ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଲେ ଆଇଏଏସ୍ ଭିନିଲ କ୍ରିଷ୍ଣା, କାହିଁକି ରୁଜୁ ହେବନି ମାମଲା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ ଲାଗୁ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରୁଥିବାବେଳେ ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଏଥିପ୍ରତି ସାମାନ୍ୟତମ ଭୃକ୍ଷେପ କରୁନାହାନ୍ତି। କରୋନା ସଂକ୍ରମଣକୁ ରୋକିବା ପରିବର୍ତ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ‘୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ’ରେ ରହିଥିବା ବିଦେଶ ଫେରନ୍ତା ବରିଷ୍ଠ ଆଇଏଏସ୍ ଅଧିକାରୀ ଭିନିଲ କ୍ରିଷ୍ଣାଙ୍କ ସହ ଆଜି ଲୋକସେବା ଭବନରେ ସ୍ୱାଭାବିକ ଭାବେ ସରକାରୀ […]

vinil

vinil

Pragnya Choudhury
  • Published: Thursday, 26 March 2020
  • Updated: 26 March 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ ଲାଗୁ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରୁଥିବାବେଳେ ଓଡ଼ିଶା ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଏଥିପ୍ରତି ସାମାନ୍ୟତମ ଭୃକ୍ଷେପ କରୁନାହାନ୍ତି। କରୋନା ସଂକ୍ରମଣକୁ ରୋକିବା ପରିବର୍ତ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ‘୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ’ରେ ରହିଥିବା ବିଦେଶ ଫେରନ୍ତା ବରିଷ୍ଠ ଆଇଏଏସ୍ ଅଧିକାରୀ ଭିନିଲ କ୍ରିଷ୍ଣାଙ୍କ ସହ ଆଜି ଲୋକସେବା ଭବନରେ ସ୍ୱାଭାବିକ ଭାବେ ସରକାରୀ କାର୍ଯ୍ୟରେ ସାମିଲ ହୋଇଥିଲେ। ହୋମ୍ କ୍ୱାରେଣ୍ଟାଇନ ଖିଲାପ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ମାମଲା ରୁଜୁ କରୁଥିବାବେଳେ ଆଇଏଏସ୍ ଭିନିଲ କ୍ରିଷ୍ଣା କିଭଳି ବାଦ୍ ପଡ଼ିଲେ ଓ ସେ ଆଜି ଲୋକସେବା ଭବନରେ ଯେଉଁ ଅଫିସରମାନଙ୍କ ସହ ସମୟ ବିତାଇଛନ୍ତି ଅବା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ୧୪ଦିନିଆ ‘ହୋମ୍ କ୍ୱାରେଣ୍ଟାଇନ’କୁ କିଏ ସୁନିଶ୍ଚିତ କରିବ ତାକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ତଥା କ୍ରୀଡ଼ା ନିର୍ଦ୍ଦେଶକ ଆଇଏଏସ୍ ଭିନିଲ କ୍ରିଷ୍ଣା ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ‘ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ’ ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଶ୍ରୀ କ୍ରିଷ୍ଣା ନିଜେ ମାର୍ଚ୍ଚ ୧୭ତାରିଖରେ ଏକ ଭିଡିଓ ଜାରି କରି କହିଥିଲେ ଯେ, “ରାଜ୍ୟ ସରକାରଙ୍କ ଆଡଭାଇଜରି ଅନୁସାରେ କାଲିଠୁ(ମାର୍ଚ୍ଚ ୧୬ରୁ) ହୋମ୍ କ୍ୱାରେଣ୍ଟାଇନ ପାଳନ କରି ଘରେ ଅଛି । ବିଦେଶରୁ ଫେରିବା ପରେ କୌଣସି ବି ଲକ୍ଷଣ ନଥିଲେ ମଧ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରି ଘରେ ରହିଛି । ସମସ୍ତଙ୍କୁ ଅନୁରୋଧ କରୁଛି, ସରକାରଙ୍କ ଆଡଭାଇଜରିକୁ କଡ଼ାକଡ଼ି ପାଳନ କରିବେ ଓ କରୋନା ଭାଇରସର ମୁକାବିଲା ପାଇଁ ସମସ୍ତଙ୍କୁ ସହଯୋଗ କରିବେ।”

ତେବେ ପ୍ରଶ୍ନ ଉଠୁଛି, କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କୁ ନିଶ୍ଚିତ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଥିବାବେଳେ ଶ୍ରୀ କ୍ରିଷ୍ଣା କିଭଳି ତାକୁ ଉଲ୍ଲଘଂନ କଲେ ଓ କାହିଁକି ହୋମ୍ କ୍ୱାରେଣ୍ଟାଇନ ଅବଧିକୁ ପାଳନ କଲେନି ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । କେବଳ ସେତିିକି ନୁହେଁ ମାତ୍ର ୧୦ଦିନ ତଳେ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ସାଧାରଣ ଲୋକଙ୍କୁ ଲମ୍ବାଚଉଡ଼ା ପରାମର୍ଶ ଦେଉଥିବା ଏହି ବରିଷ୍ଠ ଆଇଏଏସ ଅଫିସରଙ୍କୁ ‘ହୋମ୍ କ୍ୱାରେଣ୍ଟାଇନ’ ନିୟମ ଭାଙ୍ଗିବା ପାଇଁ କିଏ ଅନୁମତି ଦେଲା, ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, କରୋନା ସଂକ୍ରାନ୍ତୀୟ ଗାଇଡଲାଇନକୁ ଉଲ୍ଲଘଂନ କରିଥିବା ଅଭିଯୋଗରେ ସମଗ୍ର ରାଜ୍ୟରେ ମୋଟ ୪୦୪ଟି ମାମଲା ରୁଜୁ ହୋଇଛି। ଏଥିରେ ଲକଡାଉନ୍ ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ ୩୮୦ଟି ମାମଲା, ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଘଂନ କରିଥିବା ୧୦ଜଣଙ୍କ ବିରୁଦ୍ଧରେ ମାମଲା ଓ କୋଭିଡ-୧୯ ନିୟମକୁ ଭାଙ୍ଗିଥିବା ୧୪ଜଣଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଯଦି ନିୟମ ଭଙ୍ଗ ପାଇଁ ସାଧାରଣ ଲୋକଙ୍କ ବିରୁଦ୍ଧରେ ଏଭଳି ମାମଲା ରୁଜୁ ହେଉଛି ତା’ହେଲେ ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କ ପ୍ରତି ସରକାର କାହିଁକି କୋହଳ ମନୋଭାବ ପୋଷଣ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ଓ ଗାଇଡଲାଇନକୁ ସବୁ ମହଲରୁ ସ୍ୱାଗତ ସହ ପାଳନ କରାଯାଉଥିବାବେଳେ ଭିନିଲ କ୍ରିଷ୍ଣା କିପରି ନିୟମ ଉଲ୍ଲଘଂନ କରିବାକୁ ସାହାସ କଲେ? ଭିନିଲଙ୍କ ପାଇଁ ହୋମ୍‌ କ୍ୱାରେଣ୍ଟାଇନର ଅବଧି ଆମେରିକାରୁ ଫେରିଥିବାର ତାରିଖ ନା ସେ ନିଜେ କହିଥିବାର ତାରିଖ ତା’କୁ ନେଇ ଆଶଙ୍କା ରହିଛି।

ସେହିପରି ଆଜି ଗୃହ ବିଭାଗର ପାସପୋର୍ଟ ବିଭାଗରେ କାର୍ଯ୍ୟରତ ଏଏସଓ ଅନୀତା ବେହେରା ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ସେ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ତାଙ୍କ ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରିଥିବା ଓ ସେ ତାଙ୍କ ସହ ଗୋଟିଏ ଘରେ ଏକାଠି ରହୁଥିବାରୁ ଏଭଳି ହୋଇଥିବା ଆଶଙ୍କା କରାଯାଇଛି। ତାଙ୍କୁ ତୁରନ୍ତ ନିଜର ସମ୍ପର୍କୀୟଙ୍କ ବିଦେଶ ଗସ୍ତ ବିବରଣୀ ଦେବା ପାଇଁ ଗୃହ ସଚିବ ସଞ୍ଜୀବ ଚୋପ୍ରା ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story