Advertisment

Suspended IIC Surrenders: କୋର୍ଟରେ ଆତ୍ମସମର୍ପଣ କଲେ ୭ ମାସ ହେଲା ଫେରାର ଥିବା ଆଇଆଇସି

ପ୍ରାୟ ୭ ମାସ ଧରି ଫେରାର ରହିବା ପରେ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ। ସେ ଆଜି ଜୟପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

author-image
Jitendra Garnayak
Rajesh

ପ୍ରାୟ ୭ ମାସ ଧରି ଫେରାର ରହିବା ପରେ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ। ସେ ଆଜି ଜୟପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। 
ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ସଂପର୍କରେ ଥିବା ନେଇ ଅଭିଯୋଗ ରହିଛି। କୋରାପୁଟରେ କାର୍ଯ୍ୟରତ ଥିବା ବେଳେ ସେ ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରିବା ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଜୟପୁର ଟାଉନ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।  

Advertisment

ଏହି ମାମଲାରେ ଗତ ବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଜୟପୁରର ତତ୍‌କାଳୀନ ଏସଡିପିଓ ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ରାଜେଶ ବଳିଆରସିଂହଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ନେଇ ପଚରାଉଚରା କରିଥିଲେ। ତେବେ ରାଜେଶ ବଳିଆରସିଂହ ସେଠାରେ ସେମାନଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲେ। 

ଏତେ ମାସ ଧରି ଫେରାର ରହିବା ପରେ ଗତ କିଛି ଦିନ ତଳେ ନିଜ ଓକିଲଙ୍କ ମାଧ୍ୟମରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ। ଜୟପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜେଶ ବଳିଆରସିଂହ ଆଜି ଜୟପୁର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ସିକ୍ୟୁରିଟୀ ଓ ବିଭିନ୍ନ ସର୍ତ୍ତ ଲଗାଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। 

Advertisment

ରାଜେଶଙ୍କ ଓକିଲ ପି. ରମେଶ ପାତ୍ର କହିଛନ୍ତି, ସର୍ତ୍ତ ଅନୁସାରେ ଏହି ମାମଲାରେ ପ୍ରତ୍ୟେକ ଶୁଣାଣିରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ। ସେ ମୁଦାଲାମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। ତା’ ସହିତ ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ ସହଯୋଗ କରିବାକୁ ତାଙ୍କୁ କୁହାଯାଇଥିବା ତାଙ୍କ ଓକିଲ କହିଛନ୍ତି।