ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁ ସିଲ୍ କରାଯାଇଛି। ଆଇସିୟୁରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମେଡିକାଲ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ୭ ଦିନ ପର୍ଯ୍ୟନ୍ତ ଆଇସିୟୁକୁ ସିଲ୍ କରାଯିବା ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୬ରେ ପହଞ୍ଚିଛି। ସେଥିମଧ୍ୟରୁ ୨୮୬ ଜଣ ସୁସ୍ଥ ହୋଇ ସାରିଲେଣି। ୧୨୦ ଜଣ ବିଭିନ୍ନ କୋଭିଡ୍ ଡାକ୍ତର ଖାନାରେ ଚିକିତ୍ସିତ ହେଛନ୍ତି।