ଆଇଆଇସିଙ୍କ ମୃତ୍ୟୁରୁ ହଟିନି ପରଦା; ପୁଲିସର ରାତିଅଧିଆ ମିଟିଂକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ  ୩ ଦିନ ଅତିକ୍ରମ କଲାଣି। ଦେବ ଗମାଙ୍ଗଙ୍କ ଏପରି ଆକସ୍ମିକ ମୃତ୍ୟୁକୁ  ପରିବାର ଲୋକ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଏହା ପଛର ସତ ପଦାକୁ ଆସୁ ବୋଲି ଦାବି ଜଣାଇଛନ୍ତି।  ଘଟଣା ବେଳେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଦେବ ଗମାଙ୍ଗଙ୍କ ସରକାରୀ କ୍ୱାଟର୍ସରେ ଉପସ୍ଥିତ ଥିବା ବେଳେ ସେମାନଙ୍କ ଭୂମିକା […]

police

police

Niharika Rout
  • Published: Monday, 28 March 2022
  • Updated: 28 March 2022, 04:32 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ  ୩ ଦିନ ଅତିକ୍ରମ କଲାଣି। ଦେବ ଗମାଙ୍ଗଙ୍କ ଏପରି ଆକସ୍ମିକ ମୃତ୍ୟୁକୁ  ପରିବାର ଲୋକ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଏହା ପଛର ସତ ପଦାକୁ ଆସୁ ବୋଲି ଦାବି ଜଣାଇଛନ୍ତି।  ଘଟଣା ବେଳେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଦେବ ଗମାଙ୍ଗଙ୍କ ସରକାରୀ କ୍ୱାଟର୍ସରେ ଉପସ୍ଥିତ ଥିବା ବେଳେ ସେମାନଙ୍କ ଭୂମିକା ନେଇ ତଦନ୍ତ ଚଳାଇଛି ଏଚ୍ଆରପିସି ।

ଏପରି ସମୟରେ ଶାଳୁଆପଲ୍ଲୀ ନେଚର କ୍ୟାମ୍ପରେ ତଥାକଥିତ ପୁଲିସ୍ ଅଧିକାରୀଙ୍କ ହୋଇଥିଲା ରାତି ଅଧିଆ ବୈଠକ ।  ଗତକାଲି ରାତିରେ କିଛି ବରିଷ୍ଠ ପୋଲିସ୍ ଅଧିକାରୀ ଗେଷ୍ଟ ହାଉସ୍‌ରେ ଏକାଠି ହୋଇଥିବା, ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ଚାଲିଥିବା କୁହାଯାଉଛି । ଗେଷ୍ଟ ହାଉସ୍ ବାହାରେ ଥିବା କିଛି ଗାଡ଼ିରୁ ଏଇ ବୈଠକରେ ପୁଲିସ୍‌ର ବଡ଼ ଅଧିକାରୀମାନେ ଉପସ୍ଥିତ ଥିବା ଅନୁମାନ କରାଯାଉଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ବୈଠକ ହୋଇଥିଲା, କେଉଁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

ଦେବକୁମାରଙ୍କ ସର୍ଭିସ୍ ରିଭରଭଲ୍‌ରୁ ଗୁଳି କେମିତି ଫୁଟିଲା ତା ଉପରୁ ଏ ପର୍ଯ୍ୟନ୍ତ ପରଦା ହଟି ନଥିଲା ବେଳେ ପୁଲିସ୍‌ ଅଧିକାରୀଙ୍କ ରାତି ଅଧିଆ ବୈଠକକୁ ନେଇ ଅନେକ ଚର୍ଚ୍ଚା ହେଉଛି । ପୂର୍ବରୁ ମୃତ ଥାନା ଅଧିକାରୀଙ୍କ ପତ୍ନୀ କର୍ମକ୍ଷେତ୍ରରେ ଚାପ ପ୍ରସଙ୍ଗ ଉଠାଇବା ସହ ଘଟଣାର ତଦନ୍ତ ଦାବି କରି ନ୍ୟାୟ ମାଗିଛନ୍ତି।  ଥିଲେ । ଏହି ଘଟଣାର ତଦନ୍ତ ଭାର ଏଚ୍ଆରପିସିକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ୍‌ ଅଧିକାରୀ ରାତି ଅଧିଆ ବୈଠକରେ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଥିଲେ,  ଗେମ୍‌ ପ୍ଲାନ୍‌ କ’ଣ ଫାଇନାଲ୍‌ କଲେ ତାହା ଉପରେ ସମସ୍ତଙ୍କ ନଜର।

ଦେବ ଗମାଙ୍ଗଙ୍କ ଗାଙ୍ଗପୁର ଥାନା ପରିସରରେ ଥିବା ସରକାରୀ ଘରେ ଏହି ଅଘଟଣ ଘଟିଥିଲା। ଦେବ ଗମାଙ୍ଗଙ୍କ ମା’ଙ୍କ ସୂଚନା ଅନୁଯାୟୀ ଘଟଣା ଘଟିବା ବେଳେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଘରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ କୌଣସି ବିଷୟରେ ଆଲୋଚନା ଚାଲିଥିଲା। ଆଲୋଚନା ବେଳେ ଉଚ୍ଚ ସ୍ୱର ବି ଶୁଣିବାକୁ ମିଳିଥିଲା।

ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଗାଙ୍ଗପୁର ଥାନା ଆଇଆଇସିଙ୍କ ଘରକୁ କାହିଁକି ଯାଇଥିଲେ ଓ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା, ସେ ନେଇ ପୁଲିସ୍ ବିଭାଗ ପକ୍ଷରୁ ଏଯାଏଁ କିଛି କୁହାଯାଇନାହିଁ। ସେହିପରି ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ସେଠାରେ ଥିବା ତାଙ୍କ ରୋଷେୟାକୁ ବାହାରକୁ ଚାଲିଯିବାକୁ କହିଥିବା ଜଣାପଡ଼ିଛି। ଘଟଣାଟି ସନ୍ଦେହ ଘେରରେ ଥିବା ବେଳେ ଓ ଏଥିରେ ଦୁଇ ଜଣ ପୁଲିସ୍ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠିଥିବା ବେଳେ ଏହାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଗାଙ୍ଗପୁର ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍ୱାମୀଙ୍କ ଉପରେ କାମର ଚାପ ଥିଲା। ଘଟଣାର ସଠିକ୍ ତଦନ୍ତ କରାଯାଇ ଆମକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି ଜଣାଯାଇଛନ୍ତି ସ୍ୱର୍ଗତ ଦେବ ଗମାଙ୍ଗଙ୍କ ପତ୍ନୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story