Advertisment

ଇଡିରେ ହାଜର ହେଲେ ଅଭୟ ପାଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ ED ନିକଟରେ ହାଜର ହୋଇଛନ୍ତି। ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ଅଭୟକାନ୍ତଙ୍କୁ ସମନ ଜାରି କରାଯାଇଥିଲା। ଯାହା ପରେ ଆଜି ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଅଭୟକାନ୍ତଙ୍କୁ ଦିନ ସାଢେ ୧୧ଟାରୁ ଜେରା କରିଥିଲେ ଇଡି ଅଧକାରୀ। ସେପଟେ ଏ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ […]

author-image
Ranjit Kumar Jena
୬ ମାସ ପରେ ଜେଲ୍‌ରୁ ବାହାରିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ

IFS Abhaya Pathak

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ ED ନିକଟରେ ହାଜର ହୋଇଛନ୍ତି। ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ଅଭୟକାନ୍ତଙ୍କୁ ସମନ ଜାରି କରାଯାଇଥିଲା। ଯାହା ପରେ ଆଜି ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।

Advertisment

ଅଭୟକାନ୍ତଙ୍କୁ ଦିନ ସାଢେ ୧୧ଟାରୁ ଜେରା କରିଥିଲେ ଇଡି ଅଧକାରୀ। ସେପଟେ ଏ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ମଧ୍ୟ ଇ଼ଡି ପକ୍ଷରୁ ସମନ୍ କରାଯାଇଛି। ଏମାନଙ୍କୁ ପୂର୍ବରୁ ହାଜର ସମନ ହୋଇଥିଲା, ଏବଂ ହାଜର ପାଇଁ ସମୟ ମାଗିଥିବା ସତ୍ତ୍ୱେ ଦ୍ୱିତୀୟ ଥର ଲାଗି ସମନ୍ କରାଯାଇଛି।

ସେହିଭଳି ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା ଲାଗି ଇଡି ଯୋଜନା କରିଛି।

Advertisment

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୦୨୦ ନଭେମ୍ବରରେ ଭିଜିଲାନ୍ସ ୧୩ଟି ସ୍ଥାନରେ ଚଢାଉ କରିଥିଲା। ସେତେବେଳେ ଭିଜିଲାନ୍ସ ୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୯ କୋଟି ୪ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା ସୂଚନା ମିଳିଥିଲା।

ସୂଚନାଯୋଗ୍ୟ, ଗତ ଜୁନ୍ ମାସ ୧୮ ତାରିଖରେ ଅଭୟ ଝାରପଡ଼ା ଜେଲରୁ ମୁକୁଳିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା।