Advertisment

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ଦିଆଯାଉଥିବା ଅନୁକମ୍ପା ରାଶିକୁ କମିଶନ ବଢ଼ାଇ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ତତ୍ତ୍ୱ […]

ଅଦ୍ୟତନ ହୋଇଛି
ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

balat-box

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ମତଦାନ। ମୋଟ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ଦିଆଯାଉଥିବା ଅନୁକମ୍ପା ରାଶିକୁ କମିଶନ ବଢ଼ାଇ ଦେଇଛନ୍ତି।

Advertisment

ରାଜ୍ୟ ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରଶି ପ୍ରଦାନ କରାଯିବ। ସେହିଭଳି ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ।

ନିର୍ବାଚନ ଡ୍ୟୁଟି ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀ ଭିନ୍ନକ୍ଷମ (ଉଦାହରଣ ସ୍ୱରୂପ ଗୋଡ଼ ବା ଦୃଷ୍ଟିଶକ୍ତି ହରାଇବା) ହୋଇଗଲେ ତାଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।

Advertisment

ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ଯୋଗୁଁ ବା ଅନ୍ୟ କୌଣସି କାରଣରୁ ଭିନ୍ନକ୍ଷମ ହୋଇଗଲେ ତାଙ୍କୁ ସାଢ଼େ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ହୋଇ ବା ଅନ୍ୟ କୌଣସି କାରଣରୁ ଗୁରୁତର ଆହତ ହେଲେ ତାଙ୍କୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ।

ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ନିର୍ବାଚନ ଡ୍ୟୁଟି ସମୟରେ କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ତାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ। ଏହି ସବୁ ବ୍ୟବସ୍ଥା ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେଉଥିବା ଉଭୟ ସରକାରୀ ଓ ବେସରକାରୀ ଗାଡ଼ି ଡ୍ରାଇଭର ମାନଙ୍କ କ୍ଷେତ୍ରରେ ବି ଲାଗୁ ହେବ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮,୭୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।ଏହାବାଦ ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ବାଲଟ ପେପର ପଠାଯାଇଛି। କଟକର ସରକାରୀ ପ୍ରେସରୁ ଏହି ବାଲଟ ପେପରକୁ ସୁରକ୍ଷିତ ଭାବେ ଜିଲ୍ଲାଗୁଡିକୁ ଯାଇଛି। ବାକି ଜିଲ୍ଲାର ବାଲଟ ପେପର ଆସନ୍ତାକାଲି ଓ ୨୧ ତାରିଖରେ ପଠାଯିବ । ପ୍ରତି ଜିଲ୍ଲାକୁ ୱାଟର ମାର୍କ ବାଲାଟ୍ ପେପର ପଠାଯାଉଛି । ୱାର୍ଡମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପୀ ଓ ସମିତି ସଭ୍ୟ ପାଇଁ ନୀଳ ରଙ୍ଗର ବାଲାଟ୍ ପେପର ପଠାଯାଉଛି । ଏହି ବାଲାଟ୍ ପେପରଗୁଡିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଠିକ୍‌ ସମୟରେ ସେଗୁଡିକୁ ବ୍ଲକକୁ ପଠାଯିବ।

Panchayat Election Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe