ଭବିଷ୍ୟତରେ ଓଡ଼ିଶାରେ ମହିଳା ମୁଖ୍ୟମନ୍ତ୍ରୀ, ପ୍ରଦୀପଙ୍କ ଇସାରା କାହା ଆଡ଼େ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଭବିଷ୍ୟତରେ ଓଡ଼ିଶାରେ ‘ମହିଳା ମୁଖ୍ୟମନ୍ତ୍ରୀ’ କରିବା ପାଇଁ ମହିଳାମାନଙ୍କୁ ସୁଯୋଗ ଦେବା ଭଲ କଥା। କିନ୍ତୁ ଗଭର୍ଣ୍ଣାନ୍ସରେ ଯେଉଁ ଏଷ୍ଟାବ୍ଲିସ୍ ଲୋକମାନେ ଥିଲେ, ସେମାନଙ୍କୁ ଦୂରେଇବା ପଛରେ ରହସ୍ୟ କ’ଣ ବୋଲି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।”  ତେବେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଥିବା ଶ୍ରୀ ପାଣିଗ୍ରାହୀଙ୍କ ଏଭଳି ବୟାନ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ କିଏ ହେବେ ଓ ବିଜେଡି କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ପ୍ରୟାସ କରୁଛି ତାହା […]

pradeep

pradeep

Manoranjan Sial
  • Published: Monday, 30 November 2020
  • Updated: 01 December 2020, 01:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଭବିଷ୍ୟତରେ ଓଡ଼ିଶାରେ ‘ମହିଳା ମୁଖ୍ୟମନ୍ତ୍ରୀ’ କରିବା ପାଇଁ ମହିଳାମାନଙ୍କୁ ସୁଯୋଗ ଦେବା ଭଲ କଥା। କିନ୍ତୁ ଗଭର୍ଣ୍ଣାନ୍ସରେ ଯେଉଁ ଏଷ୍ଟାବ୍ଲିସ୍ ଲୋକମାନେ ଥିଲେ, ସେମାନଙ୍କୁ ଦୂରେଇବା ପଛରେ ରହସ୍ୟ କ’ଣ ବୋଲି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।”  ତେବେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଥିବା ଶ୍ରୀ ପାଣିଗ୍ରାହୀଙ୍କ ଏଭଳି ବୟାନ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ କିଏ ହେବେ ଓ ବିଜେଡି କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ପ୍ରୟାସ କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡିରୁ ବହିଷ୍କୃତ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ବିଜେଡି ୨୦ବର୍ଷ ଧରି କ୍ଷମତାରେ ରହିଛି। ସେକେଟ୍ରେରୀ ଓ ଅଫିସରମାନେ ଏବେ ଗଭର୍ଣ୍ଣାନ୍ସ କରୁଛନ୍ତି। ଯେତେବେଳେ ବିଜେଡି ଗଠନ ହେଲା ସେତେବେଳେ ସେମାନେ କ’ଣ ଯାଇ ଅନ୍ୟ ରାଜନୀତିକ ଦଳ ସହ ଲଢ଼େଇ କରିଥିଲେ ନା ଭୋଟ ମାଗିଥିଲେ। ଯେଉଁମାନେ ବିଜେଡିକୁ ଗଢ଼ିବା ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ଏବଂ ଦଳକୁ ଆଗକୁ ବଢ଼ାଇଛନ୍ତି ସେମାନେ କ’ଣ ପାଇଛନ୍ତି। ଦଳୀୟ କର୍ମୀମାନଙ୍କ ପାଇଁ କ’ଣ କରାଯାଇଛି। ଅନେକଥର ସେ ଏକଥା ଉଠାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କିଛି ଭଲ କାମ ଓ ଦଳୀୟ କର୍ମୀଙ୍କ ତ୍ୟାଗ ପାଇଁ ବିଜେଡି କ୍ଷମତାସୀନ ହେଉଛି। ଏବେ ବିଜେଡି ଶାସନରେ ଚରିତ୍ର ସଂହାର, ରାଜନୀତିକ ଚରିତ୍ରକୁ ଖତ କରି ଦେବାର କାର୍ଯ୍ୟ ଚାଲିଛି। ରାଜତନ୍ତ୍ରରେ ରାଜାକୁ ମାରି ଦେଇ କ୍ଷମତା ହଡ଼ପ କରିବା କଥା ଇତିହାସରେ ଶୁଣାଯାଉଥିଲା। ଗଣତନ୍ତ୍ରରେ ବି କେତେକ ସ୍ଥାନରେ ଏଭଳି ଶୁଣିବାକୁ ମିଳେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ସେଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି। ମାତ୍ର ବିଜେଡି ପାଇଁ ଯେଉଁମାନେ ତ୍ୟାଗ କରିଥିଲେ ଓ ଏଷ୍ଟାବ୍ଲିସ୍ ଲୋକ ଥିଲେ ସେମାନଙ୍କୁ ଦୂରେଇ ଦିଆଯାଉଛି। ଏହା ପଛର କ’ଣ ରହସ୍ୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।

ତେବେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଓ ଦଳରେ ଏଷ୍ଟାବ୍ଲିସ୍ ଲୋକମାନଙ୍କୁ ଦୂରେଇବା ପଛରେ ଥିବା ରହସ୍ୟ କ’ଣ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରି ବିଜେଡିରେ ପୁଣି ଏକ କ୍ଷମତା ହଡ଼ପ ପାଇଁ ଉଦ୍ୟମ ଚାଲିଥିବା ଆଡ଼କୁ ଇଙ୍ଗିତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସରକାରକୁ କ୍ଷମତାଚ୍ୟୁତ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତିଙ୍କୁ ଟେଲିଫୋନରେ କଥାବାର୍ତ୍ତା କରାଇ ଦେଇଥିବା ସମ୍ପର୍କରେ ନିଜେ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ କିଏ ଓ କିଭଳି କ୍ଷମତା ହଡ଼ପ ପାଇଁ ଯୋଜନା କରୁଥିଲା ସେନେଇ ମୁହଁ ଖୋଲିନାହାନ୍ତି।

ମାତ୍ର ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ କରାଇବା ପାଇଁ ଉଦ୍ୟମ ଚାଲିଥିବା ଓ ମହିଳାମାନଙ୍କୁ ସୁଯୋଗ ଦିଆଯାଉଥିବା କଥା କହି ବିଜେଡିର ବର୍ତ୍ତମାନର ପାୱାର ଗ୍ରୁପ୍ ଯେଉଁ ରଣନୀତି ଆଧାରରେ କାର୍ଯ୍ୟ କରୁଛି ତା’ର ଅସଲ ଚେହେରା ପଦାରେ ପକାଇ ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା, ଆଲୋଚନା କରିବା ଅବା ପରାମର୍ଶ ଦେବାର ଅଧିକାର ତାଙ୍କ ଭଳି ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ନାହିଁ। ତା’ହେଲେ ସେ କାହିଁକି ନିର୍ବାଚିତ ପ୍ରତିନିଧି ରହିବେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାର୍ଥରକ୍ଷା ଓ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ ସମ୍ପର୍କରେ ଦଳୀୟ ନେତାଙ୍କୁ ଅବଗତ କରିବା ଯଦି ‘ପାପ’ ତା’ହେଲେ ସେଭଳି ପାପକୁ ଗ୍ରହଣ କରିବାକୁ ସେ ରାଜି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

 

ଆଗକୁ ପଢନ୍ତୁ : ପ୍ରଦୀପଙ୍କ ସମ୍ପର୍କୀୟଙ୍କୁ ପୁଲିସର ଥାର୍ଡ ଡିଗ୍ରୀ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos