Advertisment

ଓଟିଭି ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ଚେତାବନୀ ଦେଲା IDMA

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଟିଭି ତଥା ଏହାର ସାମ୍ବାଦିକ ଓ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆକ୍ରୋଶକୁ ନେଇ ମୁହଁ ଖୋଲିଛି IDMA ବା ଭାରତୀୟ ଡିଜିଟାଲ ମିଡିଆ ସଂଘ । IDMA  ପକ୍ଷରୁ କୁହାଯାଇଛି, ତଥ୍ୟ ପ୍ରମାଣ ସହ ମିଡିଆ ଖବର ପ୍ରସାରଣ କରିଥାଏ। ଓଟିଭିରେ ନିଜକୁ ସୁହାଉ ନଥିବା ଖବର ପ୍ରସାରଣକୁ ନେଇ ସରକାର ଉତ୍ପୀଡ଼ନ କଲେ। ସରକାର କୌଣସି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ଏପରି ଆକ୍ରୋଶମୂଳକ ଆଭିମୁଖ୍ୟ ଗ୍ରହଣ କଲେ ଦିନ ଆସିବ ଦେଶରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଓଟିଭି ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ଚେତାବନୀ ଦେଲା IDMA

idma

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଟିଭି ତଥା ଏହାର ସାମ୍ବାଦିକ ଓ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆକ୍ରୋଶକୁ ନେଇ ମୁହଁ ଖୋଲିଛି IDMA ବା ଭାରତୀୟ ଡିଜିଟାଲ ମିଡିଆ ସଂଘ ।

Advertisment

IDMA  ପକ୍ଷରୁ କୁହାଯାଇଛି, ତଥ୍ୟ ପ୍ରମାଣ ସହ ମିଡିଆ ଖବର ପ୍ରସାରଣ କରିଥାଏ। ଓଟିଭିରେ ନିଜକୁ ସୁହାଉ ନଥିବା ଖବର ପ୍ରସାରଣକୁ ନେଇ ସରକାର ଉତ୍ପୀଡ଼ନ କଲେ। ସରକାର କୌଣସି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ଏପରି ଆକ୍ରୋଶମୂଳକ ଆଭିମୁଖ୍ୟ ଗ୍ରହଣ କଲେ ଦିନ ଆସିବ ଦେଶରେ ଆଉ କୌଣସି ଗଣମାଧ୍ୟମ ହୁଏତ ନଥିବେ।

https://twitter.com/IndiaIDMA/status/1330742795707973633?s=20

ଭାରତ ଭଳି ଦେଶରେ ଗଣତନ୍ତ୍ର ବଜାୟ ରଖିବାକୁ ହେଲେ ପ୍ରେସ୍  ସ୍ୱାଧୀନତା ଜରୁରୀ। ଗଣତନ୍ତ୍ରରେ ସରକାର ସମାଲୋଚନାରୁ ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ଜାଣିରଖିବା ଉଚିତ କହି ଚେତାବନୀ ଦେଇଛି IDMA।

Advertisment

ଓଟିଭି ସାମ୍ବାଦିକ, କର୍ମଚାରୀଙ୍କ ପ୍ରତି ନିର୍ଯାତନା ବନ୍ଦ କରିବା ସହ ଗୋଟିଏ ଚ୍ୟାନେଲକୁ ଚାପ ଦେଲେ, ଖବର ଚପିବନି ବୋଲି ସରକାରଙ୍କୁ ଅବଗତ କରାଇଛି IDMA।

ସଂପ୍ରତି ଡିଜିଟାଲ ଯୁଗରେ ସେ ପ୍ରୟାସ ସଂପୂର୍ଣ୍ଣ ନିଷ୍ଫଳ ଯିବ। ଖବର ଚପିବା ପରିବର୍ତ୍ତେ ଅଧିକ ମାତ୍ରାରେ ବ୍ୟାପିବ ବୋଲି କହିଲା IDMA।

ଆଗକୁ ପଢନ୍ତୁ:  ଏନସିବି ଅଧିକାରୀଙ୍କୁ ଆକ୍ରମଣ କଲେ ଡ୍ରଗ୍ସ ପେଡେଲର

Otv