Advertisment

‘କାଲି ସୁଦ୍ଧା ଟିକା ନ ପହଞ୍ଚିଲେ ଅଧିକାଂଶ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଯେତିକି କୋଭିସିଲଡ୍ ଟିକା ଅଛି ଆଉ ୨ ଦିନ ଟିକାକରଣ ହୋଇପାରିବ । ତା ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଆସନ୍ତା ୧୫ ତାରିଖରେ ଆଉ ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଆସିବ ।  ତେଣୁ ପ୍ରାୟ ୩, ୪ ଦିନ ଟିକାକରଣ ବାଧାପ୍ରାପ୍ତ ହେବ। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲଡ୍ ଓ ୨ ଲକ୍ଷ ୯୮ […]

ଅଦ୍ୟତନ ହୋଇଛି
‘କାଲି ସୁଦ୍ଧା ଟିକା ନ ପହଞ୍ଚିଲେ ଅଧିକାଂଶ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ’

Bijay Panigrahi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଯେତିକି କୋଭିସିଲଡ୍ ଟିକା ଅଛି ଆଉ ୨ ଦିନ ଟିକାକରଣ ହୋଇପାରିବ । ତା ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଆସନ୍ତା ୧୫ ତାରିଖରେ ଆଉ ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍ କୋଭିସିଲ୍ଡ ଆସିବ ।  ତେଣୁ ପ୍ରାୟ ୩, ୪ ଦିନ ଟିକାକରଣ ବାଧାପ୍ରାପ୍ତ ହେବ।

Advertisment

ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲଡ୍ ଓ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ ମହଜୁଦ୍  ରହିଛି।  ଚଳିତ ମାସରେ  ରାଜ୍ୟ ପାଇଁ ୨୫ଲକ୍ଷ ୩୧ ,୮୦୦ ଡୋଜ କୋଟା ଅଛି। ଏ ପର୍ଯ୍ୟନ୍ତ ୧୧ ଲକ୍ଷ ୬୦ ହଜାର ୪୦୦ ଡୋଜ  ଆସି ସାରିଲାଣି  ।

କୋଭାକ୍ସିନ ଡୋଜ ଆଜି କିମ୍ବା କାଲି ୧ ଲକ୍ଷ ୭୩ ହଜାର ଆସିବ। ତେଣୁ କୋଭାକ୍ସିନ ଟିକାକରଣ ଚାଲିବ। ହେଲେ ଠିକ୍‌ ସମୟରେ କୋଭିସିଲ୍ଡ ଟିକା ନ ପହଞ୍ଚିଲେ  ବହୁ ଜିଲ୍ଲାରେ ଟିକାକରଣ ବନ୍ଦ ହେବ। ଆଜି ୪ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି ବୋଲି  କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Advertisment

ଏନେଇ ସେ କହିଛନ୍ତି, ରାଜ୍ୟରେ  ଟିକା ଅଭାବରୁ  ପ୍ରଥମ ପର୍ଯ୍ୟାୟ ଟିକାକରଣ ଧିମେଇ ଯାଉଥିବା ବେଳେ ୨୮ ଲକ୍ଷ ଲୋକଙ୍କୁ କୋଭିସିଲ୍ଡଡ ଦ୍ୱିତୀୟ  ଡୋଜ ଟିକା ଦିଆଯିବ। ଯେଉଁମାନେ ପ୍ରଥମ ଟିକା ନେବାର ୧୨ରୁ ୧୬ ସପ୍ତାହରେ ପହଞ୍ଚିଲେଣି, ସେମାନଙ୍କ ଦ୍ୱିତୀୟ ଡୋଜ ଦେବାକୁ ତତ୍ପରତା ପ୍ରକାଶ ପାଉଛି। ସେମାନଙ୍କ ମଧ୍ୟରୁ ଯେଉଁମାନେ ୧୬ ସପ୍ତାହ ପାଖାପାଖି ପହଞ୍ଚିଗଲେଣି ସେମାନଙ୍କୁ ପ୍ରାଥମିକତା ଦିଆଯିବ।

ଏହାବାଦ ଗର୍ଭବତୀଙ୍କ ଟିକାକରଣ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ତେବେ ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ ।  ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ ।

ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ପ୍ରଥମେ ସେମାନଙ୍କୁ ସଚେତନ କରାଯିବ । ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।  ଟିକା ନେବା ପରେ ସେମାନଙ୍କ ଉପରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ ବୋଲି  କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।   ଘର ଘର ବୁଲି ଗର୍ଭବତୀଙ୍କୁ ଟିକାକରଣ କରିବା ପ୍ରସ୍ତାବକୁ ବାରଣ କରାଯାଇଛି। କାରଣ ସେମାନେ ନିକଟସ୍ଥ କେନ୍ଦ୍ରକୁ ଆସି ଟିକା ନେଲେ ତାହାର  ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହୁଛି ତାହା ନଜରରେ ରହିବ।

ସେପଟେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହି  ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି , ଓଡ଼ିଶାର ୩ ଜିଲ୍ଲା ସମେତ ଭାରତର ୯୧ଟି ଜିଲ୍ଲାରେ ସଂକ୍ରମଣ କମିବା ମାତ୍ରା ବହୁତ କମ୍‌ ରହୁଛି। ତାହା ଧିରେ ଧିରେ କମୁଛି। ତୃତୀୟ ଲହର ଆସିପାରେ। ଏଥିପାଇଁ ନିଜେ ପ୍ରସ୍ତୁତ ରହିବା ଦରକାର। କୌଣସି ଜିନିଷ ସରଳ ରେଖାରେ ବଢ଼େନି, କି କମେନି। କଟକଣା କୋହଳ କରାଯିବାରୁ ଲୋକ ଖୁଲମଖୁଲା ହୋଇଗଲେଣି। ଫଳରେ ବିପଦ ବଢ଼ିବା ଆଶଙ୍କା ବି ବଢ଼ୁଛି।

Covid Vaccine Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe