Advertisment

ମହିଳା ବିଜେଡି ଦୁଇଫାଳ: ବନ୍ଧୁମିଳନ ଆଳରେ ଶକ୍ତି ପ୍ରଦର୍ଶନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ମହିଳା ୱିଙ୍ଗରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ଏବେ ଚରମସୀମାରେ ପହଂଚିଛି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ନିଜର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରିିବା ପରଠୁ ଦଳର ମହିଳା ସଂଗଠନରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିବାରେ ଲାଗିଛି। ଗତ ଦୁଇଦିନ ତଳେ ରାଜଧାନୀର ଏକ ହୋଟେଲରେ ବନ୍ଧୁମିଳନ ନାଁରେ ଦଳର ଆଗଧାଡ଼ିର ନେତ୍ରୀମାନେ ଏକଜୁଟ ହୋଇଥିଲେ। ଏହି ବନ୍ଧୁମିଳନ ଆଳରେ ସ୍ନେହାଙ୍ଗିନୀଙ୍କ ବିରୁଦ୍ଧରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି। ବିଜେଡି […]

ଅଦ୍ୟତନ ହୋଇଛି
ମହିଳା ବିଜେଡି ଦୁଇଫାଳ: ବନ୍ଧୁମିଳନ ଆଳରେ ଶକ୍ତି ପ୍ରଦର୍ଶନ!

sumitra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ମହିଳା ୱିଙ୍ଗରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ଏବେ ଚରମସୀମାରେ ପହଂଚିଛି। ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ନିଜର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରିିବା ପରଠୁ ଦଳର ମହିଳା ସଂଗଠନରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିବାରେ ଲାଗିଛି। ଗତ ଦୁଇଦିନ ତଳେ ରାଜଧାନୀର ଏକ ହୋଟେଲରେ ବନ୍ଧୁମିଳନ ନାଁରେ ଦଳର ଆଗଧାଡ଼ିର ନେତ୍ରୀମାନେ ଏକଜୁଟ ହୋଇଥିଲେ। ଏହି ବନ୍ଧୁମିଳନ ଆଳରେ ସ୍ନେହାଙ୍ଗିନୀଙ୍କ ବିରୁଦ୍ଧରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି। ବିଜେଡି ନିଜର ଭୋଟବ୍ୟାଙ୍କ ବୃଦ୍ଧି ପାଇଁ ‘ମହିଳା କାର୍ଡ’ ଖେଳୁଥିବାବେଳେ ସଂଗଠନର ନେତ୍ରୀମାନେ ପରସ୍ପରର ଗୋଡ଼ଟଣା ନୀତି ଆପଣାଇବା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରେ ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ତଥା ବିଜେଡି ନେତ୍ରୀ ସୁମିତ୍ରା ଜେନା ଗୋଟିଏ ବନ୍ଧୁମିଳନର ଆୟୋଜନ କରିଥିଲେ। ଏହି ଭୋଜିକୁ କେବଳ ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସମସ୍ତ ପୂର୍ବତନ ମହିଳା କର୍ପୋରେଟର, ଦଳୀୟ ସଂଗଠନର ଆଗାଧାଡ଼ିର ନେତ୍ରୀମାନଙ୍କ ସମେତ ଦଳର ଉପସଭାପତି ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏହି ଭୋଜିରେ ସାମିଲ ହୋଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଳରେ ସୁମିତ୍ରା ନିଜର ରାଜନୀତିକ ମହତ୍ୱାକାଂକ୍ଷାକୁ ପ୍ରତିପାଦନ କରିବାକୁ ଚାହୁଁଥିବା ବେଳେ ବିଧାୟିକା ପ୍ରମିଳା ମଲ୍ଲିକ ତାଙ୍କୁ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି।

ବିଜେଡି ସୂତ୍ରଅନୁସାରେ, ଦଳର ମହିଳା ସଭାନେତ୍ରୀ ହେବା ଆଶା ମଉଳିବା ପରେ ସୁମିତ୍ରା ଜେନା ଏବେ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ପାଇଁ ଲବି ଜୋରଦାର କରିଛନ୍ତି। ଆଉ ଏହି ବନ୍ଧୁମିଳନରେ ଦଳର ନେତ୍ରୀମାନଙ୍କ ମାଧ୍ୟମରେ ଲବିକୁ ଅଧିକ ଶାଣିତ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ତା’ଛଡ଼ା ଦଳର ମହିଳା ୱିଙ୍ଗ ପଦାଧିକାରୀ ଘୋଷଣା ହୋଇନଥିବାରୁ ସେଠାରେ କିଛି ନେତ୍ରୀଙ୍କୁ ମଧ୍ୟ ଏସବୁ ପଦପଦବୀରେ ଥଇଥାନ କରାଯିବାର ଆଶ୍ୱାସନା ଦିଆଯାଇଛି।

Advertisment

ସୂଚନା ଅନୁସାରେ, ଦୀର୍ଘବର୍ଷ ଧରି ବିଜେଡି ମହିଳା ଶାଖାର ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିବା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ କୌଣସି ବିଚାରବିମର୍ଶ ନକରି ସ୍ନେହାଙ୍ଗିନୀଙ୍କୁ ଦଳର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଥିବାରୁ ପ୍ରମିଳା ଖପ୍ପା ହୋଇପଡ଼ିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଦଳର ମହିଳା ଶାଖାରେ କିଏ କେଉଁ ପଦବୀରେ ରହିବେ, ପ୍ରମିଳା ତା’ର ତାଲିକା ପ୍ରସ୍ତୁତ କରୁଥିବାବେଳେ ଦଳର ବିଧାୟକମାନେ ବି ତାଙ୍କୁ ନିଜର ସୁପାରିସ୍ ପଠାଉଥିଲେ। କିନ୍ତୁ ସ୍ନେହାଙ୍ଗିନୀଙ୍କ ଭଳି ପୁରୁଣା ଓ ଅଭିଜ୍ଞତା ସମ୍ପନ୍ନ ନେତ୍ରୀଙ୍କୁ ଦଳର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯିବା ପରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ତାଙ୍କ କବଜାରେ ଥିବା ଦଳର ମହିଳା ସଂଗଠନରେ ପ୍ରମିଳାଙ୍କ ପତିଆରା ହ୍ରାସ ପାଇବା ଆଶଙ୍କାରେ ସେ ନିଜର ଜଣେ ଅନୁଗତଙ୍କୁ ମହିଳା ସଭାନେତ୍ରୀ ପଦରେ ଆସୀନ କରାଇବାକୁ ବିଭିନ୍ନ ମାଧ୍ୟମରେ ଚାପ ପକାଇଥିଲେ। ତେବେ ସେଥିରେ ବିଫଳ ହେବାପରେ ତାଙ୍କର ଅନୁଗତ ସୁମିତ୍ରା ଜେନା ଦୁଇଦିନ ତଳେ ଏଭଳି ବନ୍ଧୁମିଳନର ଆୟୋଜନ କରିଥିବା ଦଳୀୟ ମହଲରେ ଚର୍ଚ୍ଚା। ଦଳର ବିଧାୟିକା ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ନିଜସ୍ୱ କାରଣରୁ ସେହି ବନ୍ଧୁମିଳନରେ ସାମିଲ ହୋଇନଥିବାବେଳେ ଅନ୍ୟ ୧୦ରୁ ୧୨ଜଣ ଆଗଧାଡ଼ିର ନେତ୍ରୀ ଜାଣିଶୁଣି ସେଥିରୁ ନିଜକୁ ଦୂରେଇ ରଖିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ : ଅସନ୍ତୋଷ ଝାଡ଼ିଲେ ସାଂସଦ ଭର୍ତ୍ତୃହରି ମହତାବ

ତେବେ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏପର୍ଯ୍ୟନ୍ତ ନିଜର ଟିମ୍ ଗଢ଼ିନଥିବା ବେଳେ ବନ୍ଧୁମିଳନ ଆଳରେ ଦଳୀୟ ନେତ୍ରୀମାନେ ଏକଜୁଟ ହେବା ଓ ସେଥିରୁ ସ୍ନେହାଙ୍ଗିନୀଙ୍କ ଦୃଢ଼ ସମର୍ଥକ ନେତ୍ରୀମାନେ ସାମିଲ ନହେବା, ବିଜେଡି ମହିଳା ସଂଗଠନରେ ଥିବା ଫାଟକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା।

BjD Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe