Advertisment

ମରଣ ମୁହଁରେ ହାତୀ, ଛାଡ଼ି ଚାଲିଗଲା ଡାକ୍ତରୀ ଟିମ୍‌

କେନ୍ଦୁଝର(ପ୍ରଣୟ ପାଣି): ବିଗିଡ଼ିବାରେ ଲାଗିଛି କେନ୍ଦୁଝର ଜିଲ୍ଲାରେ ଅସୁସ୍ଥ ହୋଇ ପଡ଼ିଥିବା ମାଈ ହାତୀର ସ୍ୱାସ୍ଥ୍ୟବସ୍ଥା। ଦୀର୍ଘ ୫ ଦିନ ଧରି ଉପରସୁମଠରେ ହାତୀର ଚିକିତ୍ସା କରାଯାଉଥିଲେ ବି କୌଣସି ଉନ୍ନତି ପରିଲକ୍ଷିତ ହେଉନି। ହାତୀଟି ମରଣ ସହ ସଂଘର୍ଷ କରୁଥିବା ବେଳେ ତାକୁ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତରୀ ଟିମ୍। ଏଥିଯୋଗୁ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଡାକ୍ତର ଏବେ ଅସୁସ୍ଥ ହାତୀର ଚିକିତ୍ସା କରୁଛନ୍ତି। ହେଲେ […]

ଅଦ୍ୟତନ ହୋଇଛି
ମରଣ ମୁହଁରେ ହାତୀ, ଛାଡ଼ି ଚାଲିଗଲା ଡାକ୍ତରୀ ଟିମ୍‌

hati-1..1-1

Advertisment

କେନ୍ଦୁଝର(ପ୍ରଣୟ ପାଣି): ବିଗିଡ଼ିବାରେ ଲାଗିଛି କେନ୍ଦୁଝର ଜିଲ୍ଲାରେ ଅସୁସ୍ଥ ହୋଇ ପଡ଼ିଥିବା ମାଈ ହାତୀର ସ୍ୱାସ୍ଥ୍ୟବସ୍ଥା। ଦୀର୍ଘ ୫ ଦିନ ଧରି ଉପରସୁମଠରେ ହାତୀର ଚିକିତ୍ସା କରାଯାଉଥିଲେ ବି କୌଣସି ଉନ୍ନତି ପରିଲକ୍ଷିତ ହେଉନି। ହାତୀଟି ମରଣ ସହ ସଂଘର୍ଷ କରୁଥିବା ବେଳେ ତାକୁ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତରୀ ଟିମ୍। ଏଥିଯୋଗୁ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଡାକ୍ତର ଏବେ ଅସୁସ୍ଥ ହାତୀର ଚିକିତ୍ସା କରୁଛନ୍ତି। ହେଲେ ଭୁବନେଶ୍ୱରରୁ ଯାଇଥିବା ଗୋଟିଏ ଟିମ୍‌ ଓ ଶିମିଳିପାଳରୁ ଯାଇଥିବା ୨ଟି ଟିମ୍‌ ଘଟଣାସ୍ଥଳରୁ ପଳାଇଛନ୍ତି। ଦୁଇ ଦିନ ଧରି ହାତୀ ଖାଦ୍ୟ ଖାଇଥିବା ବେଳେ ଆଜି କିନ୍ତୁ ଖାଇବା ଛାଡ଼ି ଦେଇଛି। କେବଳ ଔଷଧ ଓ ସାଲାଇନ୍ ଚାଲିଛି। ଫଳରେ ଏବେ ହାତୀର ଚିକିତ୍ସା କିପରି ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ଗତ ରବିବାରଠୁ  ହାତୀର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୪ ଦିନ ପରେ ବି  ରିପୋର୍ଟ ଆସି ପାରି ନାହିଁ।    ତେଣୁ ହାତୀଟି ହର୍ପିସ୍‌ କିମ୍ବା ଅନ୍ୟ କେଉଁ ରୋଗରେ ଆକ୍ରାନ୍ତ ହୋଇଛି ତାହା ସ୍ପଷ୍ଟ ହୋଇନି। ଗତ ମାସ ନନ୍ଦନକାନନରେ ହର୍ପିସ୍ ଭୂତାଣୁ ସଂକ୍ରମଣରେ ଚାରି ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି କଟକ କୂଅମଡ଼ା ଜଙ୍ଗଲରେ ଦୁଇଦିନ ତଳେ ଏକ ମାଈ ହାତୀର ମୃତ୍ୟୁ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe