Advertisment

ଏସ୍‌ଆଇଙ୍କ ମୃତ୍ୟୁ ମାମଲା, ବଦଳି ହେଲେ ଆଇଆଇସି

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଆଇଆଇସିଙ୍କ ବଦଳି ନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ରେବତୀଙ୍କ ବଦଳରେ ଟିକାବାଲି ଥାନା ଆଇଆଇସିଙ୍କୁ ଜି. ଉଦୟଗିରି ଥାନା ଦାୟିତ୍ୱ ଦିଆଯାଇଛି । ଜି. ଉଦୟଗିରି ଏସ୍ଆ‌ଇ ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଆଇଆଇସି ରେବତୀ ଶବରଙ୍କୁ ଦାୟୀ କରିଛି ତାଙ୍କ ପରିବାର। ଶନିବାର ରାତିରେ ସ୍ୱାଗତିକାଙ୍କ ମା’ ଓ ଭାଇ ଜି ଉଦୟଗିରି ଏସ୍‌ଡିପିଓଙ୍କ ନିକଟରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଏସ୍‌ଆଇଙ୍କ ମୃତ୍ୟୁ ମାମଲା, ବଦଳି ହେଲେ ଆଇଆଇସି

Dead SI

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଆଇଆଇସିଙ୍କ ବଦଳି ନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ରେବତୀଙ୍କ ବଦଳରେ ଟିକାବାଲି ଥାନା ଆଇଆଇସିଙ୍କୁ ଜି. ଉଦୟଗିରି ଥାନା ଦାୟିତ୍ୱ ଦିଆଯାଇଛି । ଜି. ଉଦୟଗିରି ଏସ୍ଆ‌ଇ ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଆଇଆଇସି ରେବତୀ ଶବରଙ୍କୁ ଦାୟୀ କରିଛି ତାଙ୍କ ପରିବାର।

Advertisment

ଶନିବାର ରାତିରେ ସ୍ୱାଗତିକାଙ୍କ ମା’ ଓ ଭାଇ ଜି ଉଦୟଗିରି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାରି ଝୁଲାଇ ଦେଇଛନ୍ତି ନ ହେଲେ ତାଙ୍କ ନିର୍ଯାତନା ସହି ନପାରି ସ୍ୱାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ।

ସୂଚନା ଥାଉକି, ଗତ ଶନିବାର ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ଆଜି ସକାଳେ ସ୍ୱାଗତିକାଙ୍କ ମୃତଦେହ ପୈତୃକ ଗାଁ ନିରକାରାପୁରର ପାଣ୍ଡଵପାଟଣାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ୱାଗତିକାଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ  ପରିବାର ଓ ଗ୍ରାମବାସୀ ନିରକାରାପୁର କଲେଜ ଛକରେ ଧାରଣା ଦେଇଛନ୍ତି।  ଏହାସହ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଛନ୍ତି।

Advertisment