Advertisment

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜଟଣୀ ଆଇଆଇସି

ଖୋର୍ଦ୍ଧା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ  ସ୍ଥାନୀୟ କୁଦିଆରୀ ଗ୍ରାମର  ଜଣେ  ଯୁବକଙ୍କୁ ଏକ ଜମିଜମା  ମାମଲା ସମାଧାନ  ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ସମ୍ପୃକ୍ତ  ଯୁବକ ତାଙ୍କୁ ଏହି ଟଙ୍କା ଦେବା ଆଗରୁ […]

author-image
Tapas Behera
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜଟଣୀ ଆଇଆଇସି

iic4-750x430

ଖୋର୍ଦ୍ଧା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

Advertisment

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ  ସ୍ଥାନୀୟ କୁଦିଆରୀ ଗ୍ରାମର  ଜଣେ  ଯୁବକଙ୍କୁ ଏକ ଜମିଜମା  ମାମଲା ସମାଧାନ  ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ସମ୍ପୃକ୍ତ  ଯୁବକ ତାଙ୍କୁ ଏହି ଟଙ୍କା ଦେବା ଆଗରୁ ଭିଜିଲାନ୍ସ କତ୍ତୃପକ୍ଷଙ୍କୁ ଏ ବାବଦରେ ଜଣାଇଥିଲେ। ଆଜି ସନ୍ଧ୍ୟାରେ ଚୁକ୍ତି ମୁତାବକ ଟଙ୍କା ନେଉଥିବା ବେଳେ ଜଟଣୀ ଥାନା ପରିସରରେ ହଠାତ ଚଢ଼ାଉ କରି ଲାଞ୍ଚ ନେଉଥିବା ଅବସ୍ଥାରେ ସଂଜୀବଙ୍କୁ ଧରିଥିଲା ଭିଜିଲାନ୍ସ। ପରେ ଭିଜିଲାନ୍ସ ପକ୍ଷରୁ ଜଟଣୀସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲେ। ଖବର ଲେଖାହେବା ବେଳକୁ ଚଢ଼ାଉ ଜାରି  ରହିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ସଂଜୀବ ସାଧାରଣ ଲୋକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଦୁଇ ଦୁଇ ଥର ତାଙ୍କ ନାମରେ ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତି ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଥିଲେ। ଏପରିକି ଉକ୍ତ ଦମ୍ପତିଙ୍କୁ ସଂଜୀବ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Advertisment