Advertisment

ଖଣି ଲିଜ୍ ଅଧିକ ୨୦ ବର୍ଷ ବଢ଼ାଇପାରିବେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଇସ୍ପାତ୍‌ କ୍ଷେତ୍ରରେ କଞ୍ଚାମାଲ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ ନିୟମରେ ଖଣି ମନ୍ତ୍ରଣାଳୟ ସଂଶୋଧନ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ବଳରେ ଏହା ସମ୍ଭବ ହୋଇପାରିଛି। ସଂଶୋଧିତ ନିୟମନୁସାରେ ସରକାରୀ କମ୍ପାନୀ ଗୁଡିକୁ ମିଳିଥିବା ଲିଜ୍‌ ଯଦି ଖଣି କମ୍ପାନୀ ରାଜ୍ୟ ସରକାରଙ୍କୁ ଲିଜ୍‌ ସରିବାର ଅନ୍ତତଃ ବର୍ଷେ ପୂର୍ବରୁ ଲିଖିତ ଦରଖାସ୍ତ ଆବେଦନ କରିବାକୁ ହେବ। ତେବେ […]

ଅଦ୍ୟତନ ହୋଇଛି
ଜୋରିମାନା ଦେଇନଥିବା ଖଣି ମାଲିକ ସାବଧାନ, ହାତରୁ ଚାଲିଯିବ ସବୁ ସମ୍ପତ୍ତି

mineing scam in odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଇସ୍ପାତ୍‌ କ୍ଷେତ୍ରରେ କଞ୍ଚାମାଲ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ ନିୟମରେ ଖଣି ମନ୍ତ୍ରଣାଳୟ ସଂଶୋଧନ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ବଳରେ ଏହା ସମ୍ଭବ ହୋଇପାରିଛି।

Advertisment

ସଂଶୋଧିତ ନିୟମନୁସାରେ ସରକାରୀ କମ୍ପାନୀ ଗୁଡିକୁ ମିଳିଥିବା ଲିଜ୍‌ ଯଦି ଖଣି କମ୍ପାନୀ ରାଜ୍ୟ ସରକାରଙ୍କୁ ଲିଜ୍‌ ସରିବାର ଅନ୍ତତଃ ବର୍ଷେ ପୂର୍ବରୁ ଲିଖିତ ଦରଖାସ୍ତ ଆବେଦନ କରିବାକୁ ହେବ। ତେବେ ଯାଇ ରାଜ୍ୟ ସରକାର ଖଣି ଲିଜକୁ ଆଉ ଅଧିକ ଏକକାଳୀନ ୨୦ ବର୍ଷ ଘୁଞ୍ଚାଇ ପାରିବାକୁ ସକ୍ଷମ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଭୟେ ଏହି ପ୍ରସଙ୍ଗରେ ପ୍ରଥମେ ହସ୍ତକ୍ଷେପ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖଣି ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର କଞ୍ଚାମାଲ୍‌ର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ନିକଟରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍) ନିଜ ଉତ୍ପାଦିତ ଲୁହା ପଥରର ୨୫ ପ୍ରତିଶତ ଘରୋଇ ବଜାରରେ ପ୍ରଦାନ କରିବା ପାଇଁ ଖଣି ମନ୍ତ୍ରଣାଳୟକୁ ଅନୁମତି ଦେଇଛି। ଖଣି ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଦେଶର ଇସ୍ପାତ ଶିଳ୍ପର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ହେବ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ, ଏମ୍ଏମ୍‌ଡିଆର୍‌ ଆକ୍ଟ୍ ୧୯୫୭ ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଶେଷ ହେବ। ନିକଟରେ ଖଣି ମନ୍ତ୍ରାଳୟ ଦ୍ୱାରା ପାରିତ କରାଯାଇଥିବା ଆଦେଶ ଭାରତୀୟ ଇସ୍ପାତ ଉଦ୍ୟୋଗର କଞ୍ଚାମାଲ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବ। ଏହାସହ ଏହି ନିଷ୍ପତ୍ତି ବଜାରରେ କଞ୍ଚାମାଲ୍‌ର ମୂଲ୍ୟକୁ ସ୍ଥିର ରଖିବା ସହ ସେକେଣ୍ଡାରୀ ଇସ୍ପାତ୍ କ୍ଷେତ୍ରରେ ସୁପ୍ରଭାବ ପକାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe