ସ୍ମାର୍ଟ ସିଟିରେ ଡାନ୍ସ ବାର୍‌ ନାଁରେ ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଯେତିକି ସ୍ମାର୍ଟ ହେଉଛି ସେତିକି ନୂଆ ଢଙ୍ଗରେ ବଢୁଛି ଆପରାଧିକ କାର୍ଯ୍ୟକଳାପ। ଚୋରାରେ ଚାଲିଛି ଡାନ୍ସ ବାର ଓ ମଦ କରବାର। ପୋଲିସର ଅନୁମତି ନ ଥିଲେ ମଧ୍ୟ ସଂଧ୍ୟା ହେବା କ୍ଷଣି ଖୁଲମଖୁଲା ଜମୁଛି ବେପାର। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ରାଜଧାନୀ ଭୁବନେଶ୍ୱରର ଜଳଗହଳୀପୂର୍ଣ୍ଣ ସ୍ଥାନଗୁଡିକରେ ଏଭଳି କାରବାର ବେଧଡକ୍‌ ଚାଲୁଛି। ନାଚଗାନା ଆସରରେ ରାଜ୍ୟ ଓ ରାଜ୍ୟ ବାହାରର ଯୁବତୀଙ୍କୁ ନିୟୋଜିତ କରାଯାଉଛି। ପ୍ରଶାସନିକର ଗାଇଡ୍‌ ଲାଇନକୁ ଫୁ […]

dance-bar-copy-1

Mihir Pattnayak
  • Published: Saturday, 18 August 2018
  • , Updated: 19 August 2018, 10:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଯେତିକି ସ୍ମାର୍ଟ ହେଉଛି ସେତିକି ନୂଆ ଢଙ୍ଗରେ ବଢୁଛି ଆପରାଧିକ କାର୍ଯ୍ୟକଳାପ। ଚୋରାରେ ଚାଲିଛି ଡାନ୍ସ ବାର ଓ ମଦ କରବାର। ପୋଲିସର ଅନୁମତି ନ ଥିଲେ ମଧ୍ୟ ସଂଧ୍ୟା ହେବା କ୍ଷଣି ଖୁଲମଖୁଲା ଜମୁଛି ବେପାର। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ରାଜଧାନୀ ଭୁବନେଶ୍ୱରର ଜଳଗହଳୀପୂର୍ଣ୍ଣ ସ୍ଥାନଗୁଡିକରେ ଏଭଳି କାରବାର ବେଧଡକ୍‌ ଚାଲୁଛି।

ନାଚଗାନା ଆସରରେ ରାଜ୍ୟ ଓ ରାଜ୍ୟ ବାହାରର ଯୁବତୀଙ୍କୁ ନିୟୋଜିତ କରାଯାଉଛି। ପ୍ରଶାସନିକର ଗାଇଡ୍‌ ଲାଇନକୁ ଫୁ କରି ଯେଉଁଠି ଯୁବତୀ ନାଚୁଛନ୍ତି ସେଇଠି ପରସା ଯାଉଛି ମଦ। ଏମିତି କରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ଅସାଧୁ ବାର୍ ମାଲିକ । ଗତକାଲି ବେଆଇନ ଭାବେ ଚାଲୁଥିବା ଏମିତି ଏକ ବାର ଉପରେ ପୋଲିସ ଚଢାଉ କରିବା ସହ ଏହାକୁ ସିଲ୍‌ କରିଦେଇଛି। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ କାହିଁକି ଏ ଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି।

ସଞ୍ଜ ନଇଁବା କ୍ଷଣି ରାଜଧାନୀରେ ଏମିତି ରଙ୍ଗୀନ ଆସର ଜମୁଥିବା ସମସ୍ତେ ଜାଣନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଏ ବର୍ଷ କୌଣସି ଗୋଟିଏ ବାର୍‌କୁ ପ୍ରଶାସନିକ ଅନୁମତି ମିଳିନାହିଁ ବୋଲି ଏକସାଇଜ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ଖୁଲମଖୁଲା ଏଭଳି ଆସର ଚାଲିଥିବା ବେଳେ ପୋଲିସ କି ଅବକାରୀ ବିଭାଗର ନିଘା ନାହିଁ । ବେଳେ ବେଳେ ତାଗିଦ୍ କରିବା ବ୍ୟତିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଧର୍ମକୁ ଆଖିଠାର ମାରିବା ଭଳି

ଗତକାଲି ଏକ ବାର ଉପରେ ଚଢାଉ କରିଥିଲା ପୋଲିସ ।

ତେବେ ଏଭଳି ବେଆଇନ କାମ କେବଳ ବାର ଭିତରେ ସୀମିତ ରହୁନାହିଁ । ଡ୍ୟାନସ ବାର୍‌ ଆଳରେ କେତେକ ହୋଟେଲ ଓ ଲଜ୍‌ରେ  ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ବି ହେଉଛି। ଡାନସ୍‌ ବାରରେ ଯୁବତୀଙ୍କ ସହ ଡିଲ୍ ପରେ ସେଇ ହୋଟେଲ କିମ୍ବା ଲଜ୍‌ରେ ହେଉଛି ଦେହ ବ୍ୟବସାୟ।

Related story