Advertisment

IAS Transfer: ଚଂଚଳଙ୍କୁ ବିଏମସି ଓ ବିଡିଏ ଦାୟିତ୍ୱ, ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଦା

୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ, ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ଓ ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ୱଧା ଦେବ ସିଂହଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିସାରିଥିବାବେଳେ ରାଜ୍ୟ ସରକାରଙ୍କ ଏହି ୩ଜଣ ଅଫିସରଙ୍କୁ ଚଳିତମାସ ୧୩ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିବାକୁ ଅନୁମତି ଦେଇଛନ୍ତି ।

Lokseba-bhawan

Lokaseba Bhawan-Odisha

Advertisment

ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ଅଦଳବଦଳ କରିଛନ୍ତି । ୩ଜଣ ବରିଷ୍ଠ ଆଇଏଏସ୍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବାପରେ ଖାଲି ପଡ଼ିଥିବା ତାଙ୍କ ପଦବୀରେ ଅନ୍ୟ ଅଫିସରଙ୍କୁ ନିଯୁକ୍ତି ଦେବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ବରିଷ୍ଠ ଓଏଏସ୍ ଅଫିସର କାହ୍ନୁଚରଣ ଧୀରଙ୍କୁ ହଟାଇ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ଆଇଏଏସ୍ ଚଂଚଳ କୁମାର ରାଣାଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି । ଏନେଇ ଆଜି Odisha ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment


କେନ୍ଦ୍ରୀୟ ଡେପୁଟେସନରେ ଗଲେ ୩ ଆଇଏଏସ୍‌


୨୦୦୧ ବ୍ୟାଚ୍ IAS ଶାଳିନୀ ପଣ୍ଡିତ, ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ଓ ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ୱଧା ଦେବ ସିଂହଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିସାରିଥିବାବେଳେ ରାଜ୍ୟ ସରକାରଙ୍କ ଏହି ୩ଜଣ ଅଫିସରଙ୍କୁ ଚଳିତମାସ ୧୩ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିବାକୁ ଅନୁମତି ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ପଣ୍ଡିତଙ୍କୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଭାବେ ୫ବର୍ଷ ପାଇଁ ନିଯୁକ୍ତି ମିଳିଛି । ସେହିପରି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ମାଇନର ମିନେରାଲସର ନିର୍ଦ୍ଦେଶକ ସମର୍ଥଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ୫ବର୍ଷ ପାଇଁ ନିର୍ଦ୍ଦେଶକ ଭାବେ ମିଳିଥିବାରୁ ତାଙ୍କୁ ମଧ୍ୟ ଦାୟିତ୍ୱମୁକ୍ତ ପାଇଁ ଅନୁମତି ମିଳିଛି।  ସେହିପରି ସମର୍ଥଙ୍କ ପତ୍ନୀ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସ୍ୱଧା ଦେବଙ୍କୁ ମଧ୍ୟ ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବାରୁ ତାଙ୍କୁ ମଧ୍ୟ ଦାୟିତ୍ୱ ମୁକ୍ତ କରାଯାଇଛି । ଏହି ଅଫିସରମାନେ ଯେଉଁସବୁ ପଦବୀରେ କାର୍ଯ୍ୟ କରୁଥିଲେ ସେସବୁର ଦାୟିତ୍ୱ ମଧ୍ୟ ଅନ୍ୟ ଅଫିସରମାନଙ୍କୁ ନ୍ୟସ୍ତ ହୋଇଛି ।


ନୂଆ ଦାୟିତ୍ୱ, କାହାକୁ କ’ଣ ମିଳିଲା?


ପଂଚାୟତିରାଜ ବିଭାଗ ସଚିବ ୨୦୦୨ ବ୍ୟାଚ୍ ଆଇଏଏସ୍ ଏସ ଏନ୍ ଗିରିଶଙ୍କୁ ମିଶନ ଶକ୍ତି ବିଭାଗର ସଚିବ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ବିଡିଏ ଉପାଧ୍ୟକ୍ଷ ୨୦୦୯ ବ୍ୟାଚ୍ ଆଇଏଏସ୍ ଏନ୍ ଥିରୁମାଳା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭଲଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ମାନସୀ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ଭୁବନେଶ୍ୱର ମହାନଗର ନିଗମର କମିଶନର ୨୦୧୪ ବ୍ୟାଚ୍ ଆଇଏଏସ୍ ଚଂଚଳ ରାଣାଙ୍କୁ ଅତିରକ୍ତ ଭାବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)  ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Advertisment


ଦୀପଙ୍କର ମହାପାତ୍ର ଓଟିଡିସି ପରିଚାଳନା ନିର୍ଦ୍ଦେଶକ, କାହ୍ନୁ ଧୀର ବିଦା


୨୦୧୨ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜ୍ୟ  ଅନୁସୂଚିତ ଜାତି ଓ ଜନଜାତି ବଭାଗର ଅତିରକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀ ମୀନା ଏବେ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସମେତ ଏସଆଇଆରଡି ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ।


ସେହିପରି ୨୦୧୪ ବ୍ୟାଚ୍ ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ପଦବୀରୁ ହଟାଇ ଗୃହ ବିଭାଗର ଅତିରକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି ।

୨୦୧୪ ବ୍ୟାଚ୍ ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ମହାପାତ୍ର ଏବେ ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଗୃହ ବିଭାଗର ଅତିରିକ୍ତ ସଚିବ ଥିବା ୨୦୧୫ ବ୍ୟାଚ୍ ଆଇଏଏସ୍ ନିବେଦିତା ପୃଷ୍ଟିଙ୍କୁ ବୟନିକା ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ସେ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସେହିପରି ୨୦୧୫ ବ୍ୟାଚ ଆଇଏଏସ୍ ମଧୁସ୍ମିତା ସାମଲଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀମତୀ ସାମଲ ଏବେ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।
 ୨୦୧୫ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିିଳଛି । ଶ୍ରୀ ବିଶ୍ୱାଳ ଏବେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ମ୍ୟାନେଜର(ପ୍ରଶାସନ) ଭାବେ କାର୍ଯ୍ୟରତ ଅଛନ୍ତି ।
 
ସେହିପରି ବରିଷ୍ଠ ଓଏଏସ୍ କାହ୍ନୁଚରଣ ଧୀରଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ହଟାଇ ଦିଆଯାଇଛି । ଶ୍ରୀ ଧୀରଙ୍କୁ ମାଇନର ମିନେରାଲସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

Odisha Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe