ବଡ଼ ଅଦଳବଦଳ: ୩୫ ବରିଷ୍ଠ ଓଏଏସ ଅଫିସରଙ୍କୁ ବଦଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୩୫ଜଣ ବରିଷ୍ଠ ଓଏଏସଙ୍କୁ ବଦଳି କରାଯାଇଛି। ପୁରୀର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଜୟନ୍ତ ନାରାୟଣ ଷଡ଼ଙ୍ଗୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ସଚିବ, ରଜେନ୍ଦ୍ର ମିଶ୍ରଙ୍କୁ ଓଡ଼ିଶା ରିଏଲ ଇଷ୍ଟେଟ ନିୟନ୍ତ୍ରକ ପ୍ରାଧିକରଣର ସଚିବ, ଲକ୍ଷ୍ମଧୀର ଦାସଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି […]

secretariat

Sampad Mahapatra
  • Published: Saturday, 25 August 2018
  • , Updated: 25 August 2018, 04:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୩୫ଜଣ ବରିଷ୍ଠ ଓଏଏସଙ୍କୁ ବଦଳି କରାଯାଇଛି।

ପୁରୀର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଜୟନ୍ତ ନାରାୟଣ ଷଡ଼ଙ୍ଗୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ସଚିବ, ରଜେନ୍ଦ୍ର ମିଶ୍ରଙ୍କୁ ଓଡ଼ିଶା ରିଏଲ ଇଷ୍ଟେଟ ନିୟନ୍ତ୍ରକ ପ୍ରାଧିକରଣର ସଚିବ, ଲକ୍ଷ୍ମଧୀର ଦାସଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ସଚିବ, ମନୋଜ କୁମାର ମହାନ୍ତି-୨ଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ର ସଚିବ, ରମାକାନ୍ତ ନାୟକଙ୍କୁ ନବରଙ୍ଗପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି, ଭୁବନେଶ୍ୱର ଏଡିଏମ୍ ମାନସ ରଞ୍ଜନ ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଲ୍ୟାଣ୍ଡ ଅଫିସର, ବିନୟ କୁମାର ଦାଶଙ୍କୁ ପୁରୀ ଏଡିଏମ, ସୌଦାମିନୀ ସେଠୀଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର, ଅନାମ ଚରଣ ପାତ୍ରଙ୍କୁ ନୟାଗଡ଼ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନୃପରାଜ ସାହୁଙ୍କୁ ଗଜପତି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଉଷାରାଣୀ ଦାଶଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ, ରଜନୀ ଜାନିଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଯୁଗ୍ମ ସଚିବ, ଶିବନାରାୟଣ ନନ୍ଦଙ୍କୁ ଓଡ଼ିଶା ରିଏଲ ଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଅଶୋକ କୁମାର ପଣ୍ଡାଙ୍କୁ ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଓଏସଡି, ବିନୋଦିନୀ ପଣ୍ଡାଙ୍କୁ କଟକ ବୋର୍ଡ ଅଫ ରେଭିନ୍ୟୁର ଯୁଗ୍ମ ସଚିବ, ପ୍ରଭାତ କୁମାର ମହାପାତ୍ରଙ୍କୁ ଖୋର୍ଦ୍ଧା ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ଦିଗନ୍ତ ରାଉତରାୟଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ, ଅଞ୍ଜନ କୁମାର ଦାଶଙ୍କୁ ବିଡିଏ ପ୍ରଶାସନିକ ଅଧିକାରୀ, ଶୁଭେନ୍ଦୁ କୁମାର ସାହୁଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ, ରୂପକ କୁମାର ପଟ୍ଟନାୟକଙ୍କୁ ବିଡିଏ ଆଲଟମେଂଟ୍ ଅଫିସର ଭାବେ ବଦଳି କରାଯାଇଛି।

ସେହିପରି, ରବିନାରାୟଣ ସାହୁଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ରାମେଶ୍ୱର ପ୍ରଧାନଙ୍କୁ ମାଲକାନଗିରି ଉପଜିଲ୍ଲାପାଳ, ଗୋରାଚାନ୍ଦ ଗମାଙ୍ଗଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ସିଗ୍ଧା ଚମ୍ପତିରାୟଙ୍କୁ ଉଚ୍ଚଶିକ୍ଷା ବିଭାଗର ଉପସଚିବ, ଦରିଦ୍ରଭଞ୍ଜନ ପାତ୍ରଙ୍କୁ ବିଏମସି ଉପକମିଶନର, ରାଜେନ୍ଦ୍ର ମିଞ୍ଜଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ, ସୁଶାନ୍ତ କୁମାର ସିଂହଙ୍କୁ କେନ୍ଦୁଝରର କାହ୍ନୁପୁର ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ, ମମତାରାଣୀ ନାୟକଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପନିର୍ଦ୍ଦେଶକ, ଭଗବାନ ବେହେରାଙ୍କୁ ଉଦଳା ଉପଜିଲ୍ଲାପାଳ, ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ଅଣାକାର ଠାକୁରଙ୍କୁ ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ରତ୍ନାକର ସାହୁଙ୍କୁ ନବରଙ୍ଗପୁର ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ପବିତ୍ର ବେହେରାଙ୍କୁ କୁଚିଣ୍ଡା ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଜୟାନନ୍ଦ ନାୟକଙ୍କୁ କଟକ ଆରଟିଓ ଭାବେ ବଦଳି କରାଯାଇଛି ।

Related story