ସାରା ରାଜ୍ୟରେ ଜୀବନଯାତ୍ରା ଠପ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବିଭିନ୍ନ ସ୍ଥାନକୁ ଯିବାକୁ ଘଣୁ ବାହାରି ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱରରେ ପଟିଆ-ନନ୍ଦନକାନ ରାସ୍ତା, ମାଷ୍ଟର କ୍ୟାଣ୍ଟିନ ଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ […]

band2

band2

Rakesh Mallick
  • Published: Thursday, 21 February 2019
  • Updated: 21 February 2019, 11:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବିଭିନ୍ନ ସ୍ଥାନକୁ ଯିବାକୁ ଘଣୁ ବାହାରି ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଭୁବନେଶ୍ୱରରେ ପଟିଆ-ନନ୍ଦନକାନ ରାସ୍ତା, ମାଷ୍ଟର କ୍ୟାଣ୍ଟିନ ଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳରେ ଅସୁବିଧା ହୋଇଥିଲା।

କଟକରେ ମଧ୍ୟ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ବନ୍ଦ ପାଳନ କରିଛନ୍ତି। ବାଲିକୁଦା ଛକ ନିକଟରେ ସଂଗଠନର କର୍ମକର୍ତ୍ତା ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

ବ୍ରହ୍ମପୁରରେ ବି ବନ୍ଦ ପାଳନ କରାଯାଇଛି। କନିଷି ଛକରେ ସଂଗଠନର କର୍ମକର୍ତ୍ତା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁ ଦୁଇ ପଟୁ ଗାଡି ଚଳାଚଳ ବନ୍ଦ ରହିଥିଲା। ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

କେନ୍ଦୁଝରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଚାଷୀଙ୍କ ସହ କଂଗ୍ରେସ ଓ ବିଜେପି କର୍ମୀ ସକାଳ ୬ଟାରୁ କେନ୍ଦୁଝର ସହରରେ ବନ୍ଦ ପାଳନ କରୁଛନ୍ତି। ପିକେଟଇଂ କରି ଦୋକାନ ବଜାର ବନ୍ଦ କରିଛନ୍ତି ଚାଷୀ। ଗାନ୍ଧି ଛକରେ ଚାଷୀମାନେ ବସି ରହି ରାସ୍ତା ଅବରୋଧ କରିଥିଲେ। ଫଳରେ ୨୧୫ ଓ ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ୍‌ ଆସି ଆନ୍ଦୋଳନକାରୀଙ୍କୁ ଉଠାଇ ନେବାରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ବାଲେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ବନ୍ଦ ପାଳନ କରିଛନ୍ତି। ଚାଷୀ ପିକେଟିଂ କରି ଜାତୀୟ ରାଜପଥ ବନ୍ଦ କରିଥିଲେ। ବନ୍ଦ ଯୋଗୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି।

ସେହିପରି କୋରାପୁଟ ଲମତାପୁଟରେ ଚାଷୀମାନେ ଓଡ଼ିଶା ବନ୍ଦ ପାଳନ କରିଛନ୍ତି। କୋରାପୁଟ ଜିଲ୍ଲା ବିଜେପି ଓ କଂଗ୍ରେସ କର୍ମୀଙ୍କ ସମର୍ଥନରେ ଚାଷୀମାନେ ଲମତାପୁଟ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହାସହ ଦୋକାନବଜାର ବନ୍ଦ ରହିଛି। ଅନକାଡେଲିଠାରୁ ଜୟପୁର-କୋରାପୁଟକୁ ଯାତାୟାତ କରୁଥିବା ସମସ୍ତ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।

ଭଦ୍ରକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସଂଗଠନର କର୍ମକର୍ତ୍ତା ଓ ଚାଷୀମାନେ ଭଦ୍ରକ ନୂଆ ବସଷ୍ଟାଣ୍ଡ ପାଖରେ ବନ୍ଦ ପାଳନ କରିଛନ୍ତି। ଏଥିସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଭଦ୍ରକରୁ କଟକ, ଭୁବନେଶ୍ୱର ଓ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଜଗତସିଂହପୁର ଜିଲ୍ଲା ସଦର ମହକୁମା ସମେତ ୮ଟି ବ୍ଲକରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ଚାଲିଛି। ସଂଗଠନର କର୍ମକର୍ତ୍ତାମାନେ ଜଗତସିଂହପୁର ବସଷ୍ଟାଣ୍ଡ ପାଖରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ଦୋକାନବଜାର ମଧ୍ୟ ବନ୍ଦ ରହିଛି।

ଫୁଲବାଣୀରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଫୁଲବାଣୀ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସହରର ପ୍ରମୁଖ ରାସ୍ତାରେ ଚାଷୀମାନେ ବସି ଅବରୋଧ କରିଛନ୍ତି। ମାଦିକୁନ୍ଦା ଛକରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ବନ୍ଦ ପାଳନ କରାଯାଉଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story