Advertisment

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆହେଲେ ଦେଖାଯିବ ସ୍ୱର୍ଗଦ୍ୱାର

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆହେଲେ ଦେଖାଯିବ ସ୍ୱର୍ଗଦ୍ୱାର। ତେଣୁ ୪୦ ଫୁଟ୍ ଚଉଡ଼ା ହେବାକୁ ଯାଉଛି ବାଲିସାହି-ସମୁଦ୍ରକୂଳ ରାସ୍ତା। ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ବାଲି ସାହି ଅଞ୍ଚଳର […]

୭୫ କୋଟିର ୟୁସି ଦେଇନି ଶ୍ରୀମନ୍ଦିର ପ୍ରଶାସନ, ଭକ୍ତ ନଚଢ଼ିବା ପାଇଁ ୨ ବର୍ଷରେ ଦଇତାପତିଙ୍କୁ ୩ କୋଟି

Puri JagannathTemple

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆହେଲେ ଦେଖାଯିବ ସ୍ୱର୍ଗଦ୍ୱାର। ତେଣୁ ୪୦ ଫୁଟ୍ ଚଉଡ଼ା ହେବାକୁ ଯାଉଛି ବାଲିସାହି-ସମୁଦ୍ରକୂଳ ରାସ୍ତା। ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ବାଲି ସାହି ଅଞ୍ଚଳର କେତେକ ମୁରବି ଶ୍ରେଣୀୟ ଲୋକଙ୍କୁ ଡାକି ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଛି। ପ୍ରଶାସନ ପ୍ରଥମେ ଏହି ରାସ୍ତା ୬୦ ଫୁଟ୍‌ ଚଉଡ଼ା କରିବାକୁ ଯୋଜନା କରିଥିଲା। ହେଲେ କଡ଼ା ଆପତ୍ତି ଉଠିବାରୁ ଏହାକୁ କମାଇ ୪୦ ଫୁଟ୍‌ ରଖିବାକୁ ସ୍ଥିର କରିଛି। ତେଣେ ଅଞ୍ଚଳବାସୀ କିନ୍ତୁ ୩୦ ଫୁଟ୍‌ ଭିତରେ ରାସ୍ତା ପ୍ରଶସ୍ତିକରଣ ସୀମିତ ରଖିବାକୁ ଦେଇଛନ୍ତି ପ୍ରସ୍ତାବ। ଯଦି ଏଥିରେ ବ୍ୟତିକ୍ରମ ଘଟେ, ତାହା ହେଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକ୍ରମ ପାଇଁ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି। କାମ ଶୀଘ୍ର ଆଗେଇବ।

ଦେଖିବାକୁ ଗଲେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟ କାକୁଡ଼ିଖାଇ ଛକ ପାଖରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିବା ବାଲି ସାହି ରାସ୍ତା ବେଶ୍ ଜନଗହଳିପୂର୍ଣ୍ଣ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସମୁଦ୍ରକୂଳକୁ ଯାତ୍ରୀମାନେ ଏହି ବାଟ ଦେଇ ଯାଇଥାଆନ୍ତି। ଏହି ରାସ୍ତାଟି କେଉଁଠି ଓସାରିଆ ତ କେଉଁଠି ଅଣ ଓସାରିଆ। ଚାରି ଚକିଆ ଯାନଟିଏ ଆଦୌ ଯାଇପାରିବ ନାହିଁ। କାରଣ ରାସ୍ତା ସାରା ଛୋଟବଡ଼ ଦୋକାନ ସହ ମଠ ଓ ମନ୍ଦିରର ଯାଗା ମଧ୍ୟ ରହିଛି। ତା’ସହ ରାସ୍ତାକଡ଼ରେ ଶହ ଶହ ଛୋଟ ବଡ଼ ଦୋକାନ କରି ଲୋକେ ଗୁଜୁରାଣ ମେଣ୍ଟାଉଛନ୍ତି। ତେଣୁ ରାସ୍ତା ପ୍ରଶସ୍ତିକରଣ କଥା ଶୁଣି ଅନେକ ବ୍ୟବସାୟୀଙ୍କ ମନରେ ପଶିଲାଣି ଛନକା। ସେମିତି ଜଣେ ହେଲେ ଖଜା କାରିଗର ଗଗନ ବିହାରୀ ପଣ୍ଡା। ସେ କହିଛନ୍ତି, ରାସ୍ତା ଚଉଡ଼ା ହେଲେ ଦୋକାନ ଭାଙ୍ଗିବ। ତାଙ୍କ ଜୀବୀକା ଚାଲିଯିବ। ସେମିତି ଆଉ କିଛି ସାହି ବାସିନ୍ଦା ଜିଲ୍ଲାପ୍ରଶାସନ ବୈଠକରେ ଯୋଗ ଦେଇଥିବା ବାହାର ଲୋକଙ୍କ ଉପସ୍ଥିତିକୁ ନେଇ କଡ଼ା ଆପତ୍ତି ଉଠାଇଥିବା ବେଳେ ଆଉ କିଛି କହିଛନ୍ତି ଆଗେ ଥଇଥାନ, ତା’ପରେ ରାସ୍ତା ପ୍ରଶସ୍ତିକରଣ।

Advertisment

ଶ୍ରୀମନ୍ଦିର-ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ ଭଳି ଶ୍ରୀମନ୍ଦିର-ଲୋକନାଥ ମନ୍ଦିର ରୋଡକୁ ମଧ୍ୟ ଚଉଡ଼ା କରିବାକୁ ଯୋଜନା ରଖିଛି ପୁରୀ ଜିଲ୍ଲା ପ୍ରଶାସନ। ସେଥିପାଇଁ ମଧ୍ୟ ଆରମ୍ଭ ହୋଇ ସାରିଛି ଆନୁସଙ୍ଗିକ ପ୍ରକ୍ରିୟା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe