‘ନିୟମ କଡ଼ାକଡ଼ି ପାଳନ କରନ୍ତୁ, ନଚେତ ଆସିବ ତୃତୀୟ ଲହର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ କରୋନା ଟ୍ରେଣ୍ଡ ୩ ହଜାର ଥିବା ବେଳେ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ଆହୁରି କମିବ ସଂକ୍ରମଣ । କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ କଲବଲ କଲା ପରେ ଆସନ୍ତା କିଛି ଦିନରେ ରାଜ୍ୟରେ କମିବ ସଂକ୍ରମଣ ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି । ସେହି ଆଧାରାରେ ଓଡ଼ିଶାରେ ବି କମିବ । […]

dr cbk mohanty

Niharika Rout
  • Published: Friday, 02 July 2021
  • , Updated: 02 July 2021, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ କରୋନା ଟ୍ରେଣ୍ଡ ୩ ହଜାର ଥିବା ବେଳେ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ଆହୁରି କମିବ ସଂକ୍ରମଣ । କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ କଲବଲ କଲା ପରେ ଆସନ୍ତା କିଛି ଦିନରେ ରାଜ୍ୟରେ କମିବ ସଂକ୍ରମଣ ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି । ସେହି ଆଧାରାରେ ଓଡ଼ିଶାରେ ବି କମିବ । ସେପଟେ ମହାମାରୀ ବ୍ୟାପିବା ବେଳେ ସବୁଠୁ ଅଧିକ ଆତଙ୍କିତ କରିଥିବା  ବ୍ଲାକ୍ ଫଙ୍ଗସ୍ ରାଜ୍ୟରେ ଏତେଟା ପ୍ରକୋପ ଦେଖାଇ ପାରିନି। ରାଜ୍ୟରେ ମେ ମାସରୁ ଏବେ ଯାଏ ଡେଲଟା ପ୍ଲସ୍ ଆକ୍ରାନ୍ତ ଜଣଙ୍କ ବ୍ୟତୀତ ଆଉ କେହି ଚିହ୍ନଟ ହୋଇନାହାନ୍ତି । ତେଣୁ ଡେଲଟା ପ୍ଲସ୍‌କୁ ନେଇ ଅଯଥାରେ ଆତଙ୍କିତ ହେବାର  କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

କିନ୍ତୁ କଟକଣା କୋହଳ ହେଲା ପରେ ବି ନିୟମ କଡ଼ାକଡ଼ି ପାଳନ କରନ୍ତୁ ଲୋକେ । ନଚେତ ତୃତୀୟ ଲହର ଆସିପାରେ ବୋଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ତୃତୀୟ ଲହର ଏବେ ବି ସମ୍ଭାବନା ସ୍ତରରେ ରହିଛି । କିନ୍ତୁ ଏଥିପାଇଁ ସତର୍କ ଓ ସଚେତନା ହେବା ଜରୁରୀ ।

ଜୁଲାଇ ମାସରେ ଦୃତ ଗତିରେ ସଂକ୍ରମଣ କମିନି ହେଲେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ । ସେହିପରି ରାଜ୍ୟରେ ଡେଲଟା ପ୍ଲସ୍ ଭାରିଏଣ୍ଟ ଅଧିକ ସଂକ୍ରମିତ ନୁହଁ । ବିଶ୍ୱର ବିଭିନ୍ନ ଦେଶରେ ମାତ୍ର ଦୁଇ ଶହ ଜଣ ଏହି ଭ୍ୟାରିଏଣ୍ଟରେ ଚିହ୍ନଟ ହୋଇଛନ୍ତି ।   WHO ମଧ୍ୟ ଏଥିପ୍ରତି ଆତଙ୍କିତ   ନହେବାକୁ କହିଛି ବୋଲି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ଅପରପକ୍ଷେ, ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସହିତ ଆଉ ୫ଟି ରାଜ୍ୟକୁ ମଧ୍ୟ ଏପରି ସ୍ୱତନ୍ତ୍ର ଟିମ୍ ପଠାଇବାକୁ ସ୍ଥିର ହୋଇଛି ।  ସେହି ରାଜ୍ୟଗୁଡ଼ିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବା କୁହାଯାଉଛି।

ପବ୍ଲିକ ହେଲ୍‌ଥ ସ୍ପେସାଲିଷ୍ଟ AIIH & PH ଡାକ୍ତର ଏ. ଡାନଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ । ସେମାନେ କୋଭିଡ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ଓ ଟିକାକରଣ ବ୍ୟବସ୍ଥାର ଅନୁଧ୍ୟାନ କରିବେ ।  ତା’ସହିତ ହସ୍ପିଟାଲ ବେଡ୍, ଭେଣ୍ଟିଲେଟର, ଅକ୍ସିଜେନର ମଧ୍ୟ ସ୍ଥିତି  ପରଖିବ ଟିମ୍‌।  ତା ପରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟକୁ ଏହି ଟିମ୍ ପରାମର୍ଶ ଦେବ ।  ଏଥିସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ଦେବ ।

Related story