ଭୁବନେଶ୍ୱର: ଇଛାଧୀନ କୋଟା ଓ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାର ତଦନ୍ତ ପାଇଁ ଆଜି ପୁଣି ବିଡିଏରୁ ୨୫ଟି ଗୁରୁତ୍ୱପୂର୍ଣ୍ଣ ଫ।ଇଲ ନେଇଛି ଭିଜିଲାନସ। ଅନ୍ୟପଟେ ସିଡିଏରୁ ମଧ୍ୟ ଭିଜିଲାନସ ୧୦ରୁ ଅଧିକ ଫ।ଇଲ ଜବତ କରିଥିବା ସୂଚନା ମିଲିଛି। ଏହାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଡିଏରୁ ୭୭ଟି ଫ।ଇଲ ନିଆଯାଇ ଥିବାବେଳେ ସିଡିଏରୁ ୧୧ଟି ଫ।ଇଲ ସମ୍ପର୍କରେ ଖୋଲତାଡ଼ ଜାରି ରଖିଛି ଭିଜିଲାନସ ସେଲ। ବିଡିଏ ଏବଂ ସିଡିଏର ଫ।ଇଲ ଗୁଡିକୁ ଟିକନିଖ ଯାଞ୍ଚ କରିବା ସହ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ଏପରିକି ଆଜି ବିଡିଏ କନଫେରେନସ୍ ରୁମରେ ଭିଜିଲାନସ ସେଲ ଡିଏସପି, ଆଲଟମେଣ୍ଟ ଅଫିସରଙ୍କୁ ଆବଣ୍ଟିତ ଫ୍ଲଟ ଓ ଫ୍ଲ।ଟ ସଂପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ତାରାଦତ୍ତ ଟାକ୍ସଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି ନିର୍ଦ୍ଧାରଣ ପରେ ଏହି କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି। ଫ୍ଲଟ ଓ ଫ୍ଲ।ଟ ଆବଣ୍ଟନର ତଦନ୍ତ ପାଇଁ ଭିଜିଲାନସକୁ ଫ।ଇଲ ଦେବାକୁ ପୂର୍ବରୁ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।