Advertisment

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ୧୭୨ ମେଢ଼ ବିସର୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା। ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ନିମନ୍ତେ ବ୍ୟାପକ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା କରାଯାଇଛି। କଟକରେ ଭସାଣ ଉତ୍ସବ ଲାଗି ମହାନଦୀ ପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ୩ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି। […]

ଅଦ୍ୟତନ ହୋଇଛି
ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ୧୭୨ ମେଢ଼ ବିସର୍ଜନ

durga-bhasani

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା। ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ନିମନ୍ତେ ବ୍ୟାପକ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା କରାଯାଇଛି। କଟକରେ ଭସାଣ ଉତ୍ସବ ଲାଗି ମହାନଦୀ ପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ୩ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି।

Advertisment

କଟକ ଦେବୀଗଡ଼ାରେ ୧୭୨ଟି ମେଢ଼ ବିସର୍ଜନ କରାଯିବ। କରୋନା କଟକଣା ହଟିବା ପରେ ବେଶ ଜାକଜମକର ସହ ଏଥର ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। କଟକ ପୋତାପୋଖରୀ ପୋଇସା ପୂଜା କମିଟି ପକ୍ଷରୁ ଏକ ନିଆରା ଶୈଳୀରେ ଓଟିଭିର ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି ଉଭୟଙ୍କର ଏକ ବିରାଟ ପୋଷ୍ଟରକୁ ଭସାଣ ଶୋଭାଯାତ୍ରାରେ ନିଆଯାଇଛି।

ସେପଟେ ଉତ୍ସବ ପାଳନ ବେଳେ ସ୍ଥାନୀୟ ସବୁ ଦଳର ନେତାମାନଙ୍କୁ ଗୋଟିଏ ଭସାଣି ଶୋଭାଯାତ୍ରାରେ ଦେଖିବାକୁ ମିଳୁଛି। ଦଳ କନ୍ଦଳ ଓ ରାଜନୀତିକୁ ଆଡ଼ କରି ନେତାଏ ଭସାଣି ଉତ୍ସବରେ ମଉଜ କରୁଥିବା ଲକ୍ଷ୍ୟ କରାଯାଇଛି।

Advertisment

[caption id="attachment_771849" align="aligncenter" width="650"]publive-image ଭସାଣି ଉତ୍ସବରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି।[/caption]

ସେହିପରି ରାଜଧାନୀ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ। ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୁଲିସ ଫୋର୍ସ। ଭୁବନେଶ୍ୱର ୩ଟି ଭସାଣ କମିଟି ରହିଛି। ସବୁ କମିଟି ପାଇଁ ସ୍ୱତନ୍ତ୍ର ଭସାଣି ଶୋଭାଯାତ୍ରା ଯିବାର ରୁଟ୍ କରାଯାଇଛି। ଭସାଣ ଉତ୍ସବ ବେଳେ ଟ୍ରାଫିକ ବ୍ୟବସ୍ଥା ଯେପରି ବ୍ୟାହତ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।

୩ ଜଣ ଅତିରିକ୍ତ ଡିସିପି ଭସାଣ ଉତ୍ସବ ଶୃଙ୍ଖଳିତ ଭାବେ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ଭସାଣ ସମୟରେ ବିଭିନ୍ନ ମେଢ ସହ ଯାଉଥିବା ଡିଜେ ମ୍ୟୁଜି୍କର ଶବ୍ଦ ୬୫ ଡେସିବିଲରୁ ଅଧିକ ହେବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୁଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe