକ ବ୍ୟବଧାନରେ ରାଜ୍ୟ ସରକାର ପୁଣିଥରେ ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଦୁଇଟି ବିଭାଗରେ ନୂଆ ସଚିବଙ୍କୁ ନିଯୁକ୍ତି ଦେବା ସହ ଆବୋଲି ସୁନୀଲ ନରୱଣେଙ୍କୁ ଇପିକଲ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ Odisha IAS reshuffle ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment


କ୍ରୀଡ଼ା ଓ ଯୁବ ବ୍ୟାପାର, ଏମଏସଏମଇ ବିଭାଗରେ ନୂଆ ସଚିବ

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ୨୦୦୮ ବ୍ୟାଚ୍ ଆଇଏଏସ୍ ଭୂପେନ୍ଦ୍ର ସିଂ ପୁନିଆଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଦାୟିତ୍ୱ ଗ୍ରହଣ କରିବା ପରେ କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କର କ୍ରୀଡ଼ା ବିଭାଗରୁ ଅତିରିକ୍ତ ଦାୟିତ୍ୱ ସମାପ୍ତ ହେବ ।

ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ରଶ୍ମିତା ପଣ୍ଡାଙ୍କୁ ଏମଏସଏମଇ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ଗତ ସପ୍ତାହରେ ତାଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଥିଲା । ମାତ୍ର ଏହି ନିର୍ଦ୍ଦେଶକୁ ବାତିଲ କରି ତାଙ୍କୁ ଆଜି ଏମଏସଏମଇ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ତାଙ୍କୁ ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷା ତଥା ସିଇଓ ସହ ଓରସାକ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Advertisment


ପୂର୍ଣ୍ଣକାଳୀନ ଇଡକୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ପ୍ରଶାନ୍ତ ରେଡ୍ଡୀ

୨୦୦୯ ବ୍ୟାଚ୍ ଆଇଏଏସ୍ ଡି ପ୍ରଶାନ୍ତ କୁମାର ରେଡ୍ଡୀଙ୍କଠୁ ଏମଏସଏମଇ ବିଭାଗର ସଚିବ ଦାୟିତ୍ୱ କାଢ଼ି ନିଆଯାଇଛି । ତାଙ୍କୁ ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଭାବେ ପୂର୍ଣ୍ଣକାଳୀନ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଏମଏସଏମଇ ସଚିବ ସହ ଅତିରିକ୍ତ ଭାବେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ ।


ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ୨୦୧୨ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାର ମୀନାଙ୍କୁୂ ସେଂଟର ଫର ମଡର୍ଣ୍ଣାଇଜେସନ୍ ଗଭର୍ଣ୍ଣମେଂଟ ଇନିସିଏଟିଭ(ସିଏମଜିଆଇ), ପ୍ରଶାସନିକ ଓ ଶାସନ ସଂସ୍କାର କମିଟିର ଆବାହକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରୱଣେଙ୍କୁ ଇପିକଲ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ପୂର୍ବଭଳି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଓଡ଼ିଶା ଅର୍ଥ ନିଗମର ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ତେବେ ଗୁରୁତ୍ୱପୂର୍ଣ୍ଣ ପଦବୀ ବିଡିଏ ଉପାଧ୍ୟକ୍ଷ ଭାବେ ଆଇଏଏସ୍ ଚଂଚଳ ରାଣା କାର୍ଯ୍ୟ ଜାରି ରଖିବେ ନା ରାଜ୍ୟ ସରକାର ଆଉ କାହାକୁ ସେଠାରେ ଅବସ୍ଥାପିତ କରିବେ ତାହା ଜଣାପଡ଼ିନାହିଁ ।

Odisha IAS reshuffle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe