/odisha-reporter/media/post_attachments/uploads/2020/03/lighting-555555.jpg)
lighting
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱରରେ ଆଜି ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ଆସନ୍ତା ୨/୩ ଘଣ୍ଟା ପର୍ଯ୍ୟନ୍ତ ଏହା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
Advertisment
ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା ଖସଡ଼ା ହୋଇପାରେ। ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ହୋଇ ନ ପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ମଧ୍ୟ ଆଶଙ୍କା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
