Advertisment

କଟକଣାରେ ଚାଲିଛି ମା’ କାଳୀଙ୍କ ଭସାଣୀ, ସନ୍ଧ୍ୟା ସୁଦ୍ଧା ସରିବ ବିସର୍ଜନ

କଟକ(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଚଳିତ ବର୍ଷ ଦୁର୍ଗା ପୂଜା ପରି ଶେଷ ହୋଇଛି କାଳୀ ପୂଜା। କାଳୀ ପୂଜା ଶେଷ ହେବା ପରେ ଆଜି କଟକ ମହାନଗରରେ ମା’ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ସିଏମ୍‌ସିର କଟକଣା ଅନୁଯାୟୀ, ବହୁ ଅଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ବିସର୍ଜନ । ନଦୀରେ ମୂର୍ତ୍ତି ବିସର୍ଜନ ହେଲେ ନଦୀର ଜଳ ପ୍ରଦୂଷିତ ହେବ । ସେଥିନିମନ୍ତେ ହାଇକୋର୍ଟ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ […]

ଅଦ୍ୟତନ ହୋଇଛି
କଟକଣାରେ ଚାଲିଛି ମା’ କାଳୀଙ୍କ ଭସାଣୀ, ସନ୍ଧ୍ୟା ସୁଦ୍ଧା ସରିବ ବିସର୍ଜନ

maa kali idol

Advertisment

କଟକ(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଚଳିତ ବର୍ଷ ଦୁର୍ଗା ପୂଜା ପରି ଶେଷ ହୋଇଛି କାଳୀ ପୂଜା। କାଳୀ ପୂଜା ଶେଷ ହେବା ପରେ ଆଜି କଟକ ମହାନଗରରେ ମା’ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ସିଏମ୍‌ସିର କଟକଣା ଅନୁଯାୟୀ, ବହୁ ଅଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ବିସର୍ଜନ ।

Advertisment

ନଦୀରେ ମୂର୍ତ୍ତି ବିସର୍ଜନ ହେଲେ ନଦୀର ଜଳ ପ୍ରଦୂଷିତ ହେବ । ସେଥିନିମନ୍ତେ ହାଇକୋର୍ଟ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସିଏମ୍‌ସି ପକ୍ଷରୁ ଏଥିନିମନ୍ତେ କୁତ୍ରିମ ପୋଖରୀ ବ୍ୟବସ୍ଥା କରାଯାଇଛି।  ସିଏମ୍‌ସି ପକ୍ଷରୁ ୨ଟି ସ୍ଥାନରେ କୃତ୍ରିମ ପୋଖରୀ କରାଯାଇଛି । ପୁରୀଘାଟ ଥାନା ପାଖ ଦେବୀଗଡ଼ା ଘାଟ ଓ ବାଲିକୁଦାରେ ହୋଇଥିବା ପୋଖରୀରେ ସମସ୍ତ ମେଢ଼କୁ ଆଜି ସନ୍ଧ୍ୟା ସୁଦ୍ଧା ସହରର ସମସ୍ତ ୭୫ଟି ବିସର୍ଜନ କରାଯିବ । ଏଥିନିମନ୍ତେ ପ୍ରତି ପୂଜା କମିଟିକୁ କୁତ୍ରିମ ପୋଖରୀ ନିକଟରେ ପହଞ୍ଚି ବିସର୍ଜନ କରିବାକୁ ପୂର୍ବରୁ ନିର୍ଦ୍ଧାରିତ ସମୟ ଦିଆଯାଇଛି।

[caption id="attachment_689557" align="aligncenter" width="650"]maa kali ମା’ କାଳୀଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ
ଦେବୀ ଗଡ଼ାକୁ ଅଣାଯାଉଛି।[/caption]

Advertisment

ସିଏମ୍‌ସିର କଡ଼ା ନିୟମାବଳୀ ଅନୁସାରେ ନିରାଡ଼ମ୍ବର ଭାବେ  ଅଳ୍ପ କିଛି ହାତ ଗଣତି କର୍ମକର୍ତ୍ତାଙ୍କୁ ନେଇ ଭସାଣୀ  ଚାଲିଛି।।  ତେଣୁ  ପ୍ରତି ମେଢ ସହ ୬-୭ ଜଣ କର୍ମକର୍ତ୍ତା ଆସି ଭସାଣୀ ପରମ୍ପରା ସମ୍ପନ୍ନ କରୁଛନ୍ତି।

ଏହାବାଦ ପ୍ରତିବର୍ଷ ବିସର୍ଜନ ପୂର୍ବରୁ ମେଢ ସାହି ପରିକ୍ରମା ନିୟମ ଥିବା ବେଳେ ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମଣ୍ଡପରୁ ମୂର୍ତ୍ତି ବାହାରି ସିଧା ଦେବୀ ଗଡ଼ାରେ ପହଞ୍ଚିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମେଢ ସହ ସୁରକ୍ଷା କର୍ମୀବି ସାମିଲ ହେଉଛନ୍ତି।

ଅପରପକ୍ଷେ,  ସରକାରଙ୍କ ଗାଇଡଲାଇନ୍‌କୁ ମାନି ଆମେ ଭସାଣୀ କରୁଛୁ ବୋଲି କମିଟି କର୍ମକର୍ତ୍ତା କହିଛନ୍ତି।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe