Advertisment

‘ମୋ ପୁଅର ମାସିକ ଦରମା କୋଟିଏ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ପୁଅର ମାସିକ ଦରମା କୋଟିଏ । ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ଦରମା କୋଟିଏ ବୋଲି ଆଜି ପ୍ରତିକ୍ରିୟା ଦେଇଛନ୍ତି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟ ପାଠକ । ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ସମୟରେ ଅଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ପୁଅର ମାସିକ କୋଟିଏ ଟଙ୍କା […]

ଅଦ୍ୟତନ ହୋଇଛି
‘ମୋ ପୁଅର ମାସିକ ଦରମା କୋଟିଏ’

abhaya-akash

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ପୁଅର ମାସିକ ଦରମା କୋଟିଏ । ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ଦରମା କୋଟିଏ ବୋଲି ଆଜି ପ୍ରତିକ୍ରିୟା ଦେଇଛନ୍ତି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟ ପାଠକ ।

Advertisment

ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ସମୟରେ ଅଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ପୁଅର ମାସିକ କୋଟିଏ ଟଙ୍କା ଦରମା ବୋଲି କହିଛନ୍ତି । ଏଥିସହ କିଛି ଠକେଇ ହୋଇନି । ସବୁ କିଛି ଯଥାର୍ଥ ଅଛି । ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ ।  ବିଭାଗରେ ଥାଇ ଅର୍ଥ ହଡ଼ପ କରିନାହାନ୍ତି ବୋଲି ପାଠକ କହିଛନ୍ତି ।

ସେପଟେ IFS ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, “ଯାହା ସବୁ ଆରୋପ ଲଗାଯାଇଛି ସବୁ ଭୁଲ୍, ପ୍ରତିଶୋଧ ପରାୟଣ ହୋଇ ଏସବୁ କରାଯାଉଛି, କୋର୍ଟରେ ସବୁ କିଛି ପ୍ରମାଣ ଦେବି।”

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଗତ ଦୁଇ ଦିନ ତଳେ ଭିଜିଲାନ୍ସ ଚଢ଼ାଇ କରିଥିଲା । ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଅଭୟକାନ୍ତଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି । ଗ୍ୟାରେଜରେ ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭର୍ଙ୍କ ନାଁରେ ବି ଠୁଳ ହୋଇଛି ବ୍ଲାକମନି।  ଭିଜିଲାନ୍ସ ଚଢ଼ାଉରୁ ଏପରି ଅମାପ ସଂପତ୍ତିର ପତ୍ତା ମିଳିବା ପରେ ବଢ଼ିଛି  ଅଭୟକାନ୍ତ ପାଠକଙ୍କ ଅଡ଼ୁଆ ବଢ଼ିଛି ।   କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସେ ଛନ୍ଦି ହୋଇ ପଡ଼ିଛନ୍ତି।

ସେପଟେ ପୁଅ ଆକାଶ ପାଠକଙ୍କ କଳା କାରନାମା ବିରୋଧରେ ପୂର୍ବରୁ ସଙ୍ଗୀନ ଅଭିଯୋଗ ଆସି ଥିଲା । ପୁଅ ଆକାଶ ବିରୋଧରେ କ୍ରାଇମଂବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସି ଥିଲା । ଏନେଇ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇ ଥିଲା ଟାଟା ମୋଟର୍ସ  । ଆକାଶଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ ହୋଇ ଥିଲା ।  ଗତ ୧୮ ମେ’ରେ ଏହି ଅଭିଯୋଗ ଆଣିଥିଲା ଟାଟା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe