/odisha-reporter/media/post_attachments/uploads/2020/03/h-909.jpg)
h-909
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଃଶବ୍ଦ। ପୁଣି ନିରବତ।। ନା ଥିଲା ଗାଡ଼ି ଘୋଡ଼ାର ବିକଟାଳ ଶବ୍ଦ। ନା ଥିଲା କୋଳାହଳ। ସବୁଠି ଖାଁ ଖାଁ। ରାତିପାହିଲେ ଯେଉଁ ରାଜଧାନୀ ଧାଁ ଦଉଡ଼ରେ ବ୍ୟସ୍ତ ବିବ୍ରତ ରହୁଥିଲା, ଆଜି କିନ୍ତୁ ଅଟକି ଯାଇଥିଲା। ରାସ୍ତା ଘାଟ ବଜାର ସବୁଠିଥିଲା ଶୂନଶାନ୍। କେହି କାହକୁ ବାଧା ଦେଉ ନଥିଲେ କି କେହି ଅବରୋଧ କରୁନଥିଲେ ହେଲେ ମହାମାରୀ କରୋନାକୁ ହରେଇବା ପାଇଁ ସମସ୍ତେ ଯେମିତି ଶପଥ ନେଇ ଥିଲେ। ଆଉ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକରା ଦେଇଥିବା ଜନତା କର୍ଫ୍ୟୁକୁ ଆଜି ସ୍ୱତଃପ୍ରବୃତ ମିଳିଥିଲା ସମର୍ଥନ । ସାମିଲ ହୋଇଥିଲା ସାରା ଭୁବନେଶ୍ୱର । ମହାମାରୀ କରୋନାର ମୁକାବିଲା ଲାଗି ସାମାଜିକ ଦୂରତ୍ୱ ଗୁରୁତ୍ୱକୁ ବୁଝି ରାଜଧାନୀବାସିନ୍ଦା ଏହାକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।
/odisha-reporter/media/post_attachments/wp-content/uploads/2020/03/BBSR-on-Janata-Curfew-1.jpg)
ଆଜି ସକାଳ ୭ଟାରୁ ଭୁବନେଶ୍ୱରର ଗଳିକନ୍ଦି ଖାଁ ଖାଁ ହୋଇପଡ଼ିଥିଲା। ରାସ୍ତାଘାଟ, ଦୋକାନବଜାର, ବସଷ୍ଟାଣ୍ଡ, ରେଳଷ୍ଟେସନ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଥିଲା ଅସମ୍ଭବ ନିରବତା। ହେଲେ ଜରୁରୀ ସେବାଗୁଡ଼ିକ କିନ୍ତୁ ସୁଚାରୁ ରୂପେ ଚାଲି ଥିଲା।
/odisha-reporter/media/post_attachments/wp-content/uploads/2020/03/BBSR-on-Janata-Curfew-2.jpg)
କରୋନା ହାରିବ ଓ ମଣିଷ ଜିତିବ। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ‘ଜନତା କର୍ଫ୍ୟୁ’ର ଆହ୍ୱାନ ଦିଆଯାଇଥିଲା। ଆଉ ଏହାକୁ ରାଜଧାନୀବାସୀ ସଫଳ କରିଛନ୍ତି ବୋଲି କୁହାଯାଇପାରେ। କାଁ ଭାଁ ଲୋକେ ଯା’ଆସ କରୁଥିଲେ ମଧ୍ୟ ପୁଲିସ ସବୁଠି ନଜର ରଖିଥିଲା।
/odisha-reporter/media/post_attachments/wp-content/uploads/2020/03/Bbsr-trafic-on-Janata-Curfew.jpg)
ସାଇରନ ବଜାଇ ସବୁଠି ଚକର କାଠି ଲୋକଙ୍କୁ ସତର୍କ କରାଉଥିଲା ଟ୍ରାଫିକ୍ ପୁଲିସ। ଅନ୍ୟପକ୍ଷରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି। ଧର୍ମୀୟ ସ୍ଥଳଗୁଡ଼ିକରେ ମଧ୍ୟ କାହାକୁ ଦେଖିବାକୁ ମିଳି ନଥିଲା।
/odisha-reporter/media/post_attachments/wp-content/uploads/2020/03/BBSR-Railway-station.jpg)
/odisha-reporter/media/post_attachments/wp-content/uploads/2020/03/BBSR-Railway-station-1.jpg)
ଅଟୋସବୁ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଥିଲେ । ନା ଚାଲିଥିଲା ବାଇକ୍, ନା କାର୍ ନା ଗଡ଼ିଛି ବସ୍, ନା ଟ୍ରକ୍। ହାଟ ବଜାର, ସିନେମା ହଲ୍ ସବୁଠି ଆଜି ଜନଶୂନ୍ୟତା ଦେଖିବାକୁ ମିଳିଛି। ଏଭଳି କିଛି ଦୃଶ୍ୟ ଆଜି ଦିନତମାନ ଆମ ନଜରକୁ ଆସିଥିଲା।
/odisha-reporter/media/post_attachments/wp-content/uploads/2020/03/BBSR-on-Janata-Curfew-2-1.jpg)
ସାରା ସହର ଆଜି ସ୍ତବ୍ଧ ଓ ନିରବ। ଗୋଟିଏ ପଟେ କୋଳାହଳ ରହିତ ଓ ପ୍ରଦୂଷଣ ମୁକ୍ତର ଚିତ୍ର ଏବଂ ଅନ୍ୟପଟେ ପରସ୍ପରର ସହଯୋଗରେ ସାମାଜିକ ଦୂରତ୍ୱ ଅବଲମ୍ବନ ଦୃଶ୍ୟ ବାରି ହେଉଥିଲା।
/odisha-reporter/media/post_attachments/wp-content/uploads/2020/03/auto-stand-on-22-march.jpg)
/odisha-reporter/media/post_attachments/wp-content/uploads/2020/03/bbsr-bus-stand-on-22-march.jpg)
/odisha-reporter/media/post_attachments/wp-content/uploads/2020/03/bbsr-closed-in-22-marcch.jpg)
/odisha-reporter/media/post_attachments/wp-content/uploads/2020/03/BBsr-on-22-march.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
