Advertisment

ବେଆଇନ୍‌ ଦେଶୀ ବନ୍ଧୁକ କାରଖାନା ଠାବ

ବାଲିଗୁଡ଼ା(ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଋଷିଗୁଡା ଗାଁରୁ ଏକ ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ମୁନିବର ମଲିକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପୁଲିସ୍‌ ଚଢ଼ଉ କରି ବିଭିନ୍ନ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ମୁନିବର ବେଆଇନ୍‌ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଖବର ପାଇ ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ବ୍ୟାରେଲ୍‌ […]

ଅଦ୍ୟତନ ହୋଇଛି
ବେଆଇନ୍‌ ଦେଶୀ ବନ୍ଧୁକ କାରଖାନା ଠାବ

gun-seize-1

Advertisment

ବାଲିଗୁଡ଼ା(ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଋଷିଗୁଡା ଗାଁରୁ ଏକ ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ମୁନିବର ମଲିକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପୁଲିସ୍‌ ଚଢ଼ଉ କରି ବିଭିନ୍ନ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି।

Advertisment

ମୁନିବର ବେଆଇନ୍‌ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଖବର ପାଇ ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ବ୍ୟାରେଲ୍‌ ସମେତ ବିଭିନ୍ନ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି।

ମୁନିବର ଦୀର୍ଘ ବର୍ଷ ଧରି ଏଭଳି ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରି ଆସୁଥିଲା ବୋଲି ପୁଲିସ୍‌ କହିଛି।

Advertisment

ତେବେ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୁଲିସ୍‌ ତଦନ୍ତ ଚଳାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe